
ଜୟପୁର, ୬ ମାର୍ଚ୍ଚ (ହି.ସ.)- ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପ୍ରଥମ ଦିନର କାର୍ଯ୍ୟକ୍ରମ ସ୍ପୋର୍ଟସ କମ୍ପ୍ଲେକ୍ସ କୋରାପୁଟରେ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଚେୟାରପର୍ସନ କୋରାପୁଟ ମ୍ୟୁନିସିପାଲଟି, ଜିଲ୍ଲା କ୍ରୀଡା ଅଧିକାରୀ, ଯୋଗ ପ୍ରଶିକ୍ଷକ ସହ ବିଭିନ୍ନ ବର୍ଗର ମହିଳାମାନେ ଏବଂ ଖେଲୋ ଇଣ୍ଡିଆ ସେଣ୍ଟର କୋରାପୁଟ କୋଚମାନେ ଯୋଗଦାନ କରିଥିଲେ।
ଆଜି ପ୍ରଥମ ଦିବସ ଶକ୍ତି ସ୍ୱରୂପିଣୀ’ ଅବସରରେ ମାନସିକ ସୁସ୍ଥତା ସକାଶେ ସାମୁହିକ ଯୋଗ ଅଧିବେଶନ / ସାମୁହିକ ଫିଟନେସ୍ ତଥା ଶାରୀରିକ କାର୍ଯ୍ୟକଳାପ ମହିଳାମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା।
ହିନ୍ଦୁସ୍ଥାନ ସମାଚାର / ପିକେପି