ବ୍ରହ୍ମପୁର ବସଷ୍ଟାଣ୍ଡ ସ୍ଥାନାନ୍ତର ଯୋଗୁଁ ଯାତ୍ରୀ ହନ୍ତସନ୍ତ, ଅଟୋବାଲା ମାଲାମାଲ
ଗଞ୍ଜାମ, ୬ ମାର୍ଚ୍ଚ (ହି.ସ.)- ଆଜି ଠାରୁ ବ୍ରହ୍ମପୁରରେ ବସଷ୍ଟାଣ୍ଡ ସ୍ଥାନାନ୍ତର ପକ୍ରିୟା ଆରମ୍ଭ ହୋଇଛି। ଆସିକା ଭଂଜନଗର ଦିଗପହଣ୍ଡି ଫୁଲବାଣୀ କୋରାପୁଟ ପଟୁ ଆସୁଥିବା ବସ ଗୁଡିକ ଫାଷ୍ଟଗେଟ ନିକଟ ଡୁଡୁମା କଲୋନି ନିକଟ ବସଷ୍ଟାଣ୍ଡରେ ରହୁଥିବା ବେଳେ କଟକ ଭୁବନେଶ୍ବର ଆନ୍ଧ୍ର ଓ କଲିକତାରୁ ଆସୁଥିବ
ବ୍ରହପୁରବସଷ୍ଟାଣ୍ଡ


ଗଞ୍ଜାମ, ୬ ମାର୍ଚ୍ଚ (ହି.ସ.)- ଆଜି ଠାରୁ ବ୍ରହ୍ମପୁରରେ ବସଷ୍ଟାଣ୍ଡ ସ୍ଥାନାନ୍ତର ପକ୍ରିୟା ଆରମ୍ଭ ହୋଇଛି। ଆସିକା ଭଂଜନଗର ଦିଗପହଣ୍ଡି ଫୁଲବାଣୀ କୋରାପୁଟ ପଟୁ ଆସୁଥିବା ବସ ଗୁଡିକ ଫାଷ୍ଟଗେଟ ନିକଟ ଡୁଡୁମା କଲୋନି ନିକଟ ବସଷ୍ଟାଣ୍ଡରେ ରହୁଥିବା ବେଳେ କଟକ ଭୁବନେଶ୍ବର ଆନ୍ଧ୍ର ଓ କଲିକତାରୁ ଆସୁଥିବା ବସଗୁଡିକ ହଳଦିଆ ପଦର ବସଷ୍ଟାଣ୍ଡରେ ରହିବା ବ୍ଯବସ୍ଥା କରାଯାଇଛି। ଡୁଡୁମାବସ୍ ଷ୍ଟାଣ୍ଡ ଠାରୁ ବ୍ରହ୍ମପୁର ସହର ମଧ୍ୟ ଭାଗରେ ଥିବା ନୂଆ ବସଷ୍ଟାଣ୍ଡର ଦୂରତା ୫ କିଲୋମିଟର ହୋଇଥିବା ବେଳେ ନୂଆ ବସଷ୍ଟାଣ୍ଡ ଠାରୁ ହଳଦିଆପଦର ବସଷ୍ଟାଣ୍ଡର ଦୂରତା ଆଠ କିଲୋମିଟର । ଯାତ୍ରୀମାନେ ଆଜି ଡୁଡୁମା ବସଷ୍ଟାଣ୍ଡରୁ ସହର ଭିତରକୁ ଆସିବାକୁ ସହରରୁ ଡୁଡୁମା ବସଷ୍ଟାଣ୍ଡ ଯିବାକୁ ଠିକ୍ ସେହିଭଳି ହଳଦିଆପଦର ବସଷ୍ଟାଣ୍ଡରୁ ସହର ଭିତରକୁ ଆସିବାକୁଏବଂ ସହରରୁ ହଳଦିଆ ପଦର ବସଷ୍ଟାଣ୍ଡ ଯିବାକୁ ନାହିଁ ନଥିବା ହଟହଟାର ସମ୍ମୁଖୀନ ହେଉଛନ୍ତି । ଯାତ୍ରୀମାନେ ମହିଳା ଓ ଶିଶୁ ମାନଙ୍କୁ ଧରି ପ୍ରଚଣ୍ଡ ରୌଦ୍ରତାପରେ ଏଣେ ତେଣେ ଦୌଡୁଛନ୍ତି। ବସଷ୍ଟାଣ୍ଡରେ ଦୋକାନ ବଜାର ନଥିବାରୁ ଏପରିକି ପିଇବା ପାଣି ଟୋପେ ପାଇବାକୁ ଯାତ୍ରୀମାନେ ଦହଗଂଜ ହେଉଛନ୍ତି । ଯାତ୍ରୀମାନେ ଏହି ନୂତନ ଦୁଇଟି ବସଷ୍ଟାଣ୍ଡରେ ଓହ୍ଲାଇ ନିଜ ଗନ୍ତବ୍ୟ ସ୍ଥଳକୁ ଯିବାକୁ ବର୍ତ୍ତମାନ ମୂଖ୍ୟତଃ ଅଟୋ ଉପରେ ନିର୍ଭର କରିବାକୁ ପଡୁଛି, ଏହାରସୁଯୋଗ ନେଇ ଅଟେ।ବାଲା ମାନେ ଯାତ୍ରୀଙ୍କ ଠାରୁ ଚଢା ଦରରେ ଭଡା ଆଦାୟ କରୁଛନ୍ତି । ଆଜିଠାରୁ ପୁଲିସ୍ ନୂଆ ବସଷ୍ଟାଣ୍ଡରୁ ସମସ୍ତ ବସ ହଟାଇ ଦେଇଛନ୍ତି ଓ କୌଣସି ବସକୁ ନୂଆ ବସଷ୍ଟାଣ୍ଡ ଭିତରେ ପ୍ରବେଶ ପାଇଁ ଅନୁମତି ଦେଉନାହାନ୍ତି । ଏହି ଘଟଣାରେ ଗଞାମ ଜିଲାର ଜନସାଧାରଣ ବିଜେପି ସରକାର ତଥା ପରିବହନ ବିଭାଗ ମନ୍ତ୍ରୀ ବିଭୁତି ଭୂଷଣ ଯେନାଙ୍କ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande