
ଭୁବନେଶ୍ୱର, ୦୬ ମାର୍ଚ୍ଚ (ହି.ସ)- ଜାତୀୟ ସୁରକ୍ଷା ସପ୍ତାହ/ମାସ ପାଳନ ଅବସରରେ ସୁରକ୍ଷା ସଚେତନତା ବୃଦ୍ଧି ପାଇଁ ସହଭାଗିତା ଏବଂ ସଶକ୍ତିକରଣ ବିଷୟବସ୍ତୁ ଉପରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ସରକାରୀ ହାଇସ୍କୁଲ, ଡମଣାଠାରେ ଗେଲ (ଇଣ୍ଡିଆ) ଲିମିଟେଡ୍ ସିଜିଡି ଭୁବନେଶ୍ୱର ଏବଂ କଟକ ଆନୁକୁଲ୍ୟରେ ଆୟୋଜିତ ଏହି କାର୍ୟ୍ୟକ୍ରମରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।
ଛାତ୍ରଛାତ୍ରୀମାନେ ସଡକ ସୁରକ୍ଷା, ଅଗ୍ନି ନିରାପତା ଏବଂ ଦୈନନ୍ଦିନ ଜୀବନରେ ସୁରକ୍ଷା ଭଳି ବିଷୟଗୁଡ଼ିକୁ ରଙ୍ଗତୁଳୀରେ ଉପସ୍ଥାପନ କରି ସୁରକ୍ଷା ସମ୍ପର୍କିତ ସେମାନଙ୍କର ଧାରଣା ପରି ପ୍ରକାଶ କରିଥିଲେ।
ଏହି କାର୍ୟ୍ୟକ୍ରମରେ ପ୍ରଧାନ ଶିକ୍ଷକ ବିଶ୍ୱନାଥ ସାହୁ ଏବଂ ସିଜିଡିର ଡିଜିଏମ ଅମିତାଭ ଘୋରାଇ ଏବଂ ବରିଷ୍ଠ ଅଧିକାରୀ (ଅଗ୍ନି ଏବଂ ସୁରକ୍ଷା) ବୋମନା ଅନିରୁଦ୍ଧ ପ୍ରମୁଖ ଉପସ୍ଥିତି ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଯୁବ ଛାତ୍ରମାନଙ୍କ ମଧ୍ୟରେ ସୁରକ୍ଷା ସଚେତନତାକୁ ପ୍ରୋତ୍ସାହିତ କରିବା ଏବଂ ସମାଜରେ ନିରାପଦ ଅଭ୍ୟାସଗୁଡ଼ିକୁ ଆପଣାଇବାକୁ ପ୍ରବର୍ତାଇବା ଉଦ୍ଦେଶ୍ୟରେ ଜାତୀୟ ସୁରକ୍ଷା ସପ୍ତାହ ଓ ମାସ ପାଳନ କରାଯାଉଛି । ଗେଲ (ଇଣ୍ଡିଆ) ଲିମିଟେଡ୍ ସିଜିଡି ଭୁବନେଶ୍ୱରର ବରିଷ୍ଠ ଅଧିକାରୀ (ଅଗ୍ନି ଏବଂ ସୁରକ୍ଷା) ଜେଫ୍ ଲୋପେଜ୍ ଏହି କାର୍ୟ୍ୟକ୍ରମକୁ ପରିଚାଳନା କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା