ଚଳଚ୍ଚିତ୍ର ସଂଘର୍ଷ ପାଇଁ ପ୍ରସ୍ତୁତି ସଭା
ବଲାଙ୍ଗିର, ୬ ମାର୍ଚ୍ଚ (ହି.ସ.)- ଏ.କେ.ଫିଲ୍ମ ବଲାଙ୍ଗିର ର ଆଗାମୀ ଚଳଚ୍ଚିତ୍ର ସଂଘର୍ଷ ପାଇଁ ଏକ ପ୍ରସ୍ତୁତି ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଶିଷ୍ଟ ସମାଜସେବୀ ଡ. ଶ୍ରୀକର ମିଶ୍ରଙ୍କ ଅଧ୍ୟକ୍ଷତାରେ ବରିଷ୍ଠ ବିଜେପି ନେତା ଗୋପାଳଜୀ ପାଣିଗ୍ରାହି, ପୌରାଧ୍ୟକ୍ଷା ଲିକା ସାହୁ, ବାର ଏସୋସିଏସନ ର ସ
ଚଳଚ୍ଚିତ୍ର ସଂଘର୍ଷ ପାଇଁ ପ୍ରସ୍ତୁତି ସଭା


ବଲାଙ୍ଗିର, ୬ ମାର୍ଚ୍ଚ (ହି.ସ.)- ଏ.କେ.ଫିଲ୍ମ ବଲାଙ୍ଗିର ର ଆଗାମୀ ଚଳଚ୍ଚିତ୍ର ସଂଘର୍ଷ ପାଇଁ ଏକ ପ୍ରସ୍ତୁତି ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଶିଷ୍ଟ ସମାଜସେବୀ ଡ. ଶ୍ରୀକର ମିଶ୍ରଙ୍କ ଅଧ୍ୟକ୍ଷତାରେ ବରିଷ୍ଠ ବିଜେପି ନେତା ଗୋପାଳଜୀ ପାଣିଗ୍ରାହି, ପୌରାଧ୍ୟକ୍ଷା ଲିକା ସାହୁ, ବାର ଏସୋସିଏସନ ର ସଭାପତି ବାସୁଦେବ ରଥ, ଗୁରୁଶ୍ରୀ ଘାସିରାମ ମିଶ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ।

ଦିପ୍ତି ପ୍ରସାଦ ଦାଶ ସଭା ପରିଚାଳନା କରିଥିଲେ । ବିଶିଷ୍ଟ କଳାକାରମାନେ ଏଥିରେ ଯୋଗ ଦେଇଥିଲେ । ଚଳଚ୍ଚିତ୍ରଟିର ନିର୍ଦ୍ଦେଶକ ଅଶୋକ ମିଶ୍ର ଚଳଚ୍ଚିତ୍ର ସଂପର୍କରେ ସମ୍ୟକ୍ ସୂଚନା ଦେଇଥିଲେ । ରାମଶଙ୍କର ଶତପଥି ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ଚଳଚ୍ଚିତ୍ରର ଏକ ପ୍ରମୋ ପ୍ରଦର୍ଶିତ ହୋଇଥିଲା ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande