
କେନ୍ଦ୍ରାପଡା, ୫ ମାର୍ଚ୍ଚ (ହି.ସ.)- କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ ଅନ୍ତର୍ଗତ ରଘୁଦେଇପୁର ପଂଚାୟତର ୮୦ ଗୋଟି ସ୍ୱୟଂସହାୟିକା ଗୋଷ୍ଠୀ ପାଇଁ ମିଶନ ଶକ୍ତିର ଗୃହ ନଥିବାରୁ ବିଭିନ୍ନ କାର୍ଯ୍ୟପାଇଁ ସ୍ୱୟଂ ସହାୟିକା ଗୋଷ୍ଠୀ ମହିଳାମାନେ ସ୍କୁଲ୍ ବାରଣ୍ଡା ଓ ଗଛ ତଳେ କାର୍ଯ୍ୟ କରୁଛନ୍ତି ।ରଘୁଦେଇପୁର ପଂଚାୟତରେ ଥିବା ସରକାରୀ ଜମିଦେଇ ସେଠାରେ ମିଶନ୍ ଶକ୍ତି ଗୃହ ନିର୍ମାଣ କରିବା ପାଇଁ ଭାରତୀମଲ୍ଲିକ, ସ୍ୱର୍ଣ୍ଣଲତା ମଲ୍ଲିକ, ପ୍ରମୋଦିନୀ ମଲ୍ଲିକ, କନକଲତା ମଲ୍ଲିକ, ମଧୁସ୍ମିତା ମଲ୍ଲିକ ପ୍ରମୁଖ ଉପଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ରବି