

ବଲାଙ୍ଗୀର,୦୬ ମାର୍ଚ୍ଚ(ହି.ସ.) – ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଆଗଲପୁର ବ୍ଲକ୍ର କୁଟାସିଂହା ଗ୍ରାମ ପଂଚାୟତର ଡୁଙ୍ଗୁରିପାଲି ଗ୍ରାମର ଚାଣ୍ଡାଲ ଡେମ୍କୁ ଜଳ ସମ୍ପଦ ବିଭାଗରୁ ମିଳିଛି ୬୦ ଲକ୍ଷ ୪୨ ହଜାର ଟଙ୍କାର ଅନୁଦାନ। ଏହି ଡେମ୍ର ଉନ୍ନତି କରଣ ହେଲେ ଡୁଙ୍ଗୁରିପାଲି, ତେନ୍ତୁଲିଗାଁ, କୁଟା ସିଂହା - କଂଟାପାଳିର ୬୦ ହେକଟର ଜମିରେ ପାଣି ଲାଗିବ। ତଳ ମୁଣ୍ଡର ଜମିରେ ପାଣିର ଜଳ ସ୍ତର ବଢିବ। ଏଠାରେ ସୂଚନା ଯୋଗ୍ୟ ଯେ, ପୂର୍ବରୁ ବିଧାୟକ ଡକ୍ଟର ମୁକେଶ ମହଳୀଙ୍ଗ ଏହି ଡେମ୍କୁ ପରିଦର୍ଶନ କରି ଜଳ ସମ୍ପଦ ବିଭାଗକୁ ଶୀଘ୍ର ଅନୁଦାନ ଦେବା ପାଇଁ ଜଣାଇଥିଲେ। ବର୍ତମାନ ୬୦ ଲକ୍ଷ ୪୨ ହଜାର ଟଙ୍କାର ଅନୁଦାନ ମିଳିଥିବାରୁ ଡୁଙ୍ଗୁରିପାଲି ଗ୍ରାମବାସୀଙ୍କ ତରଫରୁ ହୋଲି ଖେଳ ଉତ୍ସବରେ ବିଧାୟକ ତଥା ମନ୍ତ୍ରୀ ମୁକେଶ ମହାଳିଙ୍ଗଙ୍କୁ ଭେଟି ଶୁଭେଚ୍ଛା ଜଣାଇ ରଙ୍ଗର ଖେଳ ହୋଲି ମାନିଥିଲେ ଓ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ୱାଡ଼ ସଭ୍ୟ - ହିମାଂଶୁ ଧାରୁଆ, ରସିକ ସାହୁ, ରାଧେଶ୍ୟାମ ବଡେଇ, ହରିବଲ ମହାରଣ, ଚଂଚଳ ଅମାତ, ହାଡୁ ଧାରୁଆ, ଦଧି ମହାକୁର, ଗୋପବନ୍ଧୁ ଛନ୍ଦ, ଅମିତ ଛନ୍ଦ, ଅଲେଖ ମେର୍ଲି, ଜନ୍ମେଜୟ ଛନ୍ଦ, ଘଡି କଳତା, ବୀରେନ୍ଦ୍ର ବେହେରା, କିଶୋର ତାଣ୍ଡି, ବ୍ୟାସ ଦେବ ବଢ଼େଇ, ଅଜାମିଲ ନାଏକ, ପ୍ରାଣବନ୍ଧୁ ମହାକୁର ବିଧାୟକଙ୍କ ପ୍ରତିନିଧି ପିତାମ୍ବର କଂଟା ଉପଡଟିତଥିଲେ। ଏହି ଚାଣ୍ଡାଲ ଡେମ୍ର ଉନ୍ନତିକରଣ ପାଇଁ ପ୍ରମୋଦ ବଗର୍ତି ମଧ୍ୟ ଦାବି ଜଣାଇଥିଲେ,୬୦ ଲକ୍ଷ ୪୨ ହଜାର ଟଙ୍କା ଅନୁଦାନ ପ୍ରଦାନ କରିଥିବାରୁ କେବିନେଟ୍ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କୁ ଅଂଚଳବସୀଙ୍କ ତରଫରୁ ଧନ୍ୟବାଦ୍ ଜଣାଇଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ