ସରକାରୀଜାଗାରେ ପଂଚାୟତ ଫ୍ୟାସିଲିଟି କେନ୍ଦ୍ର ନିର୍ମାଣ କରିବାକୁ ଦାବି
କେନ୍ଦ୍ରାପଡା, ୫ ମାର୍ଚ୍ଚ (ହି.ସ.)- କେନ୍ଦ୍ରାପଡା ଜିଲ୍ଲା ଡେରାବିଶ୍ ତହସିଲ୍ ଅନ୍ତର୍ଗତ ରଘୁଦେଇପୁର ପଂଚାୟତରେ ଥିବା ୯୦ ଡିସିମିଲ୍ ସରକାରୀ ଜାଗାକୁ ସ୍ଥାନୀୟ ପ୍ରଭାବଶାଳୀ ଲୋକ ଜୋର୍ ଜବରଦସ୍ତ ନିଜ କବ୍ଜାରେ ରଖିଛନ୍ତି । ଏହି ପଂଚାୟତରେ ପଂଚାୟତ ଫ୍ୟାସିଲିଟି କେନ୍ଦ୍ର(ପଂଚାୟତସୁବିଧା କେନ୍ଦ୍ର) ନ
ସରକାରୀଜାଗାରେ ପଂଚାୟତ ଫ୍ୟାସିଲିଟିକେନ୍ଦ୍ର ନିର୍ମାଣକରିବାକୁ ଦାବି


କେନ୍ଦ୍ରାପଡା, ୫ ମାର୍ଚ୍ଚ (ହି.ସ.)- କେନ୍ଦ୍ରାପଡା ଜିଲ୍ଲା ଡେରାବିଶ୍ ତହସିଲ୍ ଅନ୍ତର୍ଗତ ରଘୁଦେଇପୁର ପଂଚାୟତରେ ଥିବା ୯୦ ଡିସିମିଲ୍ ସରକାରୀ ଜାଗାକୁ ସ୍ଥାନୀୟ ପ୍ରଭାବଶାଳୀ ଲୋକ ଜୋର୍ ଜବରଦସ୍ତ ନିଜ କବ୍ଜାରେ ରଖିଛନ୍ତି । ଏହି ପଂଚାୟତରେ ପଂଚାୟତ ଫ୍ୟାସିଲିଟି କେନ୍ଦ୍ର(ପଂଚାୟତସୁବିଧା କେନ୍ଦ୍ର) ନଥିବାରୁ ପଂଚାୟତବାସୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପ୍ରଭାବଶାଳୀଙ୍କ କବ୍ଜାରୁ ଜମିକୁ ଉଦ୍ଧାର କରି ୧୦ ଡିସିମିଲ୍ ଜାଗାରେ ପଂଚାୟତ ଫ୍ୟାସିଲିଟିକେନ୍ଦ୍ର ନିର୍ମାଣ କରିବା ପାଇଁ ପଂଚାୟତର ଶତାଧିକ ଗ୍ରାମବାସୀ ଉପଜିଲ୍ଲାପାଳ ଅରୁଣକୁମାର ନାୟକଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

ସେଠାରେ ପଂଚାୟତ ଫ୍ୟାସିଲିଟି କେନ୍ଦ୍ର ନିର୍ମାଣ କରିବା ପାଇଁ ଗ୍ରାମରଗଙ୍ଗାଧର ମଲ୍ଲିକ, ଭରତଚନ୍ଦ୍ରମଲ୍ଲିକ, କୃଷ୍ଣଚନ୍ଦ୍ର ମଲ୍ଲିକ, ରବିନ୍ଦ୍ର ମଲ୍ଲିକ, ରାମଚନ୍ଦ୍ରମଲ୍ଲିୁକ, ତପନ ମଲ୍ଲିକ, ନଳିନୀକାନ୍ତ ମଲ୍ଲିକ ପ୍ରମୁଖ ଦାବି କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande