
ଭୁବନେଶ୍ୱର, ୦୬ ମାର୍ଚ୍ଚ (ହି.ସ)- ଲିମିଟେଡ ସମୟ ପାଇଁ କଂଗ୍ରେସ ସହ ବୁଝାମଣା କରିଛି ବିଜେଡି। କେବଳ ରାଜ୍ୟସଭା ନିର୍ବାଚନ ପାଇଁ ସାମୟିକ ଡିଲ୍ ହୋଇଛି ବୋଲି କହିଛନ୍ତି ବିଜେଡିର ରାଜ୍ୟସଭା ପ୍ରାର୍ଥୀ ସଂତୃପ୍ତ ମିଶ୍ର। ସେ କହିଛନ୍ତି ଯେ ଆମର ଭୋଟ ବଂଚୁଥିବାରୁ ପ୍ରାର୍ଥୀ ଦେବାକୁ ଉଭୟ ଦଳ ନିଷ୍ପତି ନେଲେ। ନବୀନ ପଟ୍ଟନାୟକ ପ୍ରାର୍ଥୀଙ୍କୁ ଚୟନ କଲେ, କଂଗ୍ରେସ ସମର୍ଥନ ଦେଲା। ସେମାନେ ଏକାକି ପ୍ରାର୍ଥୀ ଦେଇ ରାଜ୍ୟସଭା ପଠାଇ ପାରିନଥାନ୍ତେ। ଆମର ବଳକା ଭୋଟ ଦେଇ ଜଣେ ଯୋଗ୍ୟବ୍ୟକ୍ତିକୁ ରାଜ୍ୟସଭା ପଠାଇବାକୁ ନିଷ୍ପତି କରିଲୁ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା