
ଭୁବନେଶ୍ୱର, ୫ ମାର୍ଚ୍ଚ (ହି.ସ)-ରାଜ୍ୟସଭା ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି ବରିଷ୍ଠ ରାଜନେତା ଦିଲ୍ଲୀପ ରାୟ। ନାମାଙ୍କନ ପରେ ଜିତିବା ନେଇ ଦୃଢ଼ୋକ୍ତି ପ୍ରକାଶ କରି ଦିଲ୍ଲୀପ କହିଛନ୍ତି ‘ପ୍ରଧାନମନ୍ତ୍ରୀ, ଗୃହ ମନ୍ତ୍ରୀ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ, ଓ ମୁଖ୍ୟମନ୍ତ୍ରୀଙ୍କ ସମର୍ଥନ ରହିଛି । ବିଜେପି ନାମାଙ୍କନ ଭରିବା ପାଇଁ ପୂରା ସମର୍ଥନ ଯୋଗାଇ ଦେଇଛି । ୨୦୦୨ ପରି ଜିତାପଟ ହାସଲ କରିବି । କଂଗ୍ରେସ-ବିଜେଡି ହାତ ମିଶାଇବା ପ୍ରଶ୍ନରେ ପ୍ରତିକ୍ରିୟା ରଖି ସେ କହିଛନ୍ତି, ଆମେ ବି ହାତ ମିଶାଇ ଦେବୁ ।
ନାମାଙ୍କନ ଦାଖଲ ପୂର୍ବରୁ ଦିଲ୍ଲୀପ ବିଧାନସଭା ପରିସରରେ ଥିବା ବିଜୁ ବାବୁ ଙ୍କ ପ୍ରତିମୂର୍ତି ରେ ମାଲ୍ୟାର୍ପଣ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା