
କେନ୍ଦ୍ରାପଡା, ୫ ମାର୍ଚ୍ଚ (ହି.ସ.)- କେନ୍ଦ୍ରାପଡାର ଜଣାଶୁଣା ସମାଜସେବୀ ତଥା ଡାକ୍ତର ପୂର୍ବତନ ବିଧାୟକ ଡକ୍ଟର ସରୋଜକାନ୍ତ କାନୁନଗୋଙ୍କ ୩୮ତମ ଶ୍ରାଦ୍ଧୋତ୍ସବ ଅନୁଷ୍ଠିତହୋଇଯାଇଛି । କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ ପୂର୍ବତନ ବିଧାୟକଚିନ୍ମୟ ପ୍ରସାଦ ବେହୁରା, ଡକ୍ଟର ଚୈତନ୍ୟଚରଣ ପରିଡା, ଡକ୍ଟର ବାସୁଦେବ ଦାସ, ପ୍ରାଧ୍ୟାପକ ଅଜୟ ସାମଲ ପ୍ରମୁଖ ଯୋଗଦେଇ ସ୍ୱର୍ଗତ କାନୁନ୍ଗୋଙ୍କର ଜୀବନ, ଆଦର୍ଶ ଓ ଲୋକସେବାଉପରେ ଆଲୋକପାତ କରିଥିଲେ ।ସ୍ୱର୍ଗତଃ କାନୁନଗୋ ଜୀବନସାରା ଲୋକଙ୍କର ସେବା ମନୋବୃତିକୁ ଅତିଥିମାନେ ପ୍ରଶଂସା କରିଥିଲେ । ଆୟୋଜିତ ଏହି ଶ୍ରାଦ୍ଧୋତ୍ସବରେ ସମାଜସେବୀ ଫକୀର ଚରଣ ଖଟୁଆ, ମୁକ୍ତାର ଖାଁ, ଜଗତ୍ଜୀବନ ଦାସ, ପ୍ରଦୀପ କୁମାର ମହାନ୍ତି ପ୍ରମୁଖ ସହଯୋଗ କରିଥିବା ବେଳେ ସ୍ୱର୍ଗତଃ କାନୁନଗୋଙ୍କ ପୁତ୍ର ସମାଜସେବୀ ଡକ୍ଟର ବିଶ୍ୱ ପ୍ରକାଶ କାନୁନଗୋ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ରବି