ୟୁଜିସି ଆଇନ ସମର୍ଥନରେ ଜିଲ୍ଲା ଓବିସି ଏସଟି ଏସସି ମଞ୍ଚର ଗଣଧାରଣା ଓ ବିକ୍ଷୋଭ
ବଲାଙ୍ଗିର, ୫ ମାର୍ଚ୍ଚ (ହି.ସ.)- ଆଜି ବଲାଙ୍ଗୀର ଜିଲ୍ଲା ଓବିସି ଏସ୍ ଟି ଏସ୍ ସି ମଞ୍ଚ ତଥା ଅନେକ ଗୁଡ଼ିଏ ମୂଳନିବାସୀ ସଂଗଠନ ମାନେ ରାଜ୍ୟ ଓବିସି ମଞ୍ଚ ର ସଭାପତି ତଥା ଓବିସି ଏସ୍ ଟି ଏସ୍ ସି ମିଳିତ ମଞ୍ଚର ଆବାହକ ଶଙ୍କର ପାତ୍ରଙ୍କ ନେତୃତ୍ବରେ ଶତାଧିକ ଜନସଂଖ୍ୟାର ଏକ ବିଶାଳ ଶୋଭାଯାତ୍ରାରେ କୋଶଳ
ୟୁଜିସି ଆଇନ ସମର୍ଥନରେ ଜିଲ୍ଲା ଓବିସି ଏସ୍ ଟି ଏସ୍ ସି ମଞ୍ଚ ର ଗଣଧାରଣା ଏବଂ ବିକ୍ଷୋଭ


ୟୁଜିସି ଆଇନ ସମର୍ଥନରେ ଜିଲ୍ଲା ଓବିସି ଏସ୍ ଟି ଏସ୍ ସି ମଞ୍ଚ ର ଗଣଧାରଣା ଏବଂ ବିକ୍ଷୋଭ


ୟୁଜିସି ଆଇନ ସମର୍ଥନରେ ଜିଲ୍ଲା ଓବିସି ଏସ୍ ଟି ଏସ୍ ସି ମଞ୍ଚ ର ଗଣଧାରଣା ଏବଂ ବିକ୍ଷୋଭ


ୟୁଜିସି ଆଇନ ସମର୍ଥନରେ ଜିଲ୍ଲା ଓବିସି ଏସ୍ ଟି ଏସ୍ ସି ମଞ୍ଚ ର ଗଣଧାରଣା ଏବଂ ବିକ୍ଷୋଭ


ୟୁଜିସି ଆଇନ ସମର୍ଥନରେ ଜିଲ୍ଲା ଓବିସି ଏସ୍ ଟି ଏସ୍ ସି ମଞ୍ଚ ର ଗଣଧାରଣା ଏବଂ ବିକ୍ଷୋଭ


ବଲାଙ୍ଗିର, ୫ ମାର୍ଚ୍ଚ (ହି.ସ.)- ଆଜି ବଲାଙ୍ଗୀର ଜିଲ୍ଲା ଓବିସି ଏସ୍ ଟି ଏସ୍ ସି ମଞ୍ଚ ତଥା ଅନେକ ଗୁଡ଼ିଏ ମୂଳନିବାସୀ ସଂଗଠନ ମାନେ ରାଜ୍ୟ ଓବିସି ମଞ୍ଚ ର ସଭାପତି ତଥା ଓବିସି ଏସ୍ ଟି ଏସ୍ ସି ମିଳିତ ମଞ୍ଚର ଆବାହକ ଶଙ୍କର ପାତ୍ରଙ୍କ ନେତୃତ୍ବରେ ଶତାଧିକ ଜନସଂଖ୍ୟାର ଏକ ବିଶାଳ ଶୋଭାଯାତ୍ରାରେ କୋଶଳ କଳାମଣ୍ଡଲ ପଡିଆ ଠାରୁ ବାହାରି ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ୟୁଜିସି ଆଇନ ୨୦୨୬ କୁ ସମର୍ଥନ ଜଣାଇ ବିଭିନ୍ନ ବକ୍ତାମାନେ ନିଜର ବକ୍ତବ୍ୟ ରଖିଥିଲେ। ଉକ୍ତ ୟୁଜିସି ଆଇନକୁ ୨୯ ଜାନୁଆରୀ ୨୦୨୬ ଦିନ ସୁପ୍ରିମକୋର୍ଟର ରହିତାଦେଶ ଦୁର୍ଭାଗ୍ୟଜନକ ବୋଲି ବକ୍ତା ମାନେ ନିଜର ବକ୍ତବ୍ୟରେ କହିଥିଲେ। ଏହି ଆଇନକୁ ଆହୁରି କଡାକଡି କରି ତୁରନ୍ତ କାର୍ଯ୍ୟକାରୀ କରିବାକୁ ଓ ଜନଗଣନା ୨୦୨୭ ରେ ଜନଗଣନା ଫର୍ଦ୍ଦ ର ୧୨ ନମ୍ବର ପ୍ରଶ୍ନରେ ଏସଟି,ଏସସି ଅନ୍ୟାନ୍ୟ ସହିତ ସ୍ଵତନ୍ତ୍ର ଭାବେ ଓବିସିଙ୍କ ତଥ୍ୟ ସଂଗ୍ରହ କରିବାକୁ ଜିଲ୍ଲାପାଳ ବଲାଙ୍ଗୀରଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତିଙ୍କୁ ମେମୋରେଣ୍ଡମ ପ୍ରଦାନ କରାଯାଇଥିଲା। ୟୁଜିସି ଆଇନ ୨୦୨୬କୁ ସମର୍ଥନ ଜଣାଇ ଜନଗଣନା ୨୦୨୭ରେ ଓବିସିଙ୍କୁ ସ୍ଵତନ୍ତ୍ର ଭାବେ ସାମିଲ କରି ତଥ୍ୟ ସଂଗ୍ରହ କରିବା ଦାବି କରି ଆଦିବାସୀ ନେତା ସତ୍ୟନାରାୟଣ ଭୋଇ, ଓବିସି କୃଷକ ନେତା ଯତୀ ପ୍ରଧାନ, ରାଜ୍ୟ ଓବିସି ମଞ୍ଚ କୋଷାଧ୍ୟକ୍ଷ ପ୍ରଦେଶୀ ବିଶ୍ଵାଳ, ରାସ ବିହାରୀ ମାଝୀ, ନିକେଶ କୁମ୍ଭାର (ଭିମ ଆର୍ମି), ଅଚ୍ୟୁତ କୁମ୍ଭାର ( ଭିମ ଆର୍ମି), ବିଶିଷ୍ଟ ଦଲିତ ନେତା ପାଣ୍ଡବ କୁମ୍ଭାର, ବରିଷ୍ଠ ଓକିଲ, ଦିନେଶ ନାଗ, ଟଙ୍କଧର ଗଡତ୍ଯା, ବେଲାର ସିଂ ଭୋଇ ସଭାପତି କୁଲୁତା ସମାଜ ବଲାଙ୍ଗୀର, ଶଙ୍କର୍ଷଣ ପ୍ରଧାନ କୁଲତା ସମାଜ ବଲାଙ୍ଗୀର

ପୌରାଞ୍ଚଳ, ମନୋରଞ୍ଜନ ସାହୁ ମଧୁବଶ୍ଯ ସମାଜ ବଲାଙ୍ଗୀର ଉମା ସାହୁ ତେଲି ସମାଜ ବଲାଙ୍ଗୀର, ଗଙ୍ଗାଧର ଖମାରୀ ସଭାପତି ଡୁମାଲ ସମାଜ ସୋନପୁର,ଆନନ୍ଦ ପଧାନ ଓବିସି ମଞ୍ଚ ଆଗଲପୁର ବ୍ଳକ, ବାଳକୃଷ୍ଣ ଷାଣ୍ଡ ଏନ୍ ଏ ପି ଏମ୍ ବଲାଙ୍ଗୀର, ଅଜୟ ବାରିକ, ବାମସେଫ, କୌଶଲ୍ୟା କୁମ୍ଭାର ସାବିତ୍ରୀ ବାଇ ଫୁଲେ ମହାସଂଘ, ସୁବାସିନୀ ସାହୁ, ପୂର୍ଣଚନ୍ଦ୍ର ବିଶ୍ଵାଳ, ସରୋଜ କୁମାର ମେଶ୍ଵା ସଂଯୋଜକ ଓବିସି ମଞ୍ଚ ଓଡ଼ିଶା, ବିରେନ୍ଦ୍ର ରାୟ, ନଟରାଜ ନାଗ,ଦଣ୍ଡୁଆ କୁମାର, ଲଲିତ ମହାନନ୍ଦ, ରମାକାନ୍ତ ରାବଣ ଭିମ ଆର୍ମି, ରାଜେନ୍ଦ୍ର ବଘାର, ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ। ଏଥିରେ ବଲାଙ୍ଗୀର ଜିଲ୍ଲା ଏବଂ ଜିଲ୍ଲା ବାହାରୁ ଶତାଧିକ ଓବିସି ଏସ୍ ଟି ଏସ୍ ସି ଏବଂ ବିଭିନ୍ନ ସଂଗଠନର କର୍ମକର୍ତ୍ତା ଦଳ ମତ ନିର୍ବିଶେଷରେ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇ ଯୋଗଦାନ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande