


ସମ୍ବଲପୁର,୦୬ ମାର୍ଚ୍ଚ(ହି.ସ.) – ଫକିର ମୋହନ ବିଶ୍ୱବିଦ୍ୟାଳୟ ଠାରେ ଅସୟୋଜିତ ଓଡିଶା ଆନ୍ତଃ ବିଶ୍ୱବିଦ୍ୟାଳୟ ଗେମ୍ସ ଏଣ୍ଡ ସ୍ପୋର୍ଟସ୍ ପ୍ରତିଯୋଗିତା ୨୦୨୫–୨୬ରେ ସମ୍ୱଲପୁର ବିଶ୍ୱବିଦ୍ୟାଳୟ ମୁଖ୍ୟ ଖେଳ ବିଭାଗଗୁଡିକରେ ପ୍ରଭାବଶାଳୀ ପ୍ରଦର୍ଶନ କରିଛି।
ସମ୍ବଲପୁର ବିଶ୍ୱବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ୯ଟି ଖେଳ ଯଥାକ୍ରିକେଟ୍(ପୁରୁଷ), ଫୁଟବଲ୍(ପୁରୁଷ ଓ ମହିଳା), ହକି(ପୁରୁଷ ଓ ମହିଳା), ବ୍ୟାଡମିଂଟନ୍(ସିଙ୍ଗଲ୍ସ ଓ ଡବଲ୍ସ), କବାଡି (ମହିଳା), ବାସ୍କେଟବଲ୍ (ପୁରୁଷ) ପ୍ରଭୂତି ୯ଟିରେ ସମ୍ବଲପୁର ଉଲ୍ଲେଖନୀୟ ପ୍ରଦର୍ଶନ କରିଛି। ସେଗୁଡିକ ମଧ୍ୟରେ ଚେସ୍, ଟେବୁଲ୍ ଟେନିସ୍ ଓ ଭଲିବଲ୍(ମହିଳା), କବାଡି(ପୁରୁଷ), ଖୋ-ଖୋ(ମହିଳା) ପ୍ରଥମ ସ୍ଥାନ ହାସଲ କରିଛନ୍ତି। ସମ୍ବଲପୁରର ଖେଳାଳିମାନେ ସମଗ୍ର ପ୍ରତିଯୋଗିତା ଅବଧିରେ ଶ୍ରେଷ୍ଠ କ୍ରୀଡାଦକ୍ଷତା, ଶୃଙ୍ଖଳାବଦ୍ଧତା ଓ କ୍ରୀଡାସ୍ପୃହା ପ୍ରଦର୍ଶନ କରିଥିଲେ। ସମ୍ବଲପୁର ବିଶ୍ୱବିଦ୍ୟାଳୟ ସମସ୍ତ ପଦକ ତାଲିକାରେ ମୁଖ୍ୟ ଦଳ ଓ ବ୍ୟକ୍ତିଗତ ଖେଳରେ ନିଜ ଦକ୍ଷତା ପ୍ରମାଣିତ କରିଥିଲେ। ସମ୍ୱଲପୁର ବିଶ୍ୱବିଦ୍ୟାଳୟର କୁଳପତି ବିଧୁଭୂଷଣ ମିଶ୍ର, କୁଳସଚିବ ପ୍ରଦୀପ କୁମାର ନାଏକ ଓ କ୍ରୀଡା ସଚିବ ଦେବେନ୍ଦ୍ର କୁମାର ମହାଳିକ ସମସ୍ତ ଖେଳାଳି, ପ୍ରଶିକ୍ଷକ ଓ କର୍ମକର୍ତାମାନଙ୍କୁ ଏହି ଐତିହାସିକ ଓ ସ୍ମରଣୀୟ ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି। ପୂର୍ବ ଜୋନ ଜୋନ୍ ଓ ଅଲ୍ ଇଣ୍ଡିଆ ଅନ୍ତଃ ବିଶ୍ୱବିଦ୍ୟାଳୟ ପ୍ରତିଯୋଗିତାରେ ମିଳିଥିବା ସଫଳତାକୁ ଅବ୍ୟାହତ ରଖିଛି।
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ