ଇରାନ ଉପରେ ଆମେରିକା ଓ ଇସ୍ରାଏଲର ଯୁଦ୍ଧ ବନ୍ଦ ଦାବିରେ ସିପିଆଇ ପକ୍ଷରୁ ବିକ୍ଷୋଭ ଅନୁଷ୍ଠିତ
ଭୁବନେଶ୍ୱର, ୦୫ ମାର୍ଚ୍ଚ (ହି.ସ)- ସାର୍ବଭୌମ ରାଷ୍ଟ୍ର ଇରାନ ଉପରେ ଆମେରିକା ଓ ଇସ୍ରାଏଲ ମିଳିତ ଭାବେ ଯେଭଳି ଯୁଦ୍ଧର ଧ୍ୱଂସ ଲିଳା କରି ବିଦ୍ୟାଳୟ, ଡାକ୍ତରଖାନା, ସରକାରୀ କାର୍ଯ୍ୟାଳୟ, ଜନ୍ୱସତି, ବ୍ୟବସାୟ ପ୍ରତିଷ୍ଠାନ ଇତ୍ୟାଦି ଧ୍ୱଂସ କରିବା ସହ ଶହ ଶହ ସ୍କୁଲ ଛାତ୍ରଛାତ୍ରୀଙ୍କୁ ବୋମା ବର୍ଷଣ କରି
defger


ଭୁବନେଶ୍ୱର, ୦୫ ମାର୍ଚ୍ଚ (ହି.ସ)- ସାର୍ବଭୌମ ରାଷ୍ଟ୍ର ଇରାନ ଉପରେ ଆମେରିକା ଓ ଇସ୍ରାଏଲ ମିଳିତ ଭାବେ ଯେଭଳି ଯୁଦ୍ଧର ଧ୍ୱଂସ ଲିଳା କରି ବିଦ୍ୟାଳୟ, ଡାକ୍ତରଖାନା, ସରକାରୀ କାର୍ଯ୍ୟାଳୟ, ଜନ୍ୱସତି, ବ୍ୟବସାୟ ପ୍ରତିଷ୍ଠାନ ଇତ୍ୟାଦି ଧ୍ୱଂସ କରିବା ସହ ଶହ ଶହ ସ୍କୁଲ ଛାତ୍ରଛାତ୍ରୀଙ୍କୁ ବୋମା ବର୍ଷଣ କରି ହତ୍ୟା କରିଛନ୍ତି। ଇରାନର ମୁଖ୍ୟ ନେତା ଆୟୋତୋଲ୍ଲା ଅଲ୍ଲି ଖାମନେଇଙ୍କୁ ହତ୍ୟା କରାଯାଇଛି । ସିପିଆଇ ପକ୍ଷରୁ ଏହି ଘଟଣାର ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ଓ ଇରାନବାସୀଙ୍କ ସହ ଭାଇଚାରା ପ୍ରଦର୍ଶନ କରାଯାଇଛି। ଯୁଦ୍ଧ ନୁହେଁ ଶାନ୍ତି ଚାହୁଁ - ଧ୍ୱଂସ ନୁହେଁ ଜୀବନ ଚାହୁଁ - ଇରାନ ଉପରେ ଆମେରିକା ଓ ଇସ୍ରାଏଲ ପକ୍ଷରୁ କରାଯାଇଥିବା ଯୁଦ୍ଧ ଅବିଳମ୍ବେ ବନ୍ଦ କରିବା ପାଇଁ ମିଳିତ ଜାତିସଂଘର ସ୍ୱତନ୍ତ୍ର ଅଧେôବଶନ ଡକାଇ ଯୁଦ୍ଧ ବନ୍ଦ ଓ ମଧ୍ୟ ପ୍ରାଚ୍ୟ ଶାନ୍ତି ପ୍ରତିଷ୍ଠା ଉଦ୍ୟମ କରିବାକୁ ଦାବି କରାଯାଇଛି। ଯୁଦ୍ଧ ଅପରାଧୀ ଇସ୍ରାଏଲ ର ପ୍ରଧାନ ମନ୍ତ୍ରୀ ନେତାନ୍ୟାହୁ ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପଙ୍କୁ ଆନ୍ତର୍ଜାତିକ ବିଚାରାଳୟ ରେ ହାଜର କରିବା ପାଇଁ ମିଳିତ ଜାତିସଂଘ ଆଶୁ ପଦକ୍ଷେପ ନେବାକୁ ଦାବି କରାଯାଇଛି। ଏହି ସମସ୍ତ ଦାବି ପୂରଣ ପର୍ଯ୍ୟନ୍ତ ଏହି ଆନ୍ଦୋଳନକୁ ଆହୁରି ବ୍ୟାପକ କରାଇବାକୁ ଓ ଶାନ୍ତି ଆନ୍ଦୋଳନ ଓ ଇରାନ ଓ ପାଲେଷ୍ଟାଇନ ବାସୀଙ୍କ ସହ ଭାଇଚାରା ପ୍ରଦର୍ଶନ ପାଇଁ ସିପିଆଇ ପକ୍ଷରୁ ଆଜି ରାଜମହଲ ଛକରେ ବିକ୍ଷୋଭ ପ୍ରଦର୍ଶନ ବେଳେ ସୂଚନା ଦିଆଯାଇଛି। ଆଜି ଏହି ଆନ୍ଦୋଳନରେ ସିପିଆଇ ରାଜ୍ୟ ସମ୍ପାଦକ ଡଃ ପ୍ରଶାନ୍ତ କୁମାର ମିଶ୍ର, ସହ ସମ୍ପାଦକ ଜୟନ୍ତ ଦାସ,ବିକେଏମୟୁ ରାଜ୍ୟ ସମ୍ପାଦକ ସୁର ଜେନା, ସିପିଆଇ ଭୁବନେଶ୍ୱର ଅଞ୍ଚଳ ସମ୍ପାଦକ କୈଳାସ ପୁହାଣ, ପରମାନନ୍ଦ ବେହେରା, ନୀଳମଣି ସାହୁ, ଛେତମ୍ୱର ଭୋଇ, ୍ୱିକେଏମୟୁ ରାଜ୍ଯ ସହ ସମ୍ପାଦକ ଶଙ୍କର୍ଷଣ ବାରିକ, ଏଆଇଟିୟୁସି ନେତା ଶିବ ବେହେରା, ପ୍ରମୁଖ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ। ଏହା ପୁର୍ବରୁ ସିପିଆଇ ରାଜ୍ୟ ଦପ୍ତର ଭଗବତୀ ଭବନ ଠାରୁ ଏକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande