ରାଇରଙ୍ଗପୁର ଠାରେ ଓଡିଶା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ
ରାଇରଙ୍ଗପୁର, ୬ ମାର୍ଚ୍ଚ (ହି.ସ.)- ଆଜି ପୂର୍ବାହ୍ନରେ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ବାମନଘାଟି ଉପଖଣ୍ଡର ଉପଜିଲ୍ଲାପାଳ ସୌମ୍ୟ ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଚଳିତ ବର୍ଷ ବାମନଘାଟି ଉପଖଣ୍ଡ ରାଇରଙ୍ଗପୁର ଠାରେ ଓଡିଶା ଦିବସ-୨୦୨୬ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବ
ରାଇରଙ୍ଗପୁର ଠାରେ  ଓଡିଶା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ


ରାଇରଙ୍ଗପୁର, ୬ ମାର୍ଚ୍ଚ (ହି.ସ.)- ଆଜି ପୂର୍ବାହ୍ନରେ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ବାମନଘାଟି ଉପଖଣ୍ଡର ଉପଜିଲ୍ଲାପାଳ ସୌମ୍ୟ ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଚଳିତ ବର୍ଷ ବାମନଘାଟି ଉପଖଣ୍ଡ ରାଇରଙ୍ଗପୁର ଠାରେ ଓଡିଶା ଦିବସ-୨୦୨୬ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ସୁଚାରୁ କୁମାର ବଳ, ଅତିରିକ୍ତ ଉପଜିଲ୍ଲାପାଳ ଶ୍ରୀମତୀ ବାସନ୍ତୀ ଲାକ୍ରା, ରାଇରଙ୍ଗପୁର ଟାଉନ ଥାନା ଅଧିକାରୀ ଜ୍ୟୋତିପ୍ରକାଶ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିବା ବେଳେ ଉପଜିଲ୍ଲାପାଳ କାର୍ଯ୍ୟାଳୟର ସହକାରୀ ଜିଲ୍ଲାପାଳ ସୁଧାକର ସେଠୀ, ଶ୍ରୀମତୀ ଅନିତାରାଣୀ ମହାନ୍ତ, ସହକାରୀ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀମତୀ ଚିନ୍ମୟୀ ମହାନ୍ତ, ଗୋଷ୍ଠୀ ଶିକ୍ଷାଧିକାରୀ ହେମ ମାଝୀ, ରାଇରଙ୍ଗପୁର ପୌରପାଳିକାର ପରିମଳ ବିଶେଷଜ୍ଞ ସ୍ୱାଧୀନ କୁମାର ତିୱାରୀ, ରାଇରଙ୍ଗପୁର ଡାକ ମଣ୍ଡଳ କାର୍ଯ୍ୟାଳୟର ଟିକନ କୁମାର ଦେବତାଙ୍କ ସମେତ ବିଭିନ୍ନ ବିଭାଗୀୟ ପଦାଧିକାରୀ, ବରିଷ୍ଠ ନାଗରିକ ରସାନନ୍ଦ ଲେଙ୍କା, ସଚିକାନ୍ତ କର, ଦୁଷ୍ମନ୍ତ କୁମାର ବସା, ରାଇରଙ୍ଗପୁର ଓକିଲ ସଂଘ ସଭାପତି ଅକ୍ଷୟ କୁମାର ମହାନ୍ତି, ଶିକ୍ଷକ ରଞ୍ଜନ କୁମାର ନନ୍ଦ, ଅଧ୍ୟାପକ ବିଜୟ କୁମାର ରାମ, ଅବସରପ୍ରାପ୍ତ ଶିକ୍ଷକ ତିମିର ରଞ୍ଜନ ପଣ୍ଡା ଓ ସହରର ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ, ବୁଦ୍ଧିଜୀବି ଓ ଗଣମାଧ୍ୟମର ପ୍ରତିନିଧି ମାନେ ଉପସ୍ଥିତ ରହି ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।

ପ୍ରାରମ୍ଭରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି ବୈଠକରେ ଉପସ୍ଥିତ ସମସ୍ତଙ୍କୁ ସ୍ୱାଗତ କରିବା ସହ ପ୍ରସ୍ତୁତି ବୈଠକର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ l ଏହାପରେ ପୂର୍ବବର୍ଷ ବୈଠକର ବିବରଣୀ ପଠନ କରାଯାଇଥିଲା ଏବଂ ପ୍ରତ୍ୟେକ ପ୍ରସଙ୍ଗ ଉପରେ ଆଲୋଚନା ପର୍ଯ୍ୟାଲୋଚନା କରାଯାଇଥିଲା। ଆଲୋଚନା ପରେ ସର୍ବସମ୍ମତି କ୍ରମେ ଦିବସ ପାଳନ ପାଇଁ କିଛି ପ୍ରମୁଖ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ତଦନୁଯାୟୀ ଓଡିଶା ଦିବସ ଉପଲକ୍ଷେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଦିବସ ପାଳନ ପୂର୍ବରୁ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବ । ସେହିପରି ଦିବସ ପାଳନ ଦିନ ପ୍ରାତଃ ୪ଟା ୩୦ ମିନିଟ ସମୟରେ ରାଇରଙ୍ଗପୁର ସହରାଞ୍ଚଳରେ ଡାକବାଜି ଯନ୍ତ୍ର ଯୋଗେ ଦେଶାତ୍ମବୋଧ ସଂଗୀତ ବାଦନ କରାଯିବ। ସକାଳ ୭ଟା ରୁ ୮ଟା ମଧ୍ୟରେ ଦିବସର ମୁଖ୍ୟ ଅତିଥିଙ୍କ ସମେତ ଜନପ୍ରତିନିଧି, ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ, ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ ମାନଙ୍କ ଦ୍ୱାରା ରାଇରଙ୍ଗପୁର ପୌରାଞ୍ଚଳରେ ଅବସ୍ଥାପିତ ମହାପୁରୁଷ ତଥା ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ସାମୁହିକ ମାଲ୍ୟାର୍ପଣ କରାଯିବ। ସେହିପରି ସକାଳ ୯ଟା ସମୟରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ବରପୁତ୍ର ମାନଙ୍କ ଫୋଟୋ ଚିତ୍ରରେ ମାଲ୍ୟାର୍ପଣ ସହିତ ସାଧାରଣ ସଭା ଓ ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହେବ।

ଓଡିଶାର ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ତଥା ମାତୃଭୂମି ପ୍ରତି ସମ୍ମାନ ପ୍ରଦର୍ଶନ ଉଦ୍ଦେଶ୍ୟରେ ସଭା କାର୍ଯ୍ୟ ପ୍ରାରମ୍ଭରେ ବନ୍ଦେ ଉତ୍କଳ ଜନନୀ ବାଦନ କରାଯିବ । ଏତଦ ବ୍ୟତୀତ ଦିବସ ପାଳନ ସନ୍ଧ୍ୟାରେ ରାଇରଙ୍ଗପୁର ସହରରେ କାର୍ଯ୍ୟ କରୁଥିବା ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଗୃହ ଗୁଡିକ ରଙ୍ଗୀନ ଆଲୋକମାଳାରେ ସଜ୍ଜିତ କରାଯିବା ସହିତ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ଗୁଡିକ ଆଲୋକମାଳାରେ ସଜ୍ଜିତ କରାଯିବା ପାଇଁ ନିଷ୍ପତ୍ତି ନିଆହୋଇଛି। ଉପଖଣ୍ଡ ସ୍ତରରେ ଉକ୍ତ ଦିବସକୁ ସୁନ୍ଦର, ଆକର୍ଷଣୀୟ ତଥା ବ୍ୟବସ୍ଥିତ ଢଙ୍ଗରେ ଶାନ୍ତି ଶୃଙ୍ଖଳା ସହିତ ପାଳନ କରିବା ପାଇଁ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନିଜ ନିଜର ଦାୟିତ୍ୱ ସୁଚାରୁ ରୂପେ ସମ୍ପାଦନ ପାଇଁ ଉପଜିଲ୍ଲାପାଳ ନିର୍ଦେଶ ଦେବା ସହ ସମସ୍ତଙ୍କର ଆନ୍ତରିକ ସହଯୋଗ କାମନା କରିଥିଲେ। ବୈଠକ ଶେଷରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande