
ଜୟପୁର,୦୬ ମାର୍ଚ୍ଚ(ହି.ସ.) – ଜୟପୁର ସଦର ଥାନା ଅନ୍ତର୍ଗତ ଗାଗନାପୁର ରାସ୍ତା ନିକଟରେ ଗତ ଫେବୃଆରୀ୨୭ ତାରିଖରେ ହୋଇଥିବା ଅଜଣା ଗାଡି ଧକ୍କାରେ ଆହତ ବ୍ୟକ୍ତିଙ୍କ ଆଜି କୋରାପୁଟ ଚିକିତ୍ସାଳୟରେ ମୃତ୍ୟୁ ହୋଇଛି। ପୁଲିସ ସୂଚନା ଅନୁଯାୟୀ ଗତ ଫେବୃଆରୀ୨୭ ତାରିଖ ରାତିରେ ଜେଲରୋଡ ନିବାସୀ ପିଙ୍କୁ ମାଝୀ ଘରକୁ ଫେରୁଥିବା ସମୟରେ ଗାଗନାପୁର-ଡୁମୁରିପୁଟ ମଝି ରାସ୍ତାରେ ଏକ ଅଜଣା ଗାଡି ଧକ୍କାହେବା ପରେ ତାଙ୍କୁ ଜୟପୁର ଡାକ୍ତରଖାନାରେ ଭର୍ତି କରାଯାଇଥିଲା। ଅବସ୍ଥା ଗୁରୁତର ଥିବା ଯୋଗୁଁ କୋରାପୁଟ୍ ମେଡିକାଲ ସ୍ଥାନାନ୍ତର କରି ଚିକିତ୍ସା କରାଯିବା ସମୟରେ ଆଜି ପିଙ୍କୁ ମାଝୀଙ୍କୁ ମୃତ୍ୟୁ ହୋଇଥିବା ସଦରଥାନା ପୁଲିସ ଅଧିକାରୀ ସଚ୍ଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ପିକେପି