ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ନିବେଶକ ସଚେତନତା
ପୁରୀ, ୬ ମାର୍ଚ୍ଚ (ହି.ସ.)- ସାମନ୍ତ ଚନ୍ଦ୍ରଶେଖର ସ୍ଵୟଂଶାସିତ ମହାବିଦ୍ୟାଳୟର ଏମ୍.ବି.ଏ. ଏବଂ ଏମ୍.କମ୍. (ଫାଇନାନ୍ସ ଓ କଣ୍ଟ୍ରୋଲ) ବିଭାଗର ଛାତ୍ରଛାତ୍ରୀଙ୍କ ପାଇଁ ୟୁ ଟି ଆଇ ମିୟୁଚୁଆଲ ଫଣ୍ଡ ସହଯୋଗୀତାରେ ସ୍ୱତନ୍ତ୍ର : ଇଣ୍ଡିଆ ଇନଭେଷ୍ଟ କରୋ ଶୀର୍ଷକ ଉପରେ ଏକ ଦିନିକିଆ ନିବେଶକ ସଚେତନତା କ
ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ନିବେଶକ ସଚେତନତା :


ପୁରୀ, ୬ ମାର୍ଚ୍ଚ (ହି.ସ.)- ସାମନ୍ତ ଚନ୍ଦ୍ରଶେଖର ସ୍ଵୟଂଶାସିତ ମହାବିଦ୍ୟାଳୟର ଏମ୍.ବି.ଏ. ଏବଂ ଏମ୍.କମ୍. (ଫାଇନାନ୍ସ ଓ କଣ୍ଟ୍ରୋଲ) ବିଭାଗର ଛାତ୍ରଛାତ୍ରୀଙ୍କ ପାଇଁ ୟୁ ଟି ଆଇ ମିୟୁଚୁଆଲ ଫଣ୍ଡ ସହଯୋଗୀତାରେ ସ୍ୱତନ୍ତ୍ର : ଇଣ୍ଡିଆ ଇନଭେଷ୍ଟ କରୋ ଶୀର୍ଷକ ଉପରେ ଏକ ଦିନିକିଆ ନିବେଶକ ସଚେତନତା କାର୍ଯ୍ୟକ୍ରମଅନୁଷ୍ଠିତ ହୋଇଯାଇଛି | ମହାବିଦ୍ୟାଳୟର ଏମ୍.ବି.ଏ. ବିଭାଗରେ ଶୁକ୍ରବାର ଦିନ ଆୟୋଜିତ ହୋଇଯାଇଛି।କାର୍ଯ୍ୟକ୍ରମକୁ ଉଦଘାଟନ କରିବା ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ. ଚିତ୍ତରଞ୍ଜନ ଦ୍ୱିବେଦୀ କହିଲେ, ସାମ୍ପ୍ରତିକ ଆର୍ଥିକ ଅନିଶ୍ଚିତତା ପରିସ୍ଥିତି ମଧ୍ୟରେ ଏଭଳି ଏକ ସଚେତନତା କାର୍ଯ୍ୟକ୍ରମ, ଛାତ୍ରଛାତ୍ରୀମାଙ୍କ ପାଇଁ କିଭଳି ଉପଯୋଗୀ ସାବ୍ୟସ୍ତ ହୋଇପାରିବ | ଏମ୍.ବି.ଏ. ଓ ଏମ୍.କମ୍.(ଫାଇନାନ୍ସ ଓ କଣ୍ଟ୍ରୋଲ) ବିଭାଗର ସଂଯୋଜକ ଡଃ. ମହେନ୍ଦ୍ର କୁମାର ମିଶ୍ର ସେବି ର ଉପସ୍ଥିତ ପ୍ରଶିକ୍ଷକଙ୍କୁ ସ୍ୱାଗତ କରିବା ସହିତ ତାଙ୍କ ପରିଚୟ ପ୍ରଦାନ କରିଥିଲେ। ବିଭାଗୀୟ ମୁଖ୍ୟ ଡଃ. ସତ୍ୟ ପ୍ରକାଶ ମିଶ୍ର ତାଙ୍କ ଅଭିଭାଷଣରେ ଛାତ୍ରଛାତ୍ରୀମାନଙ୍କର ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ।

ଏହି କର୍ମଶାଳାର ମୁଖ୍ୟ ତଥା ସେବିର ସ୍ୱୀକୃତିପ୍ରାପ୍ତ ପ୍ରଶିକ୍ଷକ ଡଃ. ଶିବପ୍ରସନ୍ନ ପଟ୍ଟନାୟକ, ବିଭିନ୍ନ ପ୍ରକାର ଆର୍ଥିକ ନିବେଶ ଓ ତତ୍ ସଂଲଗ୍ନ ସତର୍କତା ସମ୍ବନ୍ଧରେ ଏକ ଚମତ୍କାର ଉପସ୍ଥାପନା ପ୍ରସ୍ତୁତ କରିଥିଲେ। ଆର୍ଥିକ କ୍ଷେତ୍ରରେ ଜ୍ଞାନ ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ସାମାଜିକ ଓ ବୃତ୍ତିଗତ ଜୀବନରେ କିପରି ସହାୟକ ହୋଇପାରିବ, ସେ ସମ୍ପର୍କରେ ଅବଗତ କରାଇଥିଲେ। ବିଭାଗୀୟ ଅଧ୍ୟାପିକା ସୌମ୍ୟା ମହାନ୍ତି କର୍ମଶାଳାକୁ ସୁଚାରୁରୂପେ ପରିଚାଳନା କରିଥିଲେ। ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀମାନେ ଏପରି ଏକ ଉପଯୋଗୀ କାର୍ଯ୍ୟକ୍ରମ ଆୟୋଜନରେ ଗଭୀର ଆନନ୍ଦ ଓ ଆତ୍ମସନ୍ତୋଷ ପ୍ରକାଶ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande