ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ସଚେତନତା ଶିବିର
ନୂଆପଡ଼ା, ୬ ମାର୍ଚ୍ଚ (ହି.ସ.)- ନୂଆପଡ଼ା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଖଡ଼ିଆଳ ସ୍ଵୟଂଶାସିତ ମହାବିଦ୍ୟାଳୟରେ ଜଟିଆ ହେମ୍ବ୍ରମ ବନାମ ଓଡ଼ିଶା ରାଜ୍ୟ (ଜେ.ସି.ଆର.ଏଲ.ଏ ୧୮୩/୨୦୨୫) ଏବଂ ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନ ସମ୍ବନ୍ଧରେ ଏକ ଆଇନ ସଚେତନତା ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି
Awernes campaign at khariar


ନୂଆପଡ଼ା, ୬ ମାର୍ଚ୍ଚ (ହି.ସ.)- ନୂଆପଡ଼ା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଖଡ଼ିଆଳ ସ୍ଵୟଂଶାସିତ ମହାବିଦ୍ୟାଳୟରେ ଜଟିଆ ହେମ୍ବ୍ରମ ବନାମ ଓଡ଼ିଶା ରାଜ୍ୟ (ଜେ.ସି.ଆର.ଏଲ.ଏ ୧୮୩/୨୦୨୫) ଏବଂ ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନ ସମ୍ବନ୍ଧରେ ଏକ ଆଇନ ସଚେତନତା ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ, ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ପଣ୍ତା, ମହାବିଦ୍ୟାଳୟର ପ୍ରଧ୍ୟାପକଗଣ, ଛାତ୍ରଛାତ୍ରୀ ଏବଂ ପ୍ରାଧିକରଣର ଅଧିକାର ମିତ୍ରଗଣ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ପ୍ରାଧିକରଣର ସଚିବ ନବନୀତା ଦାଶ ଜଟିଆ ହେମ୍ବ୍ରମ ବନାମ ଓଡ଼ିଶା ରାଜ୍ୟ ( ଜେ.ସି.ଆର.ଏଲ.ଏ ୧୮୩/୨୦୨୫) ସମ୍ବନ୍ଧରେ ବିସ୍ତୃତ ଧାରଣା ଦେଇଥିଲେ ଏବଂ ଆସାମୀଙ୍କ ଉଚ୍ଚ ଅଦାଲତରେ ଅପିଲ୍ କରିବା ଅଧିକାର ଏବଂ ଅପିଲର ସମୟସୀମା ବିଷୟରେ ବୁଝାଇଥିଲେ । ସେ ମଧ୍ୟ ବାଲ୍ୟ ବିବାହ ଏକ ସାମାଜିକ କଳଙ୍କ ଏବଂ ଏହାକୁ ରୋକିବାକୁ ଓ ବାଲ୍ୟ ବିବାହ ମୂକ୍ତ ଭାରତ ଗଠନରେ ସହାୟକ ହେବାକୁ ସମସ୍ତଙ୍କୁ ଆହ୍ବାନ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande