ହୋଲିରେ ଅଘଟଣ, ଜଳିଗଲା ଦୋକାନ
କୋରେଇ, ୫ ମାର୍ଚ୍ଚ (ହି.ସ.)- ପାଣିକୋଇଲି ଥାନା ଅନ୍ତର୍ଗତ ଶର୍ମା ହୋଟେଲ ନିକଟରେ ଜଣେ ବ୍ୟବସାୟୀଙ୍କ ଦୋକାନ ବୁଧବାର ରାତିରେ ଜଳି ଭସ୍ମୀଭୂତ ହୋଇଯାଇଛିି । ବିଦ୍ୟୁତ ସର୍ଟସର୍କିଟ କାରଣରୁ ଉକ୍ତ ଅଗ୍ନିକାଣ୍ଡ ହୋଇଥିବାର ଅନୁମାନ କରାଯାଉଛି । ପ୍ରକାଶଯେ, ଏହି ଥାନା ଅନ୍ତର୍ଗତ କାଙ୍କଲା ପାଟଣା ଗ୍ରାମର
ହୋଲିରେ ଅଘଟଣ, ଜଳିଗଲା ଦୋକାନ


କୋରେଇ, ୫ ମାର୍ଚ୍ଚ (ହି.ସ.)- ପାଣିକୋଇଲି ଥାନା ଅନ୍ତର୍ଗତ ଶର୍ମା ହୋଟେଲ ନିକଟରେ ଜଣେ ବ୍ୟବସାୟୀଙ୍କ ଦୋକାନ ବୁଧବାର ରାତିରେ ଜଳି ଭସ୍ମୀଭୂତ ହୋଇଯାଇଛିି । ବିଦ୍ୟୁତ ସର୍ଟସର୍କିଟ କାରଣରୁ ଉକ୍ତ ଅଗ୍ନିକାଣ୍ଡ ହୋଇଥିବାର ଅନୁମାନ କରାଯାଉଛି । ପ୍ରକାଶଯେ, ଏହି ଥାନା ଅନ୍ତର୍ଗତ କାଙ୍କଲା ପାଟଣା ଗ୍ରାମର ଅନନ୍ତ ସାହୁ ଶର୍ମା ହୋଟେଲ ନିକଟରେ ଏକ ଦୋକାନ କରିଥିଲେ । ତେବେ ହୋଲି ପାଇଁ ସେ ଦିନ ସାରା ନିଜ ଦୋକାନ ଖୋଲି ନଥିବା ବେଳେ ରାତିରେ ଉକ୍ତ ଦୋକାନରେ ଅଗ୍ନ୍ନିକାଣ୍ଡ ଘଟି ସମସ୍ତ ଜିନିଷ ପୋଡ଼ି ପାଉଁଶ ହୋଇଯାଇଥିଲା । ଖବର ପାଇ ବୈତରଣୀ ରୋଡ଼ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande