ଏସଆଇଆର ପାଇଁ ୨୦୦୫ ଓ ୨୦୦୨ ମସିହା ଭୋଟର ତାଲିକା ସହିତ ମ୍ୟାପିଂ କରାଯାଉଛି -ମୁଖ୍ୟ ନିର୍ବାଚନ ଅଧିକାରୀ
ଭୁବନେଶ୍ୱର, ୦୬ ମାର୍ଚ୍ଚ (ହି.ସ)- ଆଗାମୀ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ ଆଇ ଆର)–୨୦୨୬ କାର୍ଯ୍ୟକ୍ରମ ପାଇଁ ୨୦୦୨ ମସିହାର ଭୋଟର ତାଲିକା ସହିତ ମ୍ୟାପିଂ ପ୍ରକ୍ରିୟା ଉପରେ ଏକ ବିସ୍ତୃତ ଉପସ୍ଥାପନା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ମିଡ଼ିଆ ସେଂଟର ରେ ଆୟୋଜିତ ହୋଇଥିଲା। ଏହି ସମ୍ମିଳନୀରେ ରାଜ୍ୟ
ceo


ଭୁବନେଶ୍ୱର, ୦୬ ମାର୍ଚ୍ଚ (ହି.ସ)- ଆଗାମୀ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ ଆଇ ଆର)–୨୦୨୬ କାର୍ଯ୍ୟକ୍ରମ ପାଇଁ ୨୦୦୨ ମସିହାର ଭୋଟର ତାଲିକା ସହିତ ମ୍ୟାପିଂ ପ୍ରକ୍ରିୟା ଉପରେ ଏକ ବିସ୍ତୃତ ଉପସ୍ଥାପନା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ମିଡ଼ିଆ ସେଂଟର ରେ ଆୟୋଜିତ ହୋଇଥିଲା।

ଏହି ସମ୍ମିଳନୀରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର ଏସ ଗୋପଲନ ଅଧ୍ୟକ୍ଷତା କରି କହିଥିଲେ ଯେ,

ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶାନୁଯାୟୀ ୨୦୦୨ ଭୋଟର ତାଲିକାକୁ ଏକ ମୂଳ ଆଧାର ଭାବେ ବ୍ୟବହାର କରି ୨୦୨୫ ଭୋଟର ତାଲିକା ସହିତ ମ୍ୟାପିଂ କରାଯିବ।

ମ୍ୟାପିଂ ସମୟରେ ଭୋଟରଙ୍କ ନାମ, ସମ୍ପର୍କୀୟଙ୍କ ନାମ, ବୟସ/ଜନ୍ମତାରିଖ, ମତଦାନ କେନ୍ଦ୍ର, ଭାଗ ସଂଖ୍ୟା ଓ ଇପିଆଇସି ବିବରଣୀ ମିଳାଯିବ। ଏହି ପ୍ରକ୍ରିୟାରେ ବୁଥ ସ୍ତରୀୟ ଅଧିକାରୀମାନେ କ୍ଷେତ୍ର ସ୍ତରରେ ସହାୟତା କରିବେ ଏବଂ ଇସିଆଇ ନେଟ ପୋର୍ଟାଲ୍, ଭୋଟର ସେବା ପୋର୍ଟାଲ୍, ସିଇଓ ଓଡ଼ିଶା ୱେବସାଇଟ୍ ଓ ଇସିଆଇ ନେଟ ମୋବାଇଲ୍ ଆପ୍ ମାଧ୍ୟମରେ ଭୋଟରମାନେ ତଥ୍ୟ ଯାଂଚ କରିପାରିବେ। ନାଗରିକମାନଙ୍କୁ ନିଜ ନାମ ୨୦୨୫ ଓ ୨୦୦୨ ଭୋଟର ତାଲିକାରେ ଯାଂଚ କରି ସମ୍ବନ୍ଧିତ ବିବରଣୀ ବୁଥ ସ୍ତରୀୟ ଅଧିକାରୀଙ୍କୁ ଦେବାକୁ ଅନୁରୋଧ କରାଯାଇଛି।

ଯଦି ୨୦୦୨ ତାଲିକାରେ ନାମ ନ ମିଳେ, ତେବେ ନିଜ ପିତା/ମାତା ଙ୍କ ବିବରଣୀ ଦେଇ ମ୍ୟାପିଂ କରାଇପାରିବେ।। ଯଦି୨୦୦୨ ଭୋଟର ତାଲିକାରେ ନିଜର, ପିତା/ମାତା ଙ୍କର ନାମ ପାଇବାରେ ଅସମର୍ଥ ହୁଅନ୍ତି ତେବେ ନିଜର ଜେଜେବାପା/ଜେଜେମାଙ୍କ ବିବରଣୀ ଦେଇ ମ୍ୟାପିଂ କରାଇପାରିବେ। ଶ୍ରୀ ଗୋପଲନ ଆହୁରି ସ୍ପଷ୍ଟ କରିଛନ୍ତି ଯେ ଏହି ମ୍ୟାପିଂ ପ୍ରକ୍ରିୟା ପାଇଁ କୌଣସି ଦସ୍ତାବିଜ କିମ୍ବା ଆଧାର କାର୍ଡ ଦେବା ଆବଶ୍ୟକ ନୁହେଁ ଏବଂ ଏସଆଇଆର ଆରମ୍ଭ ହେଲେ ନିର୍ଦ୍ଧାରିତ ପ୍ରକ୍ରିୟା ଅନୁଯାୟୀ ନାମ ପଞ୍ଜିକରଣ କରାଯିବ।

ଏହି ସାମ୍ବାଦିକ ସମ୍ମିଳନୀ ରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଆର ଏସ ଗୋପଲନ ଙ୍କ ସମେତ ଅତିରିକ୍ତ ସିଇଓ ଶ୍ରୀ ସୁଶାନ୍ତ କୁମାର ମିଶ୍ର, ଯୁଗ୍ମ ସିଇଓ ଶ୍ରୀ ଗୋପୀନାଥ କୁଅଁର,ଡ଼େପୁଟି ସିଇଓ ଡ଼. ଲଷ୍ମୀ ପ୍ରସାଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande