ରାଜ୍ୟ ସଂଗଠନକୁ ଗୁରୁମନ୍ତ୍ର ଦେବେ ଶାହା : ବିଜୟ ପାଲ ସିଂ ତୋମର
ଭୁବନେଶ୍ୱର, ୦୬ ମାର୍ଚ୍ଚ (ହି.ସ)- ବିଜେପିର ତିନୋଟି ପ୍ରାର୍ଥୀ ଜିତିବେ। ଦୁଇଟି ବିଜେପିର ପ୍ରାର୍ଥୀ ଏବଂ ଜଣେ ବିଜେପି ସମର୍ôଥତ ପ୍ରାର୍ଥୀ ବିଜୟୀ ହେବେ ବୋଲି ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମର ଦୃଢୋକ୍ତି ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ବିଜେପି ରାଜ
vijal pal singh tomar


ଭୁବନେଶ୍ୱର, ୦୬ ମାର୍ଚ୍ଚ (ହି.ସ)- ବିଜେପିର ତିନୋଟି ପ୍ରାର୍ଥୀ ଜିତିବେ। ଦୁଇଟି ବିଜେପିର ପ୍ରାର୍ଥୀ ଏବଂ ଜଣେ ବିଜେପି ସମର୍ôଥତ ପ୍ରାର୍ଥୀ ବିଜୟୀ ହେବେ ବୋଲି ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମର ଦୃଢୋକ୍ତି ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଆସି କର୍ମକର୍ତାଙ୍କୁ ଗୁୁରୁମନ୍ତ୍ର ଦେବେ ବୋଲି ସେ କହିଛନ୍ତି।

ଅମିତ ଶାହଙ୍କ ଓଡ଼ିଶା ଗସ୍ତ ନେଇ ସେ କହିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଆଜି ସରକାରୀ କାର୍ଯ୍ୟକ୍ରମ ସାରି ରାଜ୍ୟ କାର୍ଯ୍ୟାଳୟ ଆସିବେ। ସେ ଯେତେବେଳେ ବି ଆସନ୍ତି ରାଜ୍ୟ ସଂଗଠନକୁ ଗୁରୁମନ୍ତ୍ର ଦେଇଥାନ୍ତି ଶାହା । ଅମିତ ଶାହ ହେଉଛନ୍ତି ଆମର ନେତା। ନରେନ୍ଦ୍ର ମୋଦିଙ୍କ ପରେ ଆମର ନେତା। ରାଜ୍ୟସଭା ବ୍ୟତୀତ ପାର୍ଟିର ଅନ୍ୟାନ୍ୟ ସାଙ୍ଗଠନିକ ବିଷୟରେ ଚର୍ଚ୍ଚା ଆଲୋଚନା ହେବ। ବୋର୍ଡ ନିଗମ ନେଇ ଆଲୋଚନା ହେବ କି ନାହିଁ କହିହେବନି, ସେ ଯଦି ଚାହିଁବେ ତେବେ ଆଲୋଚନା ହେବ । ଆଗକୁ ଯେତେ ନିର୍ବାଚନ ଆସୁଛି ସବୁଥିରେ ବିଜେପି ବିଜୟ ଲାଭ କରିବ । ମୋଦିଙ୍କ ନେତୃତ୍ୱରେ ବିଜେପି ବିଜୟ ଲାଭ କରୁଛି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande