
ଭୁବନେଶ୍ୱର, ୦୬ ମାର୍ଚ୍ଚ (ହି.ସ)- ସିଭିଲ ସର୍ଭିସ୍ ପରୀକ୍ଷାରେ କୃତକାର୍ଯ୍ୟ ସମସ୍ତ ପରୀକ୍ଷାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି ।
ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ୟୁପିଏସସି ଦ୍ୱାରା ପରିଚାଳିତ ସିଭିଲ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ସମସ୍ତ ପରୀକ୍ଷାର୍ଥୀଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଶୁଭକାମନା।
ପ୍ରଶାସନିକ ସେବାକୁ କେବଳ ପଦବୀ ନୁହେଁ, ବରଂ ଜନସେବାର ବ୍ରତ ଭାବେ ଗ୍ରହଣ କରି ଆପଣଙ୍କ ଜ୍ଞାନ ଓ ଅନୁଭବକୁ ସମାଜର ଶେଷ ସ୍ତରରେ ଥିବା ବ୍ୟକ୍ତିଙ୍କ କଲ୍ୟାଣ ପାଇଁ ବିନିଯୋଗ କରନ୍ତୁ। ଜଣେ ଜଣେ ଦକ୍ଷ ପ୍ରଶାସକ ଭାବେ ନୈତିକତା ଏବଂ ସେବା ମନୋଭାବ ନେଇ ସମର୍ପଣର ସହ କାର୍ଯ୍ୟ କରି ବିକଶିତ ଭାରତ ଗଠନରେ ସହାୟକ ହୁଅନ୍ତୁ। ଆପଣମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା