କଲେଜ ଛାତ୍ରୀଙ୍କୁ ବ୍ଲେଡରେ ଆକ୍ରମଣ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତି
ପୁରୀ, ୬ ମାର୍ଚ୍ଚ (ହି.ସ.)- ଯୁକ୍ତ ୨ ଛାତ୍ରୀଙ୍କୁ ବ୍ଲେଡ୍ ରେ ଆକ୍ରମଣ ହୋଇଛି । ଶୁକ୍ରବାର ସକାଳେ ଛାତ୍ରୀ ଜଣକ ଗୋପ କଲେଜକୁ ପରୀକ୍ଷା ଦେବାକୁ ଯାଉଥିବା ବେଳେ ଆକ୍ରମଣର ଶିକାର ହୋଇଛନ୍ତି । ଘର ଠାରୁ ପ୍ରାୟ ୨୦୦ ମିଟର ଦୂରରେ ତାଙ୍କୁ ବ୍ଲେଡ୍ ରେ ଆକ୍ରମଣ କରିଛି ଦୁର୍ବୃତ । ଛାତ୍ରୀଙ୍କ ଘର ପୁରୀ
କଲେଜ ଛାତ୍ରୀଙ୍କୁ ବ୍ଲେଡରେ ଆକ୍ରମଣ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତି


ପୁରୀ, ୬ ମାର୍ଚ୍ଚ (ହି.ସ.)- ଯୁକ୍ତ ୨ ଛାତ୍ରୀଙ୍କୁ ବ୍ଲେଡ୍ ରେ ଆକ୍ରମଣ ହୋଇଛି । ଶୁକ୍ରବାର ସକାଳେ ଛାତ୍ରୀ ଜଣକ ଗୋପ କଲେଜକୁ ପରୀକ୍ଷା ଦେବାକୁ ଯାଉଥିବା ବେଳେ ଆକ୍ରମଣର ଶିକାର ହୋଇଛନ୍ତି । ଘର ଠାରୁ ପ୍ରାୟ ୨୦୦ ମିଟର ଦୂରରେ ତାଙ୍କୁ ବ୍ଲେଡ୍ ରେ ଆକ୍ରମଣ କରିଛି ଦୁର୍ବୃତ । ଛାତ୍ରୀଙ୍କ ଘର ପୁରୀ ଜିଲ୍ଲା ଗୋପ ଥାନା ଅନ୍ତର୍ଗତ ନାଗପୁର ଅଂଚଳର ମୁଗୁରିଆ ଗ୍ରାମରେ । ଛାତ୍ରୀଙ୍କ ଚିତ୍କାର ଶୁଣି ଆଖପାଖରେ ଥିବା ଲୋକ ସେଠାରେ ରୁଣ୍ଡ ହୋଇଯାଇଥିଲେ । ଦୁର୍ବୃତ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛି । ଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଗୋପ ମେଡିକାଲରେ ଭର୍ତିି କରାଯାଇଛି । ତାଙ୍କ ବେକରେ ଗଭୀର କ୍ଷତ ରହିଛି । ତେବେ ଆକ୍ରମଣର କାରଣ ଅଦ୍ୟାବଧି ଅସ୍ପଷ୍ଟ ରହିଛି । ଅନ୍ୟପକ୍ଷରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande