ଜୟପୁର ପୌର ପରିଷଦର ସାଧାରଣ ବୈଠକ
ଜୟପୁର, ୦୬ ମାର୍ଚ୍ଚ (ହି.ସ.) - ଜୟପୁର ପୌର ସଭାଗୃହରେ ପରିଷଦର ସାଧାରଣ ବୈଠକ ଆଜି ଅନୁଷ୍ଠିତ ହୋଇଛି । ଏଠାରେ ମୁଖ୍ୟ ଅତିଥି ଭାବେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ଯୋଗଦେଇଥିଲେ। ରାସ୍ତା, ଘାଟ ,ପାନିୟ ଜଳ, ପାନିୟ ଜଳ ଉପରେ ଆଲୋଚନା କରାଯାଇଛି । ଜୟପୁର ରାଜୁ ସାହି ଠାରେ ଜବର ଦଖଲ କରି ଷ୍ଟ
ଜୟପୁର ପୌର ପରିଷଦର ସାଧାରଣ ବୈଠକ


ଜୟପୁର, ୦୬ ମାର୍ଚ୍ଚ (ହି.ସ.) - ଜୟପୁର ପୌର ସଭାଗୃହରେ ପରିଷଦର ସାଧାରଣ ବୈଠକ ଆଜି ଅନୁଷ୍ଠିତ ହୋଇଛି । ଏଠାରେ ମୁଖ୍ୟ ଅତିଥି ଭାବେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ଯୋଗଦେଇଥିଲେ। ରାସ୍ତା, ଘାଟ ,ପାନିୟ ଜଳ, ପାନିୟ ଜଳ ଉପରେ ଆଲୋଚନା କରାଯାଇଛି । ଜୟପୁର ରାଜୁ ସାହି ଠାରେ ଜବର ଦଖଲ କରି ଷ୍ଟଲ ନିର୍ମାଣ କରାଯାଇଛି । ତାହାକୁ ୭ ଦିନିଆ ନୋଟିସ କରି ଉଛେଦ କରିବାକୁ ନିଷ୍ପତି ହୋଇଛି । ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ ଠାରୁ ମୁଖ୍ୟ ଟ୍ରାଫିକ ଛକ ଯାଏ ଜନ ଗହଳି ରହୁଛି ଯେଥି ପାଇଁ ଚଲାପଥ ନିର୍ମାଣ କରାଯିବ । ଜୟପୁର ପୌରାଂଚଳରେ ଥିବା ବିଦ୍ୟାଳୟର ମରାମତି କରିବା, ପୌର ପାଳିକାର ଷ୍ଟଲ ବହୁ ଦିନ ହେବ ତାଲା ପଡିଥିବା ଷ୍ଟଲ କୁ ନିଜ ଅକ୍ତି ଆରକୁ ଆଣିବା ଉପରେ ଆଲୋଚନା ହୋଇଥିଲା । ବୈଠକରେ ଜୟପୁର ଜଗନ୍ନାଥ ସାଗରେ ଦୁର୍ନିତି ହୋଇଥିବା ନେଇ ବିଜେଡି ବାର ବାର ଅଭିଯୋଗ କରିଛି । କେତେ ବେଳେ ସାମ୍ବାଦିକ ସମ୍ମିଳନିରେ, ବିଜୁ ଜୟନ୍ତି ରେ ଏମିତି କି ଭିଜିଲାନ୍ସ ଅଫିସରେ ଅଧ୍ୟ ଅଭିଯୋଗ କରିଛି । ଏହାକୁ ନେଇ ଆଜି ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ବିଜେଡିକୁ ଟାର୍ଗେଟ କରିଛନ୍ତି । ଦୁର୍ନିତି ବିଜେଡି ଅମଳ ରେ ହୋଇଛି । ବର୍ତମାନ ହୋଇ ନାହିଁ। ସେ ମାନେ ଭିଜିଲାନ୍ସ ତଦନ୍ତ ଦାବି କଣ କରିଛନ୍ତି ସିବିଆଇ ତଦନ୍ତ କରାନ୍ତୁ ବୋଲି ବିଧାୟକ ବାହିନିପତି ଆହ୍ୱାନ ଦେଇଛନ୍ତି । କ୍ଷୀର କ୍ଷୀର ପାଣି ପାଣି ହୋଇଯାଉ । ଜଗନ୍ନାଥ ସାଗର କାଯ୍ୟରେ ଦୁର୍ନିତି ହୋଇଥିବା ଅଭିଯୋଗ ଆଣିବା ପଛରେ ବିଜେଡି ର ମନ୍ଦ ଉଦ୍ଦେଷ୍ୟ ରହିଛି । ପୌର ପାଳିକାର ୧୫ ଜଣ ବିଜେଡି କାଉନସିଲର ଅଛନ୍ତି ବିଜେଡିର ଉପାଧ୍ୟକ୍ଷ ଅଛନ୍ତି । ଜଣେ ୨ ଜଣକୁ କୁ ଛାଡିଲେ କେହି ଅଭିଯୋଗ । ଅଭିଯୋଗ କାରିଙ୍କ ସହ ନାହାଁନ୍ତି । ଯାହା ହେବ ଟେଣ୍ଡର ରେ ହେବ ବୋଲି ବିଧାୟକ ଆଗରୁ କହିଛନ୍ତି । ଏସଏଚଜି ଗ୍ରୁଫ କୁ କାମ ଦେବା ପାଇ ପୁବତନ ବିଜେଡି ସରକାର ନିଦ୍ଦେଷ ଦେଇଥିଲେ। ଏହାକୁ ବିଧାୟକ ବାହନିପତି ବିରୋଧ କରିଥିଲେ । ସେତେ ବେଳେ ଏଠାର ବିଜେଡି ନେତା ମାନେ ହିଁ ଟେଣ୍ଡର କରିବାକୁ ମନା କରିଥିଲେ । ବର୍ତମାନ ଯେଉଁ କାଉନସିଲରେ ୯ କୋଟି ଟଙ୍କା ଆସିଛି । ଯାହାକି ଟେଣ୍ଡର ହୋଇଛି । ବର୍ତମାନ ଏହା କ୍ଲିନ ରେ ଅଛି । ଏହାକୁ କିଏ ବିରୋଧ କରିପାରିବେ ନାହିଁ । ଯାହାକି ଦୁର୍ନିତି ହୋଇ ବିଜେଡି ସମୟରେ ହୋଇଛି । ବିଜେଡି କାଉନସିଲ ଥିବା ସମୟରେ ଏସଏଚଜି ଗ୍ରୁଫ କୁ ଦାୟିତ୍ୱ ଦେଇଥିଲେ । ତୁରନ୍ତ ପେମେଂଟ କରିବାକୁ ବିଜେଡି କାଉନସିଲର ମାନେ ଦାବି କରିଥିଲେ । ଯଦି ବିଜେଡି ଦୁର୍ନିତି ହୋଇଛି ବୋଲି କହୁଛି ତେବେ ଏସଏଚଜିର ପେମେଂଟ ହେବ ନାହିଁ ବୋଲି ରୋକ ଠକ ମନା କରିଥିଲେ ବିଧାୟକ ବାହିନିପତି । ବିଜେଡି କାଉନସିଲ ସମୟରେ ଦୁର୍ନିତି ହୋଇଥିବା ବେଳେ ଭିଜିଲାନ୍ସ ୧୦ଟି ଫାଇଲ ବର୍ଷ ବର୍ଷ ସଂଖ୍ୟା ପଡିଥିଲା । ତତ କାଳିନ ସରକାରକୁ କହି ସେହି ଫାଇଲ ମଗାଇଥିଲେ ଯାହାକି ତଦନ୍ତ ହୋଇ ନାହିଁ । କଂଗ୍ରେସର ସରକାରି ନାହିଁ । ଭିଜିଲାନ୍ସ ତଦନ୍ତ କର ବୋଲି ଚେଲେଞ୍ଜ ଦେଇଥିଲେ । ବଜେଟରେ କିଛି ଟଙ୍କା ଅଛି । ଜୟପୁର ସହର ସୌନ୍ଦଯ୍ୟ କରଣ କରବାକୁ ଉଦ୍ୟମ ଆରମ୍ଭ ହୋଇଛି । ଭିଜିଲାନ୍ସ ମାମଲା ହେଲେ ରାଜ୍ୟ ସରକାର ଟଙ୍କା ଦେବେ ନାହିଁ । ଫଳରେ ସୌନ୍ଦଯ୍ୟ କରଣ ହୋଇପାରିବ ନାହିଁ । କାମ ହୋଇ ପାରିବ ନାହିଁ ବିଧାୟକ ବାହିନିପତି କୁ ବଦନାମ କରିବାକୁ ବିଜେଡି ଓ ବିଜେପି ଚେଷ୍ଟା କରୁଥିବା ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ଅଭିଯୋଗ କରିଛନ୍ତି ।

ଏହାପରେ ଗତ ନଭେମ୍ବର ମାସରେ ଅନୁଷ୍ଠିତ ସାଧାରଣ ପରିଷଦ ବୈଠକ ଏବଂ ଗତ ମାସରେ ସ୍ୱତନ୍ତ୍ର କାଉନସିଲ ବୈଠକରେ ଅଧିକାଂଶ ପ୍ରସ୍ତାବ ଗୃହୀତ ହୋଇଥିଲା ଓ ଗତ ୨୦୨୫ ମସିହା ଅକ୍ଟୋବର ମାସ ଠାରୁ ଜାନୁୟାରୀ ମାସ ଶେଷ ପର?୍ୟ୍ୟନ୍ତ ପୌରସଂସ୍ଥା ପକ୍ଷରୁ ହୋଇଥିବା ଖର୍ଚ୍ଚକୁ ବୈଠରେ ମଞ୍ଜୁର କରାଯାଇଥିଲା । ଏହିପରି ଆସନ୍ତା ଆର୍ôଥକ ବର୍ଷ ପାଇଁ ପୌରସଂସ୍ଥା ପକ୍ଷରୁ ଜୀବାଣୁ ନାଶକ ବ୍ଲିଚିଙ୍ଗ ପାଉଡର, ଫିନାଇଲ ଏବଂ ମଶାମରା ତେଲ କ୍ରୟ ନିମନ୍ତେ ଟେଣ୍ଡର ପ୍ରକିୟା କରିବାକୁ ପ୍ରସ୍ତାବ ଗ୍ରହଣ କରାଯାଇଛି ଓ

ସହରରେ ଖାଲି ପଡିଥିବା ଗୋଟିଏ ସ୍ୱଚ୍ଛସାଥି, ସ୍ୱଚ୍ଛ ସୁପରଭାଇଜର ଏବଂ ୧୦ଟି ଜଳ ସାଥି ପଦବୀ ପୂରଣ ନିମନ୍ତେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଆବେଦନ କରିବେ । ଟେଣ୍ଡର ମାଧ୍ୟମରେ କାର୍ଯ୍ୟାଳୟ ପରିଚାଳନା ନିମନ୍ତେ ଆବଶ୍ୟକ କାଗଜପତ୍ର ଏବଂ ପ୍ରିଣ୍ଟି ସାମଗ୍ରି ଆହ୍ୱାନ କରିବାକୁ ମଞ୍ଜୁର କରାଯାଇଛି । ପୌରସଂସ୍ଥାରେ ରହିଥିବା ୫ଟି ମଳମୂତ୍ର ନିଷ୍ପାସନ ଗାଡିକୁ ଠିକା ସଂସ୍ଥା ଦ୍ୱାରା ପରିଚାଳନା ନେଇ ଟେଣ୍ଡର ମାଧ୍ୟମରେ ପ୍ରଦାନ କରାଯିବ । ଘୋଡାଶାଳ (ପୁରାତନ ଅଗ୍ନିସମ ବିଭାଗର ) ପଡିଆର ସୁରକ୍ଷା ପାଇଁ ପାଚେରୀ ଏବଂ ମୁଖ୍ୟ ଫାଟକ ନିର୍ମାଣ ଏବଂ ଉକ୍ତ ପଡିଆରେ ରହିଥିବା ବ୍ୟାୟମଶାଳା ଗୃହକ ବୃଦ୍ଧି ଏବଂ ଉନ୍ନତୀକରଣ ପାଇଁ ପାଇଁ ପରିଷଦ ମଞ୍ଜୁର କରାଯାଇଛି । ସହରରେ ସଂଯୋଗ ହୋଇଥିବା ସିସି କ୍ୟାମେରା ଏବଂ ଟାଉନ ଥାନାରେ ରହିଥିବା କଣ୍ଟୋଲ କକ୍ଷର ରକ୍ଷଣା ବେକ୍ଷଣ ଏବଂ କିଛି ସମ୍ବେଦନ ଶୀଳ ଅଂଚଳରେ ସିସି କ୍ୟାମେରା ସଂଯୋଗ ନେଇ ପୁଲିସ ବିଭାଗ ପକ୍ଷରୁ ପୌରସଂସ୍ଥାକୁ ଅନୁରୋଧ କରାଯାଇଥିଲା ଏହାକୁ ବୈଠକରେ ମଞ୍ଜୁର କରାଯାଇଛି । ସେହିପରି ସହରରେ ନିର୍ମାଣ ହେବାକୁ ଥିବା ୪ଟି ବହୁମୁଖୀ ଭବନ ମଧ୍ୟରୁ ୩ଟି ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ରହିଥିବା ବେଳେ ଜମି ଯୋଗାଣ ହୋଇନଥିବା ଯୋଗୁଁ ୪ର୍ଥ ଭବନ ନିର୍ମାଣ ହୋଇନଥିବା ଯୋଗୁଁ ଆଜି ବୈଠକରେ ନୂଆସାହି ତ୍ରିମୂର୍ତି କଲ୍ୟାଣ ମଣ୍ଡପ ପରିସରରେ ୪ର୍ଥ ବହୁମୁଖୀ ଭବନ ନିର୍ମାଣ ପାଇଁ ମଞ୍ଜୁର କରିବାକୁ ନିଷ୍ପତି ହୋଇଛି । ସେହିପରି ଟ୍ରାଫିକ, ଅସମାଜିକ କାର୍ଯ୍ୟ ନିୟନ୍ତ୍ରଣ, ପାଇଁ ନୂତନ କଂଟ୍ରୋଲ ରୁମ ନିର୍ମାଣ କରାଯାଇ ପୁଲିସ ସେଠାରେ ଉପସ୍ଥିତ ରହିବା ସହିତ ତୁରନ୍ତ କାର୍ଯ୍ୟାନୁଷ୍ଠାନ କରିବା ନେଇ ସଜାଗ ରହିବେ । ସହରର ତାରିଣି ଛକ, ଗ୍ଲୋକାଲ ଛକ, ବୃନ୍ଦାବନ ନଗର ସ୍ଥିତ ଖାଲିସ୍ଥାନ ଏବଂ ଅନ୍ୟାନ୍ୟ କିଛି ଛକର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯିବ । ସେହିପରି ବାପୁଜୀନଗର ଛକ ଠାରେ ସରକାରୀ ଜମିରେ ଏକ ସୁନ୍ଦର ଓ ଅତ୍ୟାଧୁନିକ ଅଡିଟୋରିୟମ ନିର୍ମାଣ ନେଇ ପ୍ରସ୍ତାବ ଗ୍ରହଣ କରାଯାଇଛି । ସେହିପରି ଦ୍ୱିତୀୟ ଦୈନିକ ବଜାରରେ ୧୦ ମେଟ୍ରିକଟନ ବିଶିଷ୍ଟ ସୌରଶକ୍ତିରେ ପରିଚାଳିତ ଶୀତଳ ଭଣ୍ଡାର ନିର୍ମାଣ ପ୍ରଭୃତି ପ୍ରସ୍ତାବ ଗୁଡିକ ଗୃହିତ ହୋଇଯାଇଛି । ଗାନ୍ଧିଛକ ଠାରେ ଟ୍ରଓଫିକ ସିଗନାଲ ନିର୍ମାଣ, ମୁଖ୍ୟ ଟ୍ରାଫିକ ଛକ ଠାରୁ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ରାସ୍ତା ପାର୍ଶ୍ୱରେ ପଥଚାରୀଙ୍କ ପାଇଁ ଚଲାପଥ ନିର୍ମାଣ କରିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଛି ।

ବୈଠକରେ ପୌର ଅଧ୍ୟକ୍ଷ ନରେନ୍ଦ୍ର କୁମାର ମହାନ୍ତି, ଜୟପୁର ଉପ ଜିଲାପାଳ ତଥା ପୌର କାର୍ଯ୍ୟନିବାହୀ ଅଧିକାରି ଆକା ବରମ ଶଶ୍ୟା ରେଡ୍ଡି, ଅତିରିକ୍ତ ପୌର କାର୍ଯ୍ୟ ନିର୍ବାହି ଅଧିକାରି ପୁଜା ରାଉତ, ପୌର ଯନ୍ତ୍ରୀ ଅଜୟ ଜାନୀ ଙ୍କ ସହ କାଉସିଲର ଗୋପୀନାଥ ମହାନ୍ତି, ଯଶପାଲ ସିଂ, ପ୍ରଣବ କିଶୋର ନାୟକ, ସିମାଂଚଳ ବିଶୋୟୀ, ରବିନ୍ଦ୍ର ସାହୁ, ଦେବେନ୍ଦ୍ର ଚୌଧୁରୀ, ପାର୍ଥସାରଥୀ ମଲ୍ଲିକ, ଉଷାରାଣି ଦଣ୍ଡସେନା ପ୍ରମୁଖଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରୀ ଏବଂ ପୌର କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande