
ଜୟପୁର, ୬ ମାର୍ଚ୍ଚ (ହି.ସ.)- ଜୟପୁରସ୍ଥିତ ମାଜେଷ୍ଟି କିଆ, ଟାଟା ମୋଟର୍ସ ଓ ଓଡ଼ିଶା ରକ୍ତଦାତା ମହାସଂଘ ଆନୁକୁଲ୍ୟରେ ଦୁଇଟି ପୃଥକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର କିଆ ସୋରୁମ ଓ ଟାଟା ମୋଟର୍ସ ପରିସରରେ ଅଡିଟରିୟମ୍ ମଧ୍ୟରେ ଆୟୋଜିତ ହୋଇଯାଇଛି। ଉକ୍ତ ଶିବିରକୁ ସଂସ୍ଥାର ମୁଖ୍ୟ ମୀନକେତନ ସାହୁ ଓ ସମ୍ମାନିତ ଅତିଥି ଭାବେ ଏସବିଆଇ ରିଜିଓନାଲ ମ୍ୟାନେଜର ସୁବାଷ ଚନ୍ଦ୍ର ବେହେରା ନିଜେ ରକ୍ତଦାନ କରି ଶିବିର ଉଦ୍ଘାଟନ କରିଥିଲେ । ଏଫ୍. ବି. ଡି. ଓ. ଓ. ର ପ୍ରବର୍ତ୍ତକ ପ୍ରମୋଦ କୁମାର ରାଉଳ ଓ ନିରଞ୍ଜନ ପାଣିଗ୍ରାହୀଙ୍କ ନେତୃତ୍ବରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା । ଉକ୍ତ ଶିବିରରୁ କିଆ ଶୋରୁମ୍ ରୁ ୨୪ ୟୁନିଟ୍ ରକ୍ତ ଶହୀଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟ ଓ ହସପିଟାଲ ସ୍ଥିତ ଓଡ଼ିଶା ରକ୍ତକେନ୍ଦ୍ରର ଭି ଗଙ୍ଗାଧର, ସଞ୍ଜୟ ସିଂ ଓ ରବୀନ୍ଦ୍ର ମିଶ୍ରଙ୍କ ଦ୍ଵାରା ସଂଗୃହୀତ ହେଲାବେଳେ, ଟାଟା ଶୋ ରୁମରୁ ଓଡ଼ିଶା ରକ୍ତ କେନ୍ଦ୍ର ଜୟପୁରର ଲକ୍ଷ୍ମୀକାନ୍ତ ଗାଇନି, ଅଭୟ ପଣ୍ଡା ଓ ସୁନିତାଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ତାଙ୍କ ସହଯୋଗୀ ମାନେ ୧୫ ୟୁନିଟ ରକ୍ତ ସଂଗ୍ରହ କରିଥିଲେ ।
ଅତିଥି ଭାବେ କିଆ ମହାପ୍ରବନ୍ଧକ ଯୁଲେଶ କୁମାର ସାହୁ, ଯତୀନ କୁମାର, ସୋମନାଥ ପରିଡ଼ା ଓ ଟାଟାର ଏଚ ଆର ମୁଖ ଅଙ୍କିତା ପାଇକେରାଏ, ସଲମାନ୍, ସ୍ଵେତା ସାହୁ, ମମତା ବିଶ୍ଵାଳ ଓ ସମସ୍ତ କର୍ମଚାରୀ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି