ଭାରସାମ୍ୟ ହରାଇ ଘରେ ପଶିଲା ହାଇୱା, ବୃଦ୍ଧା ମୃତ
କୋରେଇ, ୦୫ ମାର୍ଚ୍ଚ (ହି.ସ.) - ପାଣିକୋଇଲି ଥାନା ଅନ୍ତର୍ଗତ କରଦା ପଂଚାୟତର ପଳସା ଆଦିବାସୀ ବସ୍ତିରେ ହୋଲି ରାତ୍ରୀରେ ଏକ ଅଭାବନୀୟ ଘଟଣା ଗଟିଛି । ହାଇୱା ଦୁର୍ଘଟଣାରେ ଜଣେ ବୃଦ୍ଧାର ମୃତ୍ୟୁ ଘଟିଛି । ପ୍ରକାଶଯେ ବୁଧବାର ବିଳମ୍ବିତ ରାତ୍ରୀରେ ସଠିପୁର ବରୁଣ୍ଡାଇ ରାସ୍ତାରେ କଂଟାବଣିଆ ବାଲିଘାଟକୁ ବା
ଭାରସାମ୍ୟ ହରାଇ ଘରେ ପଶିଲା ହାଇୱା, ବୃଦ୍ଧା ମୃତ


କୋରେଇ, ୦୫ ମାର୍ଚ୍ଚ (ହି.ସ.) - ପାଣିକୋଇଲି ଥାନା ଅନ୍ତର୍ଗତ କରଦା ପଂଚାୟତର ପଳସା ଆଦିବାସୀ ବସ୍ତିରେ ହୋଲି ରାତ୍ରୀରେ ଏକ ଅଭାବନୀୟ ଘଟଣା ଗଟିଛି । ହାଇୱା ଦୁର୍ଘଟଣାରେ ଜଣେ ବୃଦ୍ଧାର ମୃତ୍ୟୁ ଘଟିଛି । ପ୍ରକାଶଯେ ବୁଧବାର ବିଳମ୍ବିତ ରାତ୍ରୀରେ ସଠିପୁର ବରୁଣ୍ଡାଇ ରାସ୍ତାରେ କଂଟାବଣିଆ ବାଲିଘାଟକୁ ବାଲି ପାଇଁ ଯାଉଥିବା ଏକ ହାଇୱା ( ଓଡି୨୨ଜି ୪୨୧୨) ଦ୍ରୁତ ଗତିରେ ଯାଇ ଭାରସାମ୍ୟ ହରାଇ ରାସ୍ତା ଡିଭାଇଡର ପାର ହୋଇ ପଳସା ଅଦିବାସୀ ବସ୍ତିରେ ଜଗା ମୁଣ୍ଡା ଘରେ ପିଟି ହୋଇଥିଲା । ରାସ୍ତା ଠାରୁ ପ୍ରାୟ ୧ଶହ ମିଟର ଦୂରରେ ଥିବା ଉକ୍ତ ଘର ସମ୍ମୁଖ ବାରଣ୍ଡାରେ ତାଙ୍କ ସ୍ତ୍ରୀ ଦୂତୀ ମୁଣ୍ଡା (୭୩) ବସିଥିବା ବେଳେ ସେ ଦୁର୍ଘଟଣାର ଶିକାର ହୋଇଥିଲେ । ହାଇୱାଟି ଘର ଛାତରେ ଲାଗି ରହିଯିବାରୁ ଅଧିକ ଦୁର୍ଘଟଣାରୁ ମୁକ୍ତି ମିଳିଥିଲା । ଖବରପାଇ ସାହି ଲୋକ ଓ ପଳସା ଗ୍ରାମବାସୀଙ୍କ ଭିଡ ଜମିଥିଲା । ଦୂତୀକୁ ଉଦ୍ଧାର କରି ଯାଜପୁର ମୁଖ୍ୟ ଚିକତ୍ସାଳୟକୁ ପଠାଯାଇଥିଲା । ସେଠାରେ ତାର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । ଖବର ପାଇ ଥାନାଧିକାରୀ ରଂଜିତ ମହାନ୍ତି, ସବଇନ୍ସପେକ୍ଟର ପ୍ରଶାନ୍ତ କୁମାର ଦାଶ ଘଟଣାସ୍ଥଳେ ପହଂଚିଥିଲେ । କ୍ଷତିପୂରଣ ଦାବୀରେ ଉତ୍ୟକ୍ତ ଲୋକମାନେ ହାଇୱାଟିକୁ ସେଠାରୁ ଛାଡିନଥିଲେ । ପରେ ଘଟଣାସ୍ଥଳେ ହାଇୱାର ମାଲିକ ବାଲେଶ୍ୱର ସିମୂଳିଆ ଗୋବିନ୍ଦ ସାହୁ ପହଂଚି ଘର ମରାମତି ଓ ଚିକିତ୍ସା ଖର୍ଚ୍ଛ ଦେବାକୁ ଲିଖିତ ପ୍ରତିଶୃତି ଦେବା ପରେ ଗାଡିଟିକୁ ବାହାର କରାଯାଇଥିଲା । ପୁଲିସ ହାଇୱାଟିକୁ ଜବତ କରିବା ସହ ଚାଳକ ମାଖନକୁ ଅଟକ ରଖିଛି । ମାତ୍ର କଟକରେ ଚିକତ୍ସିତ ଅବସ୍ଥାରେ ରାତିରେ ଦୁତୀର ମୃତ୍ୟୁ ଘଟିଥିଲା । ପୁଅ ଜଳଧର କଟକରେ ପହଂଚି ଶବ ବ୍ୟଚ୍ଛ୍ୟେଦ କରି ଗ୍ରାମକୁ ଆଣି ଶବ ସତ୍କାର କରିଥିଲେ । ଏନେଇ ପୁଲିସ ମାମଲ।। ରୁଜ୍ଜୁ କରି ତଦନ୍ତ ଜାରି ରଖିଛି ।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande