ବୋରିଗୁମ୍ମା ଟ୍ରାଫିକ ଛକ ନିକଟରେ ଶହିଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତି ସ୍ଥାପନା ନେଇ ଦାବି
ଜୟପୁର, ୦୬ ମାର୍ଚ୍ଚ (ହି.ସ.) - ଆଦିବାସୀ ଜାଗରଣ ସଂଘ ତରଫରୁ ଆଜି ଜୟପୁର ଉପ ଜିଲାପାଳ ଙ୍କ କାଯ୍ୟାଳୟର ଦ୍ୱାରସ୍ଥ ହୋଇ ଦାବି ରପତ୍ର ପ୍ରଦାନ କରାଯାଇଛି । ଦେଶ ସ୍ୱାଧିନ ପାଇଁ ଅବିଭକ୍ତ କୋରାପୁଟ ଜିଲାର ତେନ୍ତୁଳିଗୁମ୍ମା ଗ୍ରାମ ରେ ୧୮୯୯ ମସିହୀରେ ଶହିଦ ଲକ୍ଷ୍ମଣ ନାୟକ ଜନ୍ମ ଗ୍ରହଣ କରିଥିଲେ । ଦେଶ
ବୋରିଗୁମ୍ମା ଟ୍ରାଫିକ ଛକ ନିକଟରେ ଶହିଦ ଲକ୍ଷ୍ମଣ ନାୟକ ପ୍ରତିମୁତ୍ତି ସ୍ଥାପନା ନେଇ ଦାବି


ଜୟପୁର, ୦୬ ମାର୍ଚ୍ଚ (ହି.ସ.) - ଆଦିବାସୀ ଜାଗରଣ ସଂଘ ତରଫରୁ ଆଜି ଜୟପୁର ଉପ ଜିଲାପାଳ ଙ୍କ କାଯ୍ୟାଳୟର ଦ୍ୱାରସ୍ଥ ହୋଇ ଦାବି ରପତ୍ର ପ୍ରଦାନ କରାଯାଇଛି । ଦେଶ ସ୍ୱାଧିନ ପାଇଁ ଅବିଭକ୍ତ କୋରାପୁଟ ଜିଲାର ତେନ୍ତୁଳିଗୁମ୍ମା ଗ୍ରାମ ରେ ୧୮୯୯ ମସିହୀରେ ଶହିଦ ଲକ୍ଷ୍ମଣ ନାୟକ ଜନ୍ମ ଗ୍ରହଣ କରିଥିଲେ । ଦେଶ ସ୍ୱାଧିନ ପାଇ ହସି ହସି ଫାଶି ଖୁଂଟରେ ଝୁଲିଗଲେ । ସେହି ମହାନ ସ୍ୱାଧିନତା ସଂଗ୍ରାମୀଙ୍କ ପ୍ରତିମୂର୍ତି ବୋରିଗୁମ୍ମା ଟ୍ରାଫିକ ଛକ ନିକଟରେ ସ୍ଥାପନା କରିବା ପାଇ ସରକାର ଅନୁମତି ଦେବା ଆଦିବାସୀ ଜାଗରଣ ସଂଘ ସଦସ୍ୟ ମାନେ ଜୟପୁର ଉପ ଜିଲାପାଳଙ୍କ କାଯ୍ୟାଳୟରେ ଦାବି କରାଯାଇ ଦାବି ପତ୍ର ପ୍ରଦାନ କରାଯାଇଛି । ସେହିପରି ପନି ପରିବା ବଜାର ମଣ୍ଡି ପାଇ ଅନୁମତି ଦେବା ପାଇଁ ଆଦିବାସୀ ଜାଗରଣ ସଂଘ ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି । ଆଜି ଜାଗରଣ ସଂଘର ସଦସ୍ୟ ମାନେ ଜୟପୁର ଉପ ଜିଲାପାଳଙ୍କ କାଯ୍ୟାଳୟର ଦ୍ୱାରସ୍ଥ ହୋଇ ଦାବି ପତ୍ର ପ୍ରଦାନ କରିଛନ୍ତି । ବୋରିଗୁମ୍ମା ବ୍ଲକର ଆଦିବାସୀ ମାନେ ପନି ପରିବା ଚାଷ କରି ଜୀବିକା ଉପାର୍ଜନ କରନ୍ତି । କିନ୍ତୁ ଚାଷି ମାନେ ପନି ପରିବା ଚାଷ କରି ଠିକ ଦରରେ ବିକ୍ରି କରିପାରୁ ନାହାଁନ୍ତି । କିନ୍ତୁ ବ୍ୟବସାୟି ମାନେ ବସି ରହି କମ ଦରରେ ଚାଷି ଙ୍କ ଠାରୁ କିଣି ଅଧିକାଦରରେ ବିକ୍ରି କରୁଛନ୍ତି । ଫଳରେ ଚାଷି ମାନେ ଆର୍ôଥକ ସ୍ୱାଭଲମ୍ଭି ହୋଇ ପାରୁ ନାହିଁନ୍ତି । ଏହାକୁ ସଂଘ ଚିନ୍ତା କରି ପନି ପରିବା ମଣ୍ଡି କରି ଚୀଷୀ ଙ୍କ ଠାରୁ ଠିକ ଦରରେ କିଣିବା ଏବଂ ଖାଉଟିକୁ ସୁଲଫ ମୁଲ୍ୟରେ ବକ୍ରି କରି ଯୋଗା ଦେବା ପାଇ ନିଷ୍ପତି ହୋଇଛି । ଆଦିବାସୀ ଙ୍କ ଜମି ଉପରେ ବଜାର ମଣ୍ଡି କରି ବକ୍ରି ପଟା କରିବାକୁ ପ୍ରଶାସନ ଅନୁମତି ଦେବାକୁ ଆଇନ ପରାମର୍ଶତାଦା ହରିଶ୍ଚନ୍ଦ୍ର ମୁଦୁଲି ଙ୍କ ନେତ୍ୃତ୍ୱରେ ସଂଘ ସଭାପତି ସତ୍ୟ ନାରାୟଣ ନାୟକ , ଉପ ସଭାପତି କମୁଳୁ ଜାନୀ ପ୍ରମୁଖ ଦାବି କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande