ଅସ୍ମିତା ଅନ୍ତର୍ଜାତୀୟ ମହିଳା ଦିବସ ନିମନ୍ତେ ସାମ୍ବାଦିକ ସମ୍ମିଳନୀ
କେନ୍ଦ୍ରାପଡ଼ା, ୫ ମାର୍ଚ୍ଚ (ହି.ସ.)-କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ମାଇଁ ଭାରତ, ସ୍ପୋର୍ଟସ ଅଥରିଟି ଅଫ ଇଣ୍ଡିଆ ଓ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ (କ୍ରୀଡା ବିଭାଗ) ମିଳିତ ଆନୁକୂଲ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲାରେ ମାର୍ଚ୍ଚ ୬ ତାରିଖ ଠାରୁ ମାର୍ଚ୍ଚ ୮ ତାରିଖ ତିନିଦିନ ବ୍ୟାପି ଅସ୍ମିତା
ଅସ୍ମିତା ଅନ୍ତର୍ଜାତୀୟ ମହିଳା ଦିବସ ନିମନ୍ତେ ସାମ୍ବାଦିକ ସମ୍ମିଳନୀ


କେନ୍ଦ୍ରାପଡ଼ା, ୫ ମାର୍ଚ୍ଚ (ହି.ସ.)-କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ମାଇଁ ଭାରତ, ସ୍ପୋର୍ଟସ ଅଥରିଟି ଅଫ ଇଣ୍ଡିଆ ଓ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ (କ୍ରୀଡା ବିଭାଗ) ମିଳିତ ଆନୁକୂଲ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲାରେ ମାର୍ଚ୍ଚ ୬ ତାରିଖ ଠାରୁ ମାର୍ଚ୍ଚ ୮ ତାରିଖ ତିନିଦିନ ବ୍ୟାପି ଅସ୍ମିତା ଅନ୍ତର୍ଜାତୀୟ ମହିଳା ଦିବସ-୨୦୨୬ ଅନୁଷ୍ଠିତ ହେବ। ଅନ୍ତର୍ଜାତୀୟ ମହିଳା ଦିବସ ପାଳନରେ କେନ୍ଦ୍ର ତଥା ରାଜ୍ୟସରକାରଙ୍କ ମୂଳ ଲକ୍ଷ୍ୟ ରହିଛି “ସଶକ୍ତମହିଳା ସଶକ୍ତ ରାଷ୍ଟ୍ର” ଗଠନ। ଜିଲ୍ଲା କାର୍ୟ୍ୟାଳୟ ସଦଭାବନା ସଭାଗୃହରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ରଘୁରାମ ଆର ଆୟର ପ୍ରକାଶ କରିଛନ୍ତି ଯେ, ମହିଳାମାନଙ୍କ ମଧ୍ୟରେ ଏହି ଦିବସ ଉପଲକ୍ଷେ କ୍ରୀଡା, ଦୌଡ ଆଦି ଶାରୀରିକ ଦକ୍ଷତା ପ୍ରତିଯୋଗିତା ସହ ପୋଷଣ, ମାନସିକ ଶକ୍ତି ବୃଦ୍ଧି, ଉତ୍ତମ ସ୍ୱାସ୍ଥ୍ୟ ରକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ କାର୍ୟ୍ୟକ୍ରମ ଅନୁଷ୍ଠିତ ହେବ। ତତସହିତ ସେମାନଙ୍କୁ ସ୍ଵସୁରକ୍ଷା ଓ ସାଇବର କ୍ରାଇମ ସୁରକ୍ଷା ସମ୍ପର୍କରେ ସଚେତନ କରିବାକୁ କାର୍ୟ୍ୟକ୍ରମ ଗ୍ରହଣ କରାଯାଇଛି ବୋଲି ମଧ୍ୟ ଜିଲ୍ଲାପାଳ ମତ ପ୍ରକାଶ କରିଥିଲେ।

ମାର୍ଚ୍ଚ ୬ ଓ ୭ ତାରିଖରେ ଇଚ୍ଛାପୁର ନିକଟସ୍ଥ ଷ୍ଟାଡିୟମରେ ମହିଳାମାନଙ୍କ ନିମନ୍ତେ ଯୋଗାଭ୍ୟାସ, ଶାରୀରିକ ଓ ମାନସିକ ସାମ୍ୟର୍ଥ, ପୋଷଣ, ସ୍ଵସୁରକ୍ଷା ନିମନ୍ତେ ଜୁଡୋ, କରାଟେ, ବକ୍ସିଂ ଆଦି ପ୍ରଦର୍ଶନ କାର୍ୟ୍ୟକ୍ରମ ରହିଛି। ୮ ତାରିଖରେ ଡେରାବିଶ ମିନି ଷ୍ଟାଡିୟମରେ ୧୩ ବର୍ଷରୁ କମ, ୧୩ରୁ ୧୮ବର୍ଷ ଓ ୧୮ ବର୍ଷରୁ ଅଧିକା ବିଭିନ୍ନ ବର୍ଗର ଯଥା ସ୍କୁଲ, କଲେଜ, ଏସଏଚଜି, କର୍ମଜୀଵୀ, ପୋଲିସଆଦି ବିଭାଗର ବାଳିକା ଓ ମହିଳାମାନେ ମାରାଥନ, ଦୌଡ, କୌତୁକ ପ୍ରତିଯୋଗିତାରେ ଭାଗ ନେଇ ନିଜ ନିଜର ଦକ୍ଷତା ପ୍ରଦର୍ଶନ କରିପାରିବେ। ଏହି ସମସ୍ତ କାର୍ୟ୍ୟକ୍ରମ ସକାଳ ୬.୩୦ ମିନିଟ ଠାରୁ ୯.୩୦ମିନିଟ ସମୟ ମଧ୍ୟରେ ଅନୁଷ୍ଠିତ ହେବ।ସୂଚନା ଯୋଗ୍ୟ ଯେସାରା ଭାରତରେ ୨୫୦ ଟି ସ୍ଥାନରେ ଏହି କାର୍ୟ୍ୟକ୍ରମ ହେଉଥିବା ବେଳେ ଆମ ରାଜ୍ୟରେ ୭ ଟି ଜିଲ୍ଲାରେ ଅନୁଷ୍ଠିତ ହେବ। ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶୋକ ବଳିୟାରସିଂହ, ଡିପିସି (ମମତା ) ମନୋରଞ୍ଜନ ଦାସ ଓ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗ ଦେଇଥିଲେ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande