
ଗଞାମ, ୫ ମାର୍ଚ୍ଚ (ହି.ସ.)- ପରକ୍ରିୟା ପ୍ରୀତିପାଇଁ ଭଂଜନଗର ଜେଏମ୍ ସି କୋର୍ଟ ସମ୍ମୁଖରେ ଆଜି ମଧ୍ଧାହ୍ନରେ ଅଶୋକ ସ୍ୱାଇଁ ନାମକ ଜଣେ ଯୁବକକୁ ଅନ୍ଯ ଜଣେ ଯୁବକ ଦିଲ୍ଲୀପ ଜେନା ଗୋଡାଇ ଗୋଡାଇ ଟାଂଗିଆରେ ହାଣି ହତ୍ୟା କରିଛି। ସ୍ଥାନୀୟ ଲୋକେ ଗୁରୁତର ଆହତ ଅଶୋକ ସ୍ୱାଇଁକୁ ଭଂଜନଗର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ଡାକ୍ତର ସେଠାରେ ଅଶୋକଙ୍କୁ ମୃତ ଘୋଷଣା କରିଛନ୍ତି । ହତ୍ୟାକାରୀ ଦିଲ୍ଲୀପ ଭଂଜନଗର ଥାନାରେ ଆତ୍ମ ସମର୍ପଣ କରିସାରିଛି ।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ