
କୋରେଇ, ୦୫ ମାର୍ଚ୍ଚ (ହି.ସ.) - ପାଣିକୋଇଲି ଥାନା ଅନ୍ତର୍ଗତ ଶର୍ମା ହୋଟେଲ ନିକଟରେ ଜଣେ ବ୍ୟବସାୟୀଙ୍କ ଦୋକାନ ବୁଧବାର ରାତିରେ ଜଲି ଭସ୍ମୀଭୁତ ହୋଇଯାଇଛିି। ବିଦ୍ୟୁତ ସର୍ଟସର୍କିଟ କାରଣରୁ ଉକ୍ତ ଅଗ୍ନିକାଣ୍ଡ ହୋଇଥିବାର ଅନୁମାନ କରାଯାଉଛି। ପ୍ରକାଶଯେ ଏହି ଥାନା ଅନ୍ତର୍ଗତ କାଙ୍କଲା ପାଟଣା ଗ୍ରାମର ଅନନ୍ତ ସାହୁ ଶର୍ମା ହୋଟେଲ ନିକଟରେ ଏକ ଦୋକାନ କରିଥିôଲେ। ତେବେ ହୋଲି ପାଇଁ ସେ ଦିନ ସାରା ନିଜ ଦୋକାନ ଦିନ ସାରା ଖୋଲି ନଥିବା ବେଳେ ରାତିରେ ଉକ୍ତ ଦୋକାନରେ ଅଗ୍ନ୍ନିକାଣ୍ଡ ଘଟି ସମସ୍ତ ଜିନିଷ ପୋଡ଼ି ପାଉଁଶ ହୋଇଯାଇଥିଲା। ଖବର ପାଇ ବୈତରଣୀ ରୋଡ଼ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ