
ଧର୍ମଶାଳା, ୫ ମାର୍ଚ୍ଚ (ହି.ସ.)- ଆଜି ବିଜୁ ଜନତା ଦଳ ଯାଜପୁର ଜିଲା ଜାରକା କାର୍ଯ୍ୟାଳୟ ଠାରେ ଧର୍ମଶାଳା ବିଜୁ ଜନତା ଦଳ ତରଫରୁ ମହାନ ଜନ ନାୟକ ତଥା ପ୍ରବାଦ ପୁରୁଷ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜନ୍ମ ଜୟନ୍ତୀ ପାଳନ ହୋଇଯାଇଛି । ପ୍ରଥମେ ବିଜୁ ବାବୁଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଓ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା । ଏହାପରେ ଧର୍ମଶାଳାର ବିଜୁ ଜନତା ଦଳର ସମସ୍ତ କର୍ମକର୍ତା ବିଜୁ ବାବୁଙ୍କ ଉପରେ ସେମାନଙ୍କର ବକ୍ତବ୍ୟ ରଖିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ନରେଶ ଚନ୍ଦ୍ର ମହାନ୍ତି, ସନ୍ତୋଷ କୁମାର ଜେନା, ଅମରେନ୍ଦ୍ର ରାୟ, ଅଶୋକ ରାଉତ, ବିକାଶ ବେହେରା, ଉତମ ଦାସ, ମମତା ଦଣ୍ଡପାଟ, ଦୁଃଶାସନ ନାୟକ, ସୁବ୍ରତ ଧଳ, ଜଗଦାନନ୍ଦ ରାଉତ ଓ ୪୫ଗୋଟି ପଂଚାୟତର କିଛି ସରପଂଚ, ସମିତି ସଭ୍ୟ / ସଭ୍ୟା ଏବଂ ଆଗ ଧାଡିର ସମସ୍ତ ନେତୃମଣ୍ଡଳୀ ଉପସ୍ଥିତ ଥିଲେ । ବିଜେଡି ବ୍ଲକ୍ ସଭାପତି ପ୍ରସନ୍ନ କୁମାର ରାଉତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ