ଗ୍ରୀଷ୍ମ ପ୍ରବାହ ଆଶଙ୍କାକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି
କନ୍ଧମାଳ, ୬ ମାର୍ଚ୍ଚ (ହି.ସ.)- ଆଗାମୀ ପ୍ରଖର ଗ୍ରୀଷ୍ମ ପ୍ରବାହର ଆଶଙ୍କାକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ (ପଞ୍ଚାୟତ ଭବନ), ଫୁଲବାଣୀ ଠାରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) କୁଶଳ ଚନ୍ଦ୍ର ନାୟକଙ୍
ଗ୍ରୀଷ୍ମ ପ୍ରବାହ ଆଶଙ୍କାକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି


କନ୍ଧମାଳ, ୬ ମାର୍ଚ୍ଚ (ହି.ସ.)- ଆଗାମୀ ପ୍ରଖର ଗ୍ରୀଷ୍ମ ପ୍ରବାହର ଆଶଙ୍କାକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ (ପଞ୍ଚାୟତ ଭବନ), ଫୁଲବାଣୀ ଠାରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) କୁଶଳ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ଅଧିକାରୀମାନଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଅଭିମୁଖୀକରଣ (Orientation) ଓ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଗ୍ରୀଷ୍ମ ପ୍ରବାହ ସମୟରେ ଜନସାଧାରଣଙ୍କ ଜୀବନ ରକ୍ଷା ଏବଂ ସମ୍ଭାବ୍ୟ ଅଂଶୁଘାତର ମୁକାବିଲା ପାଇଁ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରିବାକୁ ଅତିରିକ୍ତ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷ କରି ଜିଲ୍ଲାରେ ପାନୀୟ ଜଳର ସୁବିଧା, ସ୍ୱାସ୍ଥ୍ୟ ସେବା ଏବଂ ସଚେତନତା ସୃଷ୍ଟି କରିବା ଉପରେ ଏହି ଯୋଜନାରେ ଗୁରୁତ୍ୱ ଦିଆଯାଇଛି। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାୟକ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନିଜ ନିଜ କ୍ଷେତ୍ରରେ ସତର୍କ ରହିବାକୁ କହିବା ସହ ସାଧାରଣ ଲୋକଙ୍କ ପାଖରେ ସରକାରୀ ସୁବିଧା ଯେପରି ସଠିକ୍ ଭାବେ ପହଞ୍ଚିବ, ତାହା ସୁନିଶ୍ଚିତ କରିବାକୁ କହିଛନ୍ତି। କୌଣସି ଜରୁରୀ ପରିସ୍ଥିତି ପାଇଁ ଜିଲ୍ଲା ସ୍ତରୀୟ ‘କଣ୍ଟ୍ରୋଲ ରୁମ୍’ କୁ ସକ୍ରିୟ କରାଯାଇଛି।

ଏହି କର୍ମଶାଳାରେ ଅତିରିକ୍ତ ଜିଲ୍ଲା ସ୍ଵାସ୍ଥ୍ୟ ଅଧିକାରୀ ଅକ୍ଷୟ କୁମାର ସାହୁଙ୍କ ସମେତ ସ୍ଵାସ୍ଥ୍ୟ, ଶିକ୍ଷା, ଜଳଯୋଗାଣ, ଶିଶୁ ଓ ପରିବାର କଲ୍ୟାଣ , କର୍ମ, ନଗର ଉନ୍ନୟନ,ଶକ୍ତି ବିଭାଗ ଅଧିକାରୀ ମାନଙ୍କ ସହ ସମସ୍ତ ବ୍ଲକ ଉନ୍ନୟନ ଅଧିକାରୀ ଓ ତହସିଲ ଅଧିକାରୀ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଆପାତକାଳୀନ ଅଧିକାରୀ ଚିରଞ୍ଜୀବ ସାହୁ ପରିଚାଳନା କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande