ସମ୍ଭାବ୍ୟ ଅଂଶୁଘାତ ମୁକାବିଲା ନିମନ୍ତେ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ
ଭଦ୍ରକ, ୬ ମାର୍ଚ୍ଚ (ହି.ସ.) - ଆସନ୍ତା ଗ୍ରୀଷ୍ମ ଋତୁରେ ସମ୍ଭାବ୍ୟ ଅଂଶୁଘାତ ପରିସ୍ଥିତିକୁ ମୁକାବିଲା କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଜିଲ୍ଲା ପରିଷଦ ସଭାଗୃହରେ ଆୟୋଜିତ ହୋଇଯାଇଛି। ବୈଠକରେ ଜିଲ୍ଲାପାଳ ଦିଲୀପ ରାଉତରାଏଙ୍କ ଅଧ୍ୟକ୍ଷତାରେ ଅଂଶୁଘାତ ସମୟରେ
ANSUGHATA MUKABILA ZILLASTARIYA BAITHAK


ଭଦ୍ରକ, ୬ ମାର୍ଚ୍ଚ (ହି.ସ.) - ଆସନ୍ତା ଗ୍ରୀଷ୍ମ ଋତୁରେ ସମ୍ଭାବ୍ୟ ଅଂଶୁଘାତ ପରିସ୍ଥିତିକୁ ମୁକାବିଲା କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଜିଲ୍ଲା ପରିଷଦ ସଭାଗୃହରେ ଆୟୋଜିତ ହୋଇଯାଇଛି। ବୈଠକରେ ଜିଲ୍ଲାପାଳ ଦିଲୀପ ରାଉତରାଏଙ୍କ ଅଧ୍ୟକ୍ଷତାରେ ଅଂଶୁଘାତ ସମୟରେ ଲୋକମାନଙ୍କ ସୁରକ୍ଷା ଓ ସଚେତନତା ସମ୍ପର୍କରେ ବିଭିନ୍ନ ବିଭାଗକୁ ଆବଶ୍ୟକ ନିର୍ଦ୍ଦେଶ ଦିଆଯାଇଥିଲା। ବୈଠକରେ ପାନୀୟ ଜଳ ସୁବିଧା ବୃଦ୍ଧି, ସହର ଓ ଗ୍ରାମାଂଚଳରେ ଶିତଳ ପାଣି ଘର (ୱାଟର କିଓସ୍କ) ସ୍ଥାପନ, ଚିକିତ୍ସାଳୟଗୁଡିକରେ ଅଂଶୁଘାତ ଚିକିତ୍ସା ପାଇଁ ବିଶେଷ ୱାର୍ଡ ବ୍ୟବସ୍ଥା ଓ ଆବଶ୍ୟକ ଔଷଧ ମହଜୁଦ ରଖିବା ତଥା ଅଙ୍ଗନୱାଡ଼ି କର୍ମୀ, ଆଶା କର୍ମୀ ଓ ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କ ମାଧ୍ୟମରେ ଗ୍ରାମସ୍ତରରେ ସଚେତନତା ସୃଷ୍ଟି କରିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ । ଏହି ପ୍ରସ୍ତୁତି ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ରବି ନାରାୟଣ ସାହୁ , ମୁଖ୍ୟ ଉନ୍ନୟନ ଅଧିକାରୀ ଶୁଭେନ୍ଦ୍ର ସାମଲ , ଉପ ଜିଲ୍ଲାପାଳ ସୌରଭ ଚକ୍ରବର୍ତୀ ,ଡେପୁଟି କଲେକ୍ଟର ଜ୍ଞାନ ରଞ୍ଜନ ସାହୁ ଉପସ୍ଥିତ ରହି ବିଭିନ୍ନ ବିଭାଗର ଅଧିକାରୀମାନଙ୍କୁ ଅଂଶୁଘାତ ଜନିତ ପରିସ୍ଥିତିକୁ ସଫଳତାର ସହ ମୁକାବିଲା କରିବାକୁ ନିର୍ଦେଶ ଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande