
ଭୁବନେଶ୍ୱର, 06 ମାର୍ଚ୍ଚ (ହି.ସ.)- ବିଜେପି ଘୋଡା ବେପାରେ ବିଶ୍ୱାସ କରେ ନାହିଁ ।
ଯେଉଁମାନେ ଘୋଡା ବେପାର କରନ୍ତି ସେମାନେ ଜାଣିଥିବେ ବୋଲି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ବିରଞ୍ଚି
ନାରାୟଣ ତ୍ରିପାଠୀ କହିଛନ୍ତି । ଘୋଡା ଭଲ ଦୌଡ଼େ, ତାକୁ କାହିଁକି ବେପାର କରାଯିବ ।
ଦିଲ୍ଲୀପ ରାୟଙ୍କୁ ସମର୍ଥନ ନେଇ ପୂର୍ବରୁ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସଭାପତି ଘୋଷଣା କରିସାରିଛନ୍ତି
। ତା ଉପରେ ଅଧିକା କହିବା ଠିକ ହେବ ନାହିଁ ବୋଲି ସେ କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା