ବିଶିଷ୍ଟ ସମାଜସେବୀ ପ୍ରଭୁଦାନ ଭତ୍ରାଙ୍କ ୫ମ ଶ୍ରାଦ୍ଧ ବାର୍ଷିକୀ ସଭା ପାଳନ
ଜୟପୁର, ୫ ମାର୍ଚ୍ଚ (ହି.ସ.)- ଫ୍ଲୋରେନ୍ସ ନାଇଟିଙ୍ଗଲ୍ ସ୍କୁଲ ଅଫ୍ ନର୍ସିଂ ଜୟପୁର ଠାରେ ପ୍ରଭୁଦାନ ଭତ୍ରା ସ୍ମୃତି ସଂସଦ ଆନୁକୁଲ୍ୟରେ ସ୍ଵର୍ଗତ ପ୍ରଭୁଦାନ ଭତ୍ରାଙ୍କ ୫ମ ତିରୋଧାନ ଦିବସ ତଥା ଶ୍ରାଦ୍ଧବାର୍ଷିକୀ ପାଳନ କରାଯାଇଛି। ଏହି ଅବସରରେ ବରିଷ୍ଠ ସାହିତ୍ୟିକ ପ୍ରମୋଦ ରାଉଳ ଅତିଥି ଆମନ୍ତ୍ରଣ ଓ
ବିଶିଷ୍ଟ ସମାଜସେବୀ ପ୍ରଭୁଦାନ ଭତ୍ରାଙ୍କ ୫ମ ମୃତ୍ୟୁ ବାର୍ଷିକୀ ସଭା ପାଳନ


ଜୟପୁର, ୫ ମାର୍ଚ୍ଚ (ହି.ସ.)- ଫ୍ଲୋରେନ୍ସ ନାଇଟିଙ୍ଗଲ୍ ସ୍କୁଲ ଅଫ୍ ନର୍ସିଂ ଜୟପୁର ଠାରେ ପ୍ରଭୁଦାନ ଭତ୍ରା ସ୍ମୃତି ସଂସଦ ଆନୁକୁଲ୍ୟରେ ସ୍ଵର୍ଗତ ପ୍ରଭୁଦାନ ଭତ୍ରାଙ୍କ ୫ମ ତିରୋଧାନ ଦିବସ ତଥା ଶ୍ରାଦ୍ଧବାର୍ଷିକୀ ପାଳନ କରାଯାଇଛି। ଏହି ଅବସରରେ ବରିଷ୍ଠ ସାହିତ୍ୟିକ ପ୍ରମୋଦ ରାଉଳ ଅତିଥି ଆମନ୍ତ୍ରଣ ଓ ପରିଚୟ ପ୍ରଦାନ କରିଥିବା ବେଳେ ଡ. ସୁଧାଂଶୁ ଶେଖର ପଟ୍ଟନାୟକ ସଭାପତିତ୍ୱ କରିବା ସହ ସମାଜସେବୀ ପ୍ରଭୁଦାନ ଭତ୍ରାଙ୍କ ସ୍ମୃତି ଚାରଣ କରି ସ୍ଵାଗତ ଅଭିଭାଷଣ ରଖିଥିଲେ । ଏହାପରେ ମୁଖ୍ୟ ଅତିଥି ଆଡଭୋକେଟ୍ ମଦନ ମୋହନ ନାୟକ ଯଶବନ୍ତ ଭତ୍ରାଙ୍କ ସାମ୍ବାଦିକତା, ସମାଜସେବା ଏବଂ ସାହିତ୍ୟ ପ୍ରତି ଅଦମ୍ୟ ନିଷ୍ଠା କିପରି ଯଶଷ୍ୱୀ ସେ ବିଷୟରେ ସମ୍ୟକ୍ ଆଲୋକପାତ କରିଥିଲେ। ଏହାପରେ ମୁଖ୍ୟ ବକ୍ତା ଗାଳ୍ପିକା ଶୋଭାଗିନୀ ନନ୍ଦ ସ୍ଵର୍ଗୀୟ ପ୍ରଭୁଦାନ ଭତ୍ରାଙ୍କ ଜୀବନୀ, ବ୍ୟକ୍ତିତ୍ୱ, ସେବା, ସୃଜନ ବିଷୟରେ ସବିଶେଷ ଆଲୋଚନା କରିଥିଲେ। ସମ୍ମାନିତ ଅତିଥି ଗବେଷକ ଆଲୋକ ମହାରଣା ସ୍ଵର୍ଗତଃ ଭତ୍ରାଙ୍କ ସାହିତ୍ୟିକ ଓ ସାମାଜିକ ଅବଦାନ ବିଷୟରେ ସଂକ୍ଷିପ୍ତ ମତ ରଖିଥିଲେ । ପୂର୍ବରୁ ସମ୍ପାଦକ ଶ୍ରୀ ପ୍ରକାଶ ମହାନନ୍ଦିଆ ସଭା ବିବରଣୀ ପାଠ କରିଥିଲେ l

ଶ୍ରଦ୍ଧାଞ୍ଜଳି ସଭାରେ ଘାସିରାମ ମହାପାତ୍ର ଓ ଅନୁଷ୍ଠାନ ସଭାର ଛାତ୍ରୀଗଣ ସଙ୍ଗୀତ ପରିବେଷଣ କରିଥିଲେ l ସଭାରେ ନିକୁଞ୍ଜ ରଞ୍ଜନ ମହାନ୍ତି,ବିରେନ୍ଦ୍ର ସାଗର, ନାରାୟଣ ସଗର, ସୁଧାଂଶୁ ପାତ୍ର, ରଜତ ଗୀଲ, ବାବୁଲା ବାହାଦୁର, ସୁମିତ ବେଳଫୁଲ ପ୍ରମୁଖ ବ୍ୟକ୍ତି ଯୋଗଦେଇ ଥିଲେ l ଅନ୍ତିମ ଭାଗରେ ନିର୍ଦ୍ଦେଶକ ଗୌରବ ଭତ୍ରା ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ। ଏହି ସଭାରେ ଫ୍ଲୋରେନ୍ସ ନାଇଟିଙ୍ଗଲ୍ ସ୍କୁଲ ଅଫ୍ ନର୍ସିଂର ସମସ୍ତ ଛାତ୍ରୀ ତଥା ଅନ୍ୟାନ୍ୟ ସାହିତ୍ୟିକ ବନ୍ଧୁ ଯୋଗଦେଇ ସଭାକୁ ସଫଳ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande