କାନପୁର ବିସ୍ଥାପିତଙ୍କ ପିସିସି ସଭାପତିଙ୍କୁ ଦାବୀପତ୍ର
ଚମ୍ପୁଆ, ୬ ମାର୍ଚ୍ଚ (ହି.ସ.)- ଓଡିଶାର ଦ୍ୱିତୀୟ ନଦୀବନ୍ଧ କାନପୁର ବୃହତ ଜଳ ସେଚନ ପ୍ରକଳ୍ପ ଦ୍ୱାରା ବିସ୍ଥାପିତ ପରିବାର ବର୍ଗଙ୍କର ଓଡିଶା ପିସିସି ସଭାପତି ଭକ୍ତଚରଣ ଦାସଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଥିବା ଜଣାପଡିଛି । ଏ ସମ୍ବନ୍ଧରେ ବାସୁଦେବପୁର ମେଡିକାଲ ଛକ ଠାରେ କଂଗ୍ରେସର ସ୍ଥାନୀୟ ନେତା ଗୁ
କାନପୁର ବିସ୍ଥାପିତଙ୍କ ପିସିସି ସଭାପତିଙ୍କୁ ଦାବୀପତ୍ର


ଚମ୍ପୁଆ, ୬ ମାର୍ଚ୍ଚ (ହି.ସ.)- ଓଡିଶାର ଦ୍ୱିତୀୟ ନଦୀବନ୍ଧ କାନପୁର ବୃହତ ଜଳ ସେଚନ ପ୍ରକଳ୍ପ ଦ୍ୱାରା ବିସ୍ଥାପିତ ପରିବାର ବର୍ଗଙ୍କର ଓଡିଶା ପିସିସି ସଭାପତି ଭକ୍ତଚରଣ ଦାସଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଥିବା ଜଣାପଡିଛି । ଏ ସମ୍ବନ୍ଧରେ ବାସୁଦେବପୁର ମେଡିକାଲ ଛକ ଠାରେ କଂଗ୍ରେସର ସ୍ଥାନୀୟ ନେତା ଗୁରୁବକ୍ସ ସିଂହ ଆହଲୁଓ୍ୱାଲିଆଙ୍କ ତତ୍ତ୍ୱାବଧାନରେ ଶତାଧିକ ବିସ୍ଥାପିତ ପରିବାର ପକ୍ଷରୁ ଏହି ଦାବୀପତ୍ର ପ୍ରଦାନ କରାଯାଇଥିଲା । ଭକ୍ତଚରଣ ଦାସଙ୍କ ସହ ଓଡିଶା କଂଗ୍ରେସର ପ୍ରଭାରୀ ଅଜୟ କୁମାର ଲଲୁ, ସହପ୍ରଭାରୀ ମୟୂରା ଏସ ଜୟକୁମାର, କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡାମଙ୍କ ସହିତ ବହୁ ତୁଙ୍ଗନେତା ଏଠାରେ ଉପସ୍ଥିତ ଥିଲେ । ଓଡିଶା ସରକାର କାନପୁର ନଦୀବନ୍ଧ ଦ୍ୱାରା ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ଓ ଆଂଶିକ କ୍ଷତିଗ୍ରସ୍ତ ୩ ଗୋଟି ଗ୍ରାମପଞ୍ଚାୟତର ୧୬ଟି ଗାଆଁର ବିସ୍ଥାପିତ ପରିବାର ଏହି ଦାବୀ ଜଣାଇଥିଲେ । ଦାବୀ ଗୁଡିକ ମଧ୍ୟରେ, ଯେହେତୁ କାନପୁର ନଦୀ ବନ୍ଧ ନିର୍ମାଣ କାର୍ଯ୍ୟ ଅସମ୍ପୂର୍ଣ ଅଛି ଏଣୁ ୧-୧-୨୦୧୮ ବଦଳରେ ୧-୧-୨୦୨୫ କଟଅଫ ଡେଟ ଲାଗୁ କରାଯିବାକୁ ଦାବୀ କରିଥିଲେ l ବର୍ଦ୍ଧିତ ରାଶି ୨୦୧୪ ମସିହାରୁ ଆଜି (୨୦୨୬) ପର୍ଯ୍ୟନ୍ତ ଥଇଥାନ ନିୟମ ଅନୁଯାଇ ପ୍ରଦାନ କରାଯାଉ l (ଯେହେତୁ ପ୍ରତି ୨ ବର୍ଷ ଅନ୍ତରାଳରେ ଆରପିଡିଏସି ସଭା ହେବାର ନିୟମ ରହିଛି) । ବିବାହିତା ଓ ଅବିବାହିତା ଏବଂ ବାପ, ମା ଛେଉଣ୍ଡ ପୁଅ, ଝିଅ ମାନଙ୍କୁ ଉଚିତ ସହାୟତା ରାଶି ପ୍ରଦାନ କରାଯାଉ (୧୯୮୦ ମସିହା ରୁ ଧରାଯାଉ ) । ବିସ୍ଥାପିତ ପରିବାରବର୍ଗଙ୍କୁ ମୌଳିକ ସୁବିଧା ଯୋଗେଇଦେବାରେ ଯଥାଶୀଘ୍ର ଉଚିତ ପଦକ୍ଷେପ ନିଆଯାଉ l ଚାଷ ଜମି ବଦଳରେ ଜମି, ଘର ଡିହ ବଦଳରେ ଘରଡିହ ଲେଖାଥିବା ବିସ୍ଥାପିତ ପରିବାରଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ କରାଯାଉ । ସେ ସ୍ଥାନରୁ ଛାଡି ଯାଇଥିବା ପରିବାର, ଭୂମିହୀନ ପରିବାର ଓ ୭୫ ପ୍ରତିଶତ ଆଂଶିକ ପରିବାରମାନଙ୍କୁ ଉଚିତ ପ୍ରାପ୍ୟ ପ୍ରଦାନ କରାଯାଉ l କାନପୁର ବୃହତ ଜଳସେଚନ ପ୍ରକଳ୍ପ ଦ୍ୱାରା ବିସ୍ଥାପିତ ପରିବାର ବର୍ଗଙ୍କ ଠାରୁ ବିଭିନ୍ନ ଚିଟ ଫଣ୍ଡ ସଂସ୍ଥାମାନଙ୍କ ଦ୍ୱାରା ଅର୍ଥ ହଡ଼ପ ଉପରେ ଯଥାଶୀଘ୍ର ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଗରିବ ଆଦିବାସୀ ପରିବାର ବର୍ଗଙ୍କୁ ତାଙ୍କର ଅର୍ଥ ରାଶି ଫେରସ୍ତ ପ୍ରଦାନ କରନ୍ତୁ l ଯୋଉଠି ଭିଟାମାଟି ହରେଇ କେବଳ ବିସ୍ଥାପିତ ଓ ଥଇଥାନ ନୀତି ୨୦୦୬ ଅନୁସାରେ ଵର୍ତ୍ତମାନ ସୁଦ୍ଧା ଉଚିତ ପ୍ରାପ୍ୟ ପାଇ ପାରିନାହାନ୍ତି । ଅନ୍ୟପକ୍ଷରେ କାନପୁର କେନାଲ ନିମନ୍ତେ ଜମି ହରେଇ ଥିବା ଲୋକମାନେ ବିସ୍ଥାପିତ ଓ ଥଇଥାନ ନୀତି ୨୦୧୩ ଅନୁଯାୟୀ ୩ ଗୁଣା ଅଧିକା ରାଶି ପାଇବା ନିଶ୍ଚୟ ଜମି ହରାଙ୍କ ନିମନ୍ତେ ଘୋର ଅନ୍ୟାୟ ଏଣୁ ସରକାର ଖୁବ ଶୀଘ୍ର ଆରପିଡିଏସି ବୈଠକ କରି ଉଚିତ ସମାଧାନ କରିବେ ବୋଲି ଡବଲ ଇଞ୍ଜିନ ସରକାରଙ୍କୁ ନିବେଦନ କରିଛନ୍ତି । କଂଗ୍ରେସ ଦଳ ନେତା ଏ ସମ୍ବନ୍ଧରେ ମୋହନ ସରକାରଙ୍କୁ ଆଗାମୀ ବିଧାନସଭାରେ ଉପସ୍ଥାପନ କରି ସରକାରଙ୍କ ଫିତା କାଟିବାର ଯୋଉ ଯୋଜନା କରୁଛନ୍ତି ତା' ପୂର୍ବରୁ କାନପୁର ବିସ୍ଥାପିତ ପରିବାର ବର୍ଗଙ୍କୁ ନ୍ୟାୟ ପ୍ରଦାନ ନ କଲେ ଆଗାମୀ ଦିନରେ ରାଜ ରାସ୍ତାରେ ଓଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande