
କେନ୍ଦ୍ରାପଡା, ୫ ମାର୍ଚ୍ଚ (ହି.ସ.)- ମ।ଧପୁର ସ୍ଥିତ ଅମର ଉଦ୍ୟାନ ପରିସରରେ ଜିଲ୍ଳାର ଅଗ୍ରଣୀ ସାଂସ୍କୃତିକ ସଂଗଠନ କେମ୍ ଓ ସିମ୍ଫୋନି ପକ୍ଷରୁ ପବିତ୍ର ହୋଲି ଅବସରରେ ସାହିତ୍ୟ ଫଗୁଣ ପାଳିତ ହୋଇଯାଇଛି। ଉଭୟ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା କବି ଡ଼ ବିରଜା ରାଉତରାୟ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ରଙ୍ଗାରଙ୍ଗ କାର୍ୟ୍ୟକ୍ରମ ରେ ମୂଖ୍ୟ ଅତିଥି ଭାବେ ସତିର୍ଥର ସଭାପତି କବି ମନ୍ମଥ ନାଥ ବରାଳ, ସମ୍ମାନୀତ ଅତିଥି ଭାବେ ଆୟବ। ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ର ଅଧ୍ୟକ୍ଷ ତଥା ସିମ୍ଫୋନି ର ସଂପାଦକ ଡଃ. ବିନାୟକ ପ୍ରଧାନ, ବିଶିଷ୍ଟ ଗବେଷକ ନିରଞ୍ଜନ ମେକାପ ଯୋଗଦେଇ ଆମ ପରମ୍ପରା, ଐତ୍ୟିୟ,ପର୍ବ ପର୍ବାଣୀର ମହତ୍ତ୍ଵ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିଥଲେ। ରଙ୍ଗାରଙ୍ଗ ହୋଲି ଆମ ଜୀବନକୁ ରଙ୍ଗାୟିତ କରିବା ସହ ଏହା ଭାଇଚ।ରା ସୃଷ୍ଟି କରିଥାଏ ବୋଲି ମତ ରଖିଥିଲେ। ଦୋଳ ବିଭାନ, ରାଧା କୃଷ୍ଣଙ୍କର ମେଲଣ ସଭିଙ୍କ ମନରେ ଭର ପୂର ଆନନ୍ଦ ଦେଇଥାଏ। ଏହା ସାହିତ୍ୟରେ ଫଗୁଣ ଆଣିଥାଏ।
ସିମ୍ଫୋନି ର ସଂଯୋଜକ ସ୍ୱପ୍ନ।ଶୁ କୁମାର ଦାସ ଏହି କାର୍ଯ୍ୟକ୍ରମ ସମ୍ପର୍କରେ ସମ୍ୟକ୍ ସୂଚନା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବହୁ କବି ଉପସ୍ଥିତ ଥିବାବେଳେ ଶେଷରେ କବି ସ୍ୱପ୍ନ।ଶୁ କୁମାର ଦାସ ଧନ୍ୟବାଦ୍ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ରବି