ସମବାୟ ଅଧିକାରୀଙ୍କ ଖାମଖିଆଲି ନୀତି, ଗଞ୍ଜାମର ପ୍ରାୟ ୫ ହଜାର ପଞ୍ଜିକୃତ ଚାଷୀ ଧାନ ବିକ୍ରିରୁ ବଞ୍ଚିତ ହେବେ
ଗଞ୍ଜାମ, ୬ ମାର୍ଚ୍ଚ (ହି.ସ.)- ଚଳିତ ବର୍ଷ ଗଂଜାମ ଜିଲ୍ଲାରେ ୧ ଲକ୍ଷ ୫୬ ହଜାର ଚାଷୀ ପଞ୍ଜିକରଣ କରିଥିବା ବେଳେ ୧ ଲକ୍ଷ ୪୭ ହଜାର ଚାଷୀଙ୍କ ଧାନ କିଣାଯାଇଛି । ୧ ଲକ୍ଷ ୪୭ ହଜାର ଚାଷୀଙ୍କ ଠାରୁ ମାତ୍ର ୫୪ ଲକ୍ଷ କିଣ୍ଟାଲ ଧାନ କିଣାଯାଇଥିବା ବେଳେ ଗତ ବର୍ଷ ୧ ଲକ୍ଷ ୨୯ ହଜାର ଚାଷୀଙ୍କ ଠାରୁ ୫୮ ଲକ୍ଷ
ସମବାୟ ଅଧିକାରୀଙ୍କ ଖାମଖିଆଲି ନୀତି, ଗଞ୍ଜାମର ପ୍ରାୟ ୫ ହଜାର ପଞ୍ଜିକୃତ ଚାଷୀ ଧାନ ବିକ୍ରିରୁ ବଞ୍ଚିତ ହେବେ


ଗଞ୍ଜାମ, ୬ ମାର୍ଚ୍ଚ (ହି.ସ.)- ଚଳିତ ବର୍ଷ ଗଂଜାମ ଜିଲ୍ଲାରେ ୧ ଲକ୍ଷ ୫୬ ହଜାର ଚାଷୀ ପଞ୍ଜିକରଣ କରିଥିବା ବେଳେ ୧ ଲକ୍ଷ ୪୭ ହଜାର ଚାଷୀଙ୍କ ଧାନ କିଣାଯାଇଛି । ୧ ଲକ୍ଷ ୪୭ ହଜାର ଚାଷୀଙ୍କ ଠାରୁ ମାତ୍ର ୫୪ ଲକ୍ଷ କିଣ୍ଟାଲ ଧାନ କିଣାଯାଇଥିବା ବେଳେ ଗତ ବର୍ଷ ୧ ଲକ୍ଷ ୨୯ ହଜାର ଚାଷୀଙ୍କ ଠାରୁ ୫୮ ଲକ୍ଷ କ୍ଲିଣ୍ଟାଲ ଧାନ କିଣାଯାଇଥିଲା । ଗତ ବର୍ଷ ଚାଷୀମାନେ ସେହି ଜମିର ପଞ୍ଜିକରଣ କରି ଯେତିକି ପରିମାଣ ଧାନ ବିକିବାକୁ ଟୋକେନ୍ ଆସିଥିଲା । ଚଳିତ ବର୍ଷ ସେହି ଜମିକୁ ପଞ୍ଜୀକରଣ କରି ସୁଦ୍ଧା ଅଧିକାଂଶ ଚାଷୀଙ୍କ ୧୦ ରୁ ୨୦ କ୍ଵିଣ୍ଟାଲ ପର୍ଯ୍ୟନ୍ତ କମ୍ ପରିମାଣ ଆସିଥିବାରୁ ଚାଷୀମାନେ ବାଧ୍ୟ ହୋଇ ବେପାରୀଙ୍କୁ ଅଧା ଦରରେ ବିକି କ୍ଷତି ସହୁଛନ୍ତି । ଜିଲ୍ଲା ପ୍ରଶାସନ ଏବଂ ସମବାୟ ଅଧିକାରୀ ଏ ବିଷୟରେ କିଛି କରିପାରିବୁ ନାହିଁ ବୋଲି କହି ହାତ ଟେକି ଦେଉଛନ୍ତି । ଚଳିତ ବର୍ଷ ପ୍ରାୟ ୫ ହଜାର ଚାଷୀ ପଞ୍ଜିକରଣ କରି ସୁଦ୍ଧା ତାଙ୍କର ଟୋକେନ ଆସି ନଥିବାରୁ ସେମାନେ ଧାନ ବିକିବା ପାଇଁ ଅନେଇ ବସିଛନ୍ତି । ଯୋଗାଣ ଓ ସମବାୟ ଅଫିସ୍ ଧାଇଁ ଧାଇଁ ଖର୍ଚ୍ଚାନ୍ତ ହୋଇ ହଇରାଣ ହେଉଛନ୍ତି । ଗରିବ ଚାଷୀଙ୍କ ଦୁଃଖ ବୁଝିବାକୁ କିଏ ନାହାଁନ୍ତି । ଚଳିତ ବର୍ଷ ଧାନ ଜୁନ୍ ମାସରେ ରୁଆ ହେଲା । ତା’ ପରେ ଚାଷୀମାନେ ପଞ୍ଜିକରଣ କଲେ । ସେପ୍ଟେମ୍ବର ମାସରେ ରାଜସ୍ବ ଅଧିକାରୀ ଏବଂ କୃଷି ଗ୍ରାମ ସେବକ ମିଶି ତଦନ୍ତ କରି ସେହି ଜମିରେ ଧାନ ରୁଆ ହୋଇଛି ବୋଲି ରିପୋର୍ଟ ଦେଇଛନ୍ତି । ସେହି ଚାଷୀଙ୍କ ପଞ୍ଜିକରଣ କଟିଲା କେମିତି, କିଏ କାଟିଲା ବୋଲି ଚାଷୀମାନେ ପ୍ରଶ୍ନ କରୁଛନ୍ତି । ସେଟ୍ଲାଇଟ୍ ସର୍ଭେରେ କଟିଲା ବୋଲି ସମବାୟ ଅଧିକାରୀ କହୁଛନ୍ତି । ମାତ୍ର ପ୍ରକୃତ ଧାନ ଚାଷ କରିଥିବା ଜମି ଗୁଡ଼ିକ ସମବାୟ ଅଧିକାରୀମାନେ ଜାଣିଶୁଣି କମ୍ ଟାର୍ଗେଟ୍ ଆସିବ ବୋଲି କଟେଇଛନ୍ତି ବୋଲି ସରପଞ୍ଚ ନିରଞ୍ଜନ ପ୍ରଧାନ ଏବଂ ଚାଷୀମାନେ ଅଭିଯୋଗ କରିଛନ୍ତି । ଆସନ୍ତା ସପ୍ତାହରେ ଧାନ କିଣା ସରିଯିବ ବୋଲି ଜିଲ୍ଲା ଯୋଗାଣ ଅଧିକାରୀ କହୁଛନ୍ତି । ଦୁଃଖର ବିଷୟ ଋଷିକୂଲ୍ୟା ରୟତ ମହାସଭା ତରଫରୁ ଜିଲ୍ଲା ପ୍ରଶାସନ ଏବଂ ସମବାୟ ଅଧିକାରୀଙ୍କୁ ଏ ସଂପର୍କରେ ଲିଖିତ ଭାବେ ବାରମ୍ବାର ଜଣାଇଲେ ସୁଦ୍ଧା ଟୋକେନ୍ ରୁ ବାଦ୍ ପଡ଼ିଥିବା ଚାଷୀଙ୍କ କିପରି ଟୋକେନ୍ ଆସିବ, ସେଥିପାଇଁ ସମବାୟ ଅଧିକାରୀ ସରକାରଙ୍କୁ ଚିଠି ନ ଲେଖି ନୀରବ ରହିଛନ୍ତି । ଜିଲ୍ଲା କୃଷି ବିଭାଗ ତଥ୍ୟ ଅନୁଯାୟୀ, ଏକର ପିଛା ୩୦ କ୍ଵିଣ୍ଟାଲ ଧାନ ଅମଳ ହୋଇଛି, ସେଥିରୁ ମାତ୍ର ୪୦ ଭାଗ ଧାନ କିଣାଯାଉଛି, ପୁଣି ଜମି ତୁଳନାରେ କମ୍ ପରିମାଣ ଆସୁଛି । ଜଣେ ମଧ୍ୟ ଯୋଗ୍ୟ ଚାଷୀ ଧାନ ବିକାରୁ ବଞ୍ଚିତ ହେବେ ନାହିଁ ବୋଲି ନିଜେ ମୁଖ୍ୟମନ୍ତ୍ରୀ ବିଧାନସଭାରେ ଘୋଷଣା କରୁଛନ୍ତି । ମାତ୍ର କାର୍ଯ୍ୟକାରୀ କରାଯାଉ ନାହିଁ । ଏଣୁ ପ୍ରକୃତ ଚାଷୀଙ୍କ ଧାନ କିଣା ନଗଲେ ଚାଷୀ ସୁରକ୍ଷା ଅଭିଯାନର ଆବାହକ ରବି ରଥ ଓ ଋଷିକୂଲ୍ୟା ରୟତ ମହାସଭା ସଂପାଦକ ସିମାଞ୍ଚଳ ନାହାକ ମହାସଭା ତରଫରୁ ଆନ୍ଦୋଳନ କରାଯିବ ବୋଲି ପ୍ରକାଶ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande