କର୍କଟ ରୋଗରେ ଆକ୍ରାନ୍ତ ବଣ୍ଡା ଯୁବକଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସହାୟତା ପ୍ରଦାନ
ମାଲକାନଗିରି, ୫ ମାର୍ଚ୍ଚ (ହି.ସ.)- ବଣ୍ଡା ଯୁବକ ସନିୟା ଚାଲାଣଙ୍କ କର୍କଟ ରୋଗ ସମ୍ପର୍କରେ ସୂଚନା ପାଇବା ପରେ ଜିଲ୍ଲା ପ୍ରଶାସନ ସହାୟତାର ହାତ ବଢ଼ାଇଛି। ସନିୟାଙ୍କୁ ଉନ୍ନତ ଚିକିତ୍ସା ଯୋଗାଇ ଦେବା ପାଇଁ ପିଏଆଇଟିଡିଏ ଙ୍କ ପକ୍ଷରୁ ୫୦ ହଜାର ଟଙ୍କା ଏବଂ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ରେଡକ୍ରସ ପା
କର୍କଟ ରୋଗରେ ଆକ୍ରାନ୍ତ ବଣ୍ଡା ଯୁବକ ଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସହାୟତା ପ୍ରଦାନ


ମାଲକାନଗିରି, ୫ ମାର୍ଚ୍ଚ (ହି.ସ.)- ବଣ୍ଡା ଯୁବକ ସନିୟା ଚାଲାଣଙ୍କ କର୍କଟ ରୋଗ ସମ୍ପର୍କରେ ସୂଚନା ପାଇବା ପରେ ଜିଲ୍ଲା ପ୍ରଶାସନ ସହାୟତାର ହାତ ବଢ଼ାଇଛି। ସନିୟାଙ୍କୁ ଉନ୍ନତ ଚିକିତ୍ସା ଯୋଗାଇ ଦେବା ପାଇଁ ପିଏଆଇଟିଡିଏ ଙ୍କ ପକ୍ଷରୁ ୫୦ ହଜାର ଟଙ୍କା ଏବଂ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ରେଡକ୍ରସ ପାଣ୍ଠିରୁ ୨୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । କେବଳ ସେତିକି ନୁହେଁ, ସୋନିୟାଙ୍କୁ ଜଣେ ଆମ୍ବୁଲାନ୍ସ ଆଟେଣ୍ଡାଣ୍ଟଙ୍କ ସହ କଟକର ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଆପଣଙ୍କ ସାମାନ୍ୟ ସହଯୋଗ ସନିୟାଙ୍କୁ ନୂଆ ଜୀବନ ଦେବ । ତେବେ ଯଦି କେହି ସହୃଦୟ ବ୍ୟକ୍ତି କର୍କଟ ପୀଡିତ ସନିୟାଙ୍କୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି ଫୋନପେ ନଂ-୭୬୫୬୦୬୯୦୧୭ରେ ଆର୍ଥିକ ସହଯୋଗ ଦେଇପାରିବେ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande