ସାଲେପାଲି ଗ୍ରାମ ମଙ୍ଗଳ ପାଠାଗାରରେ ହୋଲି ଉତ୍ସବ ପାଳିତ
ବଲାଙ୍ଗିର, ୫ ମାର୍ଚ୍ଚ (ହି.ସ.)- ଦେଓଗାଁ ବ୍ଲକ ସାଲେପାଲି ଗ୍ରାମ ମଙ୍ଗଳ ପାଠାଗାର ଦ୍ୱାରା ପରିଚାଳିତ ବୟୋଜ୍ୟେଷ୍ଠ ନାଗରିକ ଆବାସରେ ହୋଲି ଖେଳ ଆଡମ୍ବର ସହକାରେ ଗତକାଲି ପାଳିତ ହୋଇଯାଇଛି। ଆବାସର କାର୍ଯ୍ୟନିର୍ବାହୀ କର୍ମୀ ତଥା ସଂଗୀତ ଗୁରୁ ଶିବପ୍ରସାଦ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଛି। ଏଥ
ସାଲେପାଲି ଗ୍ରାମ ମଙ୍ଗଳ ପାଠାଗାରରେ ହୋଲି ଉତ୍ସବ ପାଳିତ


ବଲାଙ୍ଗିର, ୫ ମାର୍ଚ୍ଚ (ହି.ସ.)- ଦେଓଗାଁ ବ୍ଲକ ସାଲେପାଲି ଗ୍ରାମ ମଙ୍ଗଳ ପାଠାଗାର ଦ୍ୱାରା ପରିଚାଳିତ ବୟୋଜ୍ୟେଷ୍ଠ ନାଗରିକ ଆବାସରେ ହୋଲି ଖେଳ ଆଡମ୍ବର ସହକାରେ ଗତକାଲି ପାଳିତ ହୋଇଯାଇଛି। ଆବାସର କାର୍ଯ୍ୟନିର୍ବାହୀ କର୍ମୀ ତଥା ସଂଗୀତ ଗୁରୁ ଶିବପ୍ରସାଦ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ହୃଦୟାନନ୍ଦ ଷଡ଼ଙ୍ଗୀ, ଅଧକ୍ଷକ ରମାକାନ୍ତ ସାହୁ ସମ୍ମାନିତ ଅତିଥି ଜଗ ପତି ଦାନୀ, ବିଜୟ ଖମାରି, ବାସୁଦେବ ବେହେରାଯୋଗଦାନ କରି ହୋଲି ପର୍ବ ବିଶେଷତା ଏବଂ ପାରସ୍ପରିକ ଭାଇଚାରାର ବିଷୟରେ ଆଲୋଚନା କରିଥିଲେ। ଆହୁରି ମଧ୍ୟ ଯେଉଁ ବାପା, ମା ଙ୍କ ର ପୁଅ ଝିଅ ନାହାନ୍ତି କିମ୍ବା ଥିଲେ ମଧ୍ୟ ବାପା, ମାଆଙ୍କର ଭରଣପୋଷଣ କରୁ ନାହାନ୍ତି ଏପରି ସ୍ଥଳେ ବୟସର ଚତୁର୍ଥାବସ୍ଥାରେ ଆଶ୍ରମ ଜୀବନଯାପନ କରି ଭଗବାନ ନାମ ସଂକୀର୍ତନ କରି ସଂସାରରୁ ଅବସର ନେବା ଶ୍ରେୟସ୍କର ବୋଲି ଅତିଥି ଗଣ ମତ ପୋଷଣ କରିଥିଲେ।

ଚତୁର୍ଭୁଜ ଭୋଇ, ସଂଜୁ ବିଶ୍ୱାଳ କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ |

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande