ପୂଜ୍ୟପୂଜା ସଂସଦର ୪୯ତମ ଫଗୁ ମିଳନ, ବସନ୍ତ ରାସୋତ୍ସବ ଏକ ବର୍ଣ୍ଣିଳ ପ୍ରୀତିମୟ ମହୋତ୍ସବ
ଭଦ୍ରକ, ୫ ମାର୍ଚ୍ଚ (ହି.ସ.) - ବସନ୍ତ ରାସୋତ୍ସବ ଏକ ମାର୍ମିକ ତଥା ବର୍ଣ୍ଣିଳ ପ୍ରୀତିମୟ ମହୋତ୍ସବ। ଶ୍ରୀରାଧା ଓ ଶ୍ରୀକୃଷ୍ଣଙ୍କର ଅପୂର୍ବ ମିଳନର ଆଧ୍ୟାତ୍ମିକ ତଥା ଭବ୍ୟ ଏହି ଉତ୍ସବଟି ଏକ ବିଶିଷ୍ଟ ପର୍ବ ଭାବେ ପରିଗଣିତ। ଦୋଳ ଯାତ୍ରା ଶ୍ରୀକୃଷ୍ଣଙ୍କର ଗୋପଲୀଳାର ନିଦର୍ଶନ । ରାଧା ଦାମୋଦରଙ୍କ ଗୋପଗୋ
PUJYAPUJA SANSAD FAGU MILAN


ଭଦ୍ରକ, ୫ ମାର୍ଚ୍ଚ (ହି.ସ.) - ବସନ୍ତ ରାସୋତ୍ସବ ଏକ ମାର୍ମିକ ତଥା ବର୍ଣ୍ଣିଳ ପ୍ରୀତିମୟ ମହୋତ୍ସବ। ଶ୍ରୀରାଧା ଓ ଶ୍ରୀକୃଷ୍ଣଙ୍କର ଅପୂର୍ବ ମିଳନର ଆଧ୍ୟାତ୍ମିକ ତଥା ଭବ୍ୟ ଏହି ଉତ୍ସବଟି ଏକ ବିଶିଷ୍ଟ ପର୍ବ ଭାବେ ପରିଗଣିତ। ଦୋଳ ଯାତ୍ରା ଶ୍ରୀକୃଷ୍ଣଙ୍କର ଗୋପଲୀଳାର ନିଦର୍ଶନ । ରାଧା ଦାମୋଦରଙ୍କ ଗୋପଗୋପୀମାନଙ୍କ ସହିତ ରଙ୍ଗ ପିଚକାରି ଖେଳ ଶ୍ରୀମଦ୍ ଭାଗବତ ବର୍ଣ୍ଣିତ ରାସଲୀଳାର ସ୍ମୃତି ବହନ କରିଥାଏ । କବି ଲେଖନୀରେ ଏହା ଜୀବନ୍ତ ଭାବରେ ରୂପ ନେଇଥାଏ । କବିର ଭାବବିଳାସୀ ମନ ଉପରେ ଏହାର ପ୍ରଭାବ ଯଥେଷ୍ଟ ବୋଲି ଭଦ୍ରକ ପୂଜ୍ୟପୂଜା ସଂସଦ ପକ୍ଷରୁ ଆୟୋଜିତ ୪୯ତମ ସାରସ୍ୱତ ଫଗୁ ମିଳନ ଉତ୍ସବରେ ଗବେଷକ ଓ ସାହିତ୍ୟିକମାନେ ମତ ପ୍ରକାଶ କରିଛନ୍ତି । ଭାଗବତ କଲ୍ୟାଣ ମଣ୍ଡପ ପରିସରରେ ଆୟୋଜିତ ଉତ୍ସବରେ ମୁଖ୍ୟବକ୍ତା ଭାବେ ଆଧ୍ୟାତ୍ମିକ ପ୍ରବକ୍ତା ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ କହିଲେ ଯଦି ଆମେ ସମସ୍ତେ ମନକୁ ଆଧ୍ୟାତ୍ମିକତା ରଙ୍ଗରେ ରଙ୍ଗିନ କରିବାକୁ ଚାହୁଁ ତେବେ ନିଜ ଭିତରେ ଥିବ ସମସ୍ତ ବିକାରକୁ ବିନାଶ କରିବାକୁ ହେବ। ମୁଖ୍ୟଅତିଥି ଭାବେ ଡ. ହରେକୃଷ୍ଣ ମହତାବ ମହାବିଦ୍ୟାଳୟର ଅଧ୍ୟକ୍ଷ ଯୁଧିଷ୍ଠିର କୁଅଁର ଯୋଗଦେଇ କବି ବସନ୍ତକୁ ଅତ୍ୟନ୍ତ ଆନ୍ତରିକତା ସହିତ ଚିତ୍ରଣ କରିବାରେ ତା’ର ସାଧନା ଓ ଅନୁଭବକୁ ପ୍ରୟୋଗ କରିଥାଏ ବୋଲି କହିଥିଲେ । ଡ. ଗୋଲକ ବିହାରୀ ସାହୁଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଫଗୁ ମିଳନରେ ଅଧ୍ୟାପକ ଦତାତ୍ରେୟ ଦାସ ମଂଚ ସଂଚାଳନ କରିଥିବା ବେଳେ, ଅନୁଷ୍ଠାନର ସହ ସଂପାଦକ ବୈକୁଣ୍ଠ ବିଶ୍ୱାଳ ଅତିଥିମାନଙ୍କୁ ମଂଚ ଆବାହନ ଓ ଅନୁଷ୍ଠାନର ସଂପାଦକ ରୂପକ ବିହାରୀ ରାୟ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିଲେ। ପଣ୍ଡିତ ଘନଶ୍ୟାମ ଲେଙ୍କାଙ୍କ ବେଦପାଠ ପରେ ପାରମ୍ପରିକ ସାରସ୍ୱତ ବସନ୍ତ ଉତ୍ସବର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏହି ଅବସରରେ ଆୟୋଜିତ ବହୁଭାଷୀ କବି ସମ୍ମିଳନୀରେ ଶତାଧିକ କବି ଓ କବୟିତ୍ରୀଙ୍କ ସ୍ୱରଚିତ ଫଗୁ ଫଗୁଣ ଆଧାରିତ ବସନ୍ତ କବିତା ପରିବେଶକୁ ଉଲ୍ଲସିତ କରିଦେଇଥିଲା । ଋତୁରାଜ ଅକ୍ଷୟ ଓ ଅରୁପାନନ୍ଦ ନାୟକଙ୍କ ଉତ୍ସବ ସଂଯୋଜନା କରିଥିବା ବେଳେ କବି ଜଗନ୍ନାଥ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande