ଦେଶି ଓ ବିଦେଶି ମଦ ଚାଲାଣ ବେଳେ ଚଢଉ, ୩ ଗିରଫ
ଜୟପୁର, ୫ ମାର୍ଚ୍ଚ (ହି.ସ.)- ଦେଶି ଓ ବିଦେଶି ମଦ ଚାଲାଣ ବେଳେ ଜୟପୁର ଅବକାରି ଥାନା ଆଜି ଚଢଉ କରି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ୩ ଅଭିଯୁକ୍ତ ହେଲେ ସଲପିଆଗୁଡା ଗ୍ରାମର ରାମ ଚନ୍ଦ୍ର ଅମନାତ୍ୟ ଓ ଗୁରୁ ଅମନାତ୍ୟ, ସାନ ମୁଣ୍ଡାପଦର ଗ୍ରାମର ଦିନୁ ଖସୋଲା । ସୂଚନା ଅନୁଯାୟୀ, ଦେଶି
ଦେଶି ଓ ବିଦେଶି ମଦ ଚାଲାଣ ବେଳେ ଚଢାଉ, ୩ ଗିରଫ


ଜୟପୁର, ୫ ମାର୍ଚ୍ଚ (ହି.ସ.)- ଦେଶି ଓ ବିଦେଶି ମଦ ଚାଲାଣ ବେଳେ ଜୟପୁର ଅବକାରି ଥାନା ଆଜି ଚଢଉ କରି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ୩ ଅଭିଯୁକ୍ତ ହେଲେ ସଲପିଆଗୁଡା ଗ୍ରାମର ରାମ ଚନ୍ଦ୍ର ଅମନାତ୍ୟ ଓ ଗୁରୁ ଅମନାତ୍ୟ, ସାନ ମୁଣ୍ଡାପଦର ଗ୍ରାମର ଦିନୁ ଖସୋଲା । ସୂଚନା ଅନୁଯାୟୀ, ଦେଶି ମଦ ଚାଲାଣ ହେଉଥିବା ଖବର ପାଇ ଜୟପୁର ଅବକାରି ଥାନା ପକ୍ଷରୁ ସନପିଆଗୁଡା ଓ ସାନ ମୁଣ୍ଡାପଦର ଗ୍ରାମରେ ଚଢଉ କରାଯାଇଛି । ଚଢଉ କରି ୧୭ ଲିଟର ଦେଶି ମଦ ଓ ୮.୪୫ ଲିଟର ବିଦେଶି ମଦ ଜବତ କରିଛି । ଗିରଫ ୩ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ବିଷୟ ଜୟପୁର ଅବକାରି ଥାନା ଓଆଇସି ସୁବ୍ରତ କେଶୋରି ହିରନ ସୂଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande