
କେନ୍ଦ୍ରାପଡା, ୫ ମାର୍ଚ୍ଚ (ହି.ସ.)- କେନ୍ଦ୍ରାପଡାର ପ୍ରାକ୍ତନ ସାଂସଦ ଅର୍ଚ୍ଚନା ନାୟକ ନିମାଇଁ ଚରଣ ମାନସିକ ଅନଗ୍ରସର ବିଦ୍ୟାଳୟ ପରିସରରେ ତାଙ୍କ ଷାଠିଏତମ ଜନ୍ମଦିନକୁ ନିଆରା ଢଙ୍ଗରେ ମାନସିକ ଅନଗ୍ରସର ଓ ବଧିର ପିଲାମାନଙ୍କ ଗହଣରେ ପାଳନ କରିଥିଲେ । ପିଲାମାନଙ୍କ ସହ ମିଶି ବାର୍ତ୍ତାଳାପ କରିବା ସହ ମିଷ୍ଠାନ ବଣ୍ଟନ କରିଥିଲେ।ପିଲାମାନେ ନାଚଗୀତରେ ମଶଗୁଲ୍ ହୋଇଯାଇଥିଲେ। ପିଲାମାନଙ୍କ ସମସ୍ୟା ଓ ବିଦ୍ୟାଳୟର ସମସ୍ୟା ବିଷୟ ଆଲୋଚନା କରିଥିଲେ।ଏହି ଅବସରରେ ଅଧ୍ୟକ୍ଷ ସ୍ଵପ୍ନ।ଶୁ କୁମାର ଦାସ, ସ୍ବତନ୍ତ୍ର ଶିକ୍ଷକ ପ୍ରଦ୍ୟୁମ୍ନ କୁମାର ଦାସ, କବିତା ମୁଦୁଲି, ସୁନୀଲ ସାଗର ଶତପଥୀ, ନିରାକାର ଷଡଙ୍ଗୀ, ସୁକାନ୍ତ କର, ମିତା ଦାସ, କଳ୍ପନା ପ୍ରଧାନ, ଦଧିବାମନଜୀଉ ବଧିର ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ନିନା ଭୋଳ, ଅସୀମ। ରଥ, ସ୍ନେହ।ଞ୍ଜଳୀ ଦାସ, ପ୍ରଦୀପ ମଲ୍ଲିକ, ଅରୁଣ ଦାସ, ସେକ୍ଶ୍ୟାମସୁଦିନ, ସୌରି ସେଠି ପ୍ରମୁଖ ଉପସ୍ଥିତ ଥିଲେ।ବିଶିଷ୍ଟ ସମାଜସେବୀ ଡଃ. ନାରାୟଣ ପତି ଉପସ୍ଥିତ ରହି ପୁଷ୍ପଗୁଚ୍ଛ ଓ ଉତ୍ତୋରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ।ସ୍ଵତନ୍ତ୍ର ଶିକ୍ଷୟତ୍ରୀ କବିତା ମୁଦୁଲି ଧନ୍ୟବାଦ୍ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ରବି