
କୋରେଇ, ୫ ମାର୍ଚ୍ଚ (ହି.ସ.)- ପାଣିକୋଇଲି ଥାନା ଅନ୍ତର୍ଗତ ସଠିପୁର ଯାଜପୁର ରାସ୍ତାର ମାଧପୁର ନିକଟରେ ଆଜି ଜଣେ ସ୍କୁଟି ଆରୋହୀ ରାସ୍ତା ଡିଭାଇଡରେ ପିଟି ହୋଇ ଗୁରୁତର ଆହତ ହୋଇଛନ୍ତି । ପ୍ରକାଶ ଯେ, କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଅଚଳର ନିରଂଜନ ରାଉତଙ୍କ ପୁଅ ପ୍ରଭାକର ରାଉତ(୨୯) ଏକ ସ୍କୁଟି ନମ୍ବର ( ଓଡି୩୪ ଏସ୬୮୮୨) ଯୋଗେ ଯାଜପୁର ଯାଉଥିଲେ । ମାଧପୁର ବ୍ରିଜ ନିକଟରେ କୌଣସି କାରଣରୁ ଭାରସାମ୍ୟ ହରାଇ ରାସ୍ତା ଡିଭାଇଡରେ ପିଟି ହୋଇ ଗୁରୁତର ଆହତ ହୋଇ ପଡିଥିଲେ । ଖବର ପାଇ ରାଜପଥ ପେଟ୍ରୋଲିଂଗ ଅଧିକାରୀ ଅଶୋକ କୁମାର ବଳ ସହକର୍ମୀ ନୃସିଂହ ଜେନା ଓ ସଂଜୟ ମଲ୍ଲିକ ପ୍ରମୁଖ ପହଂଚି ଆହତ ପ୍ରଭାକରକୁ ଚିକତ୍ସା ନିମନ୍ତେ ଯାଜପୁର ମୁଖ୍ୟ ଚିକତ୍ସାଳୟରେ ଭର୍ତି କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ