ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତିଙ୍କ ଫୁଲବାଣୀ ସ୍ଥିତ ଭଡା ଘରେ ଭିଜିଲାନ୍ସ ଚଢଉ
Vigilance Raid in Phulbani house of Debabrata Mohanty
ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତିଙ୍କ ଫୁଲବାଣୀ ସ୍ଥିତ ଭଡା ଘରେ ଭିଜିଲାନ୍ସ ଚଢଉ


କନ୍ଧମାଳ, ୬ ମାର୍ଚ୍ଚ (ହି.ସ.)- ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତି, ଯାହାଙ୍କର ଘରୁ ଆଜି ସୁଦ୍ଧା ଭିଜିଲାନ୍ସ ବିଭାଗ ଦ୍ଵାରା ସର୍ବାଧିକ ଚାରି କୋଟି ନଗଦ ଟଙ୍କା ଜବତ କରାଯାଇଥିବା ଅଧିକାରୀଙ୍କ ବିଷୟରେ ଚର୍ଚ୍ଚା ଆହୁରି ଅଧିକ ହେବାରେ ଲାଗିଛି। ଆଜି ଭିଜିଲାନ୍ସ ବିଭାଗ ତାଙ୍କୁ ନେଇ ଫୁଲବାଣୀ ନାରାୟଣୀ ସାହିରେ ଥିବା ଭଡା ଘରେ ପହଞ୍ଚି ଖୋଳତାଡ଼ ଆରମ୍ଭ କରିଛି। ସେଠାରେ ପହଞ୍ଚି ସେହି ଘରକୁ ପ୍ରଥମେ ସିଲ କରି ଦେଇଛି ଭିଜିଲାନ୍ସ ବିଭାଗ। ଆଜି ଦିନ ତମାମ ତାଙ୍କର ଫୁଲବାଣୀର ଭଡା ଘର ତଲାସୀ ହେବା ସମେତ ଆଉ କେଉଁଠି ଥିବା ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ହୋଇ ରହିଛି ସେ ବାବଦରେ ତଦନ୍ତ କରାଯିବା ନେଇ ବିଭାଗ ପକ୍ଷରୁ ଜଣାପଡିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande