
ଧର୍ମଶାଳା,୫ମାର୍ଚ୍ଚ(ହି.ସ.) - ଯାଜପୁର ଜିଲା ବରୀ ନିର୍ବାଚନ ମଣ୍ଡଳୀ ସବୁବେଳେ ନେତୃତ୍ୱ ପାଇଁ ଚର୍ଚ୍ଚାରେ ରହି ଆସୁଛି । ବରୀ ଅଂଚଳ ଜିଲାରେ ବନ୍ୟା ଅଂଚଳଭାବେ ପରିଚିତ । ଚଳିତ ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳକୁ ହରାଇ ବିଜେପି ସରକାରକୁ ଆସିଥିଲା । ତେବେ ଏହି ନିର୍ବଚନ ମଣ୍ଡଳୀରେ ବିଜେପିର ପ୍ରଦର୍ଶନ ଦୟନୀୟ ଅବସ୍ଥାରହି ଥିଲା । ବିଜୁ ଜନତା ଦଳ ସର୍ବାଧିକ ଭୋଟ ବ୍ୟବଧାନରେ ଜିତି ରାଜ୍ୟରେ ଏକ ବିରଳ ରେକର୍ଡ ସ୍ଥାପନ କରିଥିଲା । ବିଜେପରି ଏହି ଦୟନୀୟ ପ୍ରଦର୍ଶନ ପାଇଁ ବିଜେପିର ସ୍ଥାୟୀ ନେତୃତ୍ୱ କୁ ଦାୟୀ କରିଛନ୍ତି ରାଜନୈତିକ ବିଷାରଦ ।
ବାରମ୍ବାର ନେତୃତ୍ୱ ପରିବର୍ତନ ବିଜେପିକୁ କାଳ ସାଜିଛି । ଚଳିତ ସାଧାରଣ ନିର୍ବାଚନରେ ଦଳ ଉମେଶ ଜେନାଙ୍କୁ ପ୍ରାର୍ଥୀ
କରିଥିଲା । ଯାହାକି ଦଳ ପରାଜୟର ସମ୍ମୁଖୀନ ହୋଇଥିଲା । ନିର୍ବାଚନ ପରେ ଦଳକୁ ସଂଗଠିତ କରିବା ତାଙ୍କ ପାଇଁ ଚ୍ୟାଲେଞ୍ଜ ହୋଇଛି । ନୂଆ ପରୁଣା ନେତା ଓ କର୍ମୀମାନଙ୍କଉ ଏକାଠି କରିବା ତାଙ୍କ ପାଇଁ କଷ୍ଠକର ହୋଇପଡିଛି । ଚଳିତ ସାଧାରଣ ନିର୍ବାଚନରେ ବିଜେଡି ବରୀର ତତତ୍କାଳୀନ ବିଧାୟିକା ସୁନନ୍ଦା ଦାସଙ୍କୁ ଅଣଦେଖା କରି ବିଶ୍ୱ ରଂଜନ ମଲ୍ଲିକଙ୍କୁ ପ୍ରାର୍ଥୀ କରି ବିଜୟ ଲାଭ କରିଥିଲା । ହେଲେ ନିର୍ବାଚନରେ ଟିକେଟ ନ ମିଳିବାରୁ ସେ ଦଳ ପରିତ୍ୟାଗ କରି ବିଜେପିରେ ସାମିଲ ହୋଇଥିଲେ । ହେଲେ ଉମେଶ ତାଙ୍କର ମିଶ୍ରଣକୁ ନେଇ ସହଜରେ ହଜମ କରି ପାରିଲେ ନାହିଁ । ସେପଟେ ପୂର୍ବତନ ଜିଲା ସଭାପତି ଆଶୁତୋଷ ପରିଡାଙ୍କୁ ଦଳ ପାଇଁ ସବୁବେଳେ ସଂଗଠିତ କରି ଆସୁଥିଲେ । ହେଲେ ନିର୍ବାଚନରେ ଉମେଶ ତାଙ୍କୁ ପାଖରେ ପୁରାଇ ନ ଥିଲେ । ଯୁବନେତା ସଂଜିବ ଜେନା ,ବିବେକ ଜେନା, ଓ ରତିକାନ୍ତ ରାଜବଂଶୀ ନିଜ ନିଜର ପାରିଆରା ଦେଖାଇବା ପାଇଁ ସଂଗଠକ କରିଥିଲେ । ହେଲେ ଉମେଶ ସେମାନଙ୍କୁ ନିର୍ବାଚନ ସମୟରେ ଅଣ ଦେଖା କରିଥିଲେ । ଯାହାକି ସାଧାରଣ ନିର୍ବାଚନରେ ବହୁ ବ୍ୟବଧାନରେ ବିଜେପି ପରାଜୟର ସମ୍ମୁଖୀନ ହୋଇଥିଲା । ଏବେ ନିର୍ବାଚନ ସରିବାର ପାଖାପାଖି ଦୁଇ ବର୍ଷ ହେଲାଣି । ଉମେଣ ସମସ୍ତ ନେତୃ ମଣ୍ଡଳୀଙ୍କୁ ଏକ କରିବାରେ ସଫଳ ହୋଇ ନ ଥିଲେ । କେବଳ ନିଜର ପାତିଆରା ଦେଖାଇବା ନେଇ ଏବେ ତାଙ୍କର ନେତୃତ୍ୱକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଦଳୀୟ ନେତୃ ମଣ୍ଡଳୀ ନୂଆ ନେତାକୁ ସମ୍ମୁଖକୁ ଆଣିବାକୁ ଚେଷ୍ଠା କରୁଛି । ଏହି ନିର୍ବାଚନ ମଣ୍ଡଳୀ ରସୁଲପୁର ବ୍ଲକ ଅତଲାପୁରଠାରେ ଆୟୋଜିତ ଏକ କ୍ରିକେଟ ଟୁର୍ଣ୍ଣାମେଂଟରେ ଯୋଗ ଦେବା ଅବସରରେ ରାଜ୍ୟ ବିଜେପିର ମୁଖପାତ୍ର ମନୋଜ ମହାପାତ୍ର ବାଇକ ଶୋଭାଯାତ୍ରା ମାଧ୍ୟମରେ ନିଜର ଶକ୍ତି ପ୍ରଦର୍ଶନ କରି ଏବେ ଚର୍ଚ୍ଚା ଘେରକୁ ଆସିଛନ୍ତି । ଯାହାକି ଆଗକୁ ଉମେଶଙ୍କ ପାଇଁ ନେତୃତ୍ୱ ନେବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ମନୋଜଙ୍କ ଆଗମନ ବରୀ ବିଜେପିର ନେତୃତ୍ୱ ସମ୍ପର୍କରେ ସ୍ପଷ୍ଟ ସଙ୍କେତ ଦେଇଛି । ମନୋଜ ମହାପାତ୍ରଙ୍କ ସମେତ ଏହି ଜଗତସିଂହପୁର ସାଂସଦ ବିଭୂ ପ୍ରସାଦ ତରାଇ,ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର,କୋରାଇ ବିଧାୟକ ଆକାଶ ଦାସନାୟକ,ଧର୍ମଶାଳା ବିଧାୟକ ହିମାଶୁଂ ଶେଖର ସାହୁଙ୍କ ସମେତ ୩୬ ନଂ ଜୋନ ଜିଲା ପରିଷଦ ସଭ୍ୟା ଭାରତୀ ବିଶ୍ୱାଳ , ସିନେ ଅଭିନେତ୍ରୀ ରିୟା ଦେ ଓ ପୁନମ ମିଶ୍ର ଯୋଗ ଦେଇଥିଲେ । ୧୬ ନଂ ଜାତୀୟ ରାଜପଥ ମୂଳାପାଳଠାରୁ ୫ଶହରୁ ଉର୍ଦ୍ଧ ବାଇକ ଶୋଭାଯାତ୍ରା ସମସ୍ତଙ୍କୁ ଚକିତ କରିଛି । ବକ୍ତବ୍ୟ ମାଧ୍ୟମରେ ଉପସ୍ଥିତ ସାଂସଦ ଓ ବିଧାୟକ ପରୋକ୍ଷରେ ବରୀର ନେତୃତ୍ୱ ପାଇଁ ମନୋଜଙ୍କ ନାମ ନେଇଥିଲେ । ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ତେବେ ବରୀର ଆଗାମୀ ଭବିଷ୍ୟତ କଣ ହେବ ତାହା ସମୟକୁ ଅପେକ୍ଷା ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ