




ସୁବର୍ଣ୍ଣପୁର, ୬ ମାର୍ଚ୍ଚ (ହି.ସ.)- ଶୁକ୍ରବାର ପୂର୍ବାହ୍ନ ୬ଟା ୩୦ରେ ସୁବର୍ଣ୍ଣପୁର ନୂଆ ଟାଉନ ହଲ ଠାରେ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପ୍ରଥମ ଦିନର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଚେୟାରପର୍ସନ ସୋନପୁର ମ୍ୟୁନିସିପାଲଟି, ସାଂସଦ, ବଲାଙ୍ଗୀରଙ୍କ ପ୍ରତିନିଧି ଶ୍ରୀମତି ନଳିନୀ ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ, ଜିଲ୍ଲା ପଞ୍ଚାୟତ ଅଧିକାରୀ ତଥା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅର୍ଜୁନ ମାଝୀ, ଜିଲ୍ଲା କ୍ରୀଡା ଅଧିକାରୀ ଚିତ୍ତ ରଂଜନ ମିଶ୍ର, ଯୋଗ ଟ୍ରେନର ମନୋଜ କୁମାର ପଣ୍ଡା ଓ ରୁକ୍ମୀଣି ମେହେରଙ୍କ ସହ ବିଭିନ୍ନ ବର୍ଗର ମହିଳାମାନେ, ଏବଂ ଖେଲୋ ଇଣ୍ଡିଆ ସେଣ୍ଟର ସୋନପୁର କୋଚମାନେ ଯୋଗଦାନ କରିଥିଲେ।
ଆଜି ପ୍ରଥମ ଦିବସ ଶକ୍ତି ସ୍ୱରୂପିଣୀ’ ଅବସରରେ ମାନସିକ ସୁସ୍ଥତା ସକାଶେ ସାମୁହିକ ଯୋଗ ଅଧିବେଶନ / ସାମୁହିକ ଫିଟନେସ୍ ତଥା ଶାରୀରିକ କାର୍ଯ୍ୟକଳାପ (ଯେପରିକି ଜୁମ୍ବା, ଏରୋବିକ୍ସ, ) ମହିଳାମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା। ଆସନ୍ତାକାଲି ଆତ୍ମ ସୁରକ୍ଷା କୌଶଳ ଶିକ୍ଷା, ଯୁଡୋ, କରାଟେ ଇତ୍ୟାଦି ଉପରେ ତାଲିମ ପ୍ରଦାନ କରାଯିବ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ