
କେନ୍ଦ୍ରାପଡା, ୫ ମାର୍ଚ୍ଚ (ହି.ସ.)- କେନ୍ଦ୍ରାପଡା ପୈାରାଂଚଳ ଅନ୍ତର୍ଗତ ବଡମଙ୍ଗଳା ଠାରେ ଥିବା ମାସୁମ୍ କିଡ୍ସ ପ୍ଲେ ସ୍କୁଲର ସପ୍ତମ ବାର୍ଷିକ ଉତ୍ସବ ମହା ଆଡମ୍ବରରେ ପାଳିତ ହୋଇଯାଇଛି । ସ୍କୁଲର ପ୍ରଧାନାଚାର୍ଯ୍ୟ ରଞ୍ଜନ କୁମାରବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତଏହିବାର୍ଷିକଉତ୍ସବରେବରିଷ୍ଠ ଆଇନ୍ଜିବୀ ତଥା ସରକାରୀଓକିଲ ଦୁର୍ଯ୍ୟୋଧନ ସାହୁମୁଖ୍ୟ ଅତିଥିଭାବେଯୋଗଦେଇ ବିଭିନ୍ନ ପ୍ରତିଯୋଗୀତାରେ ଅଂଶଗ୍ରହଣ କରି ଉର୍ତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତକରିଛନ୍ତି । ସ୍କୁଲର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଜୟୀରାମ ବେହେରା ମଂଚ ପରିଚାଳନା କରିଥିଲେ । ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । କାର୍ଯ୍ୟକ୍ରମରେ ସ୍କୁଲର ଆଚାର୍ଯ୍ୟ / ଆଚାର୍ଯ୍ୟା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ରବି