ଭୁବନେଶ୍ୱରରେ ୩ ଶିଶୁ ନିଖୋଜ
ଭୁବନେଶ୍ୱର, ୦୬ ମାର୍ଚ୍ଚ (ହି.ସ)- ଭୁବନେଶ୍ୱରରେ ମାତିଲେଣି ପିଲା ଚୋରି ଗ୍ୟାଙ୍ଗ । ବସ୍ତି ଅଂଚଳରେ ରହିଥିବା ଛୋଟ ପିଲାମାନଙ୍କୁ ସେମାନେ ଟାର୍ଗେଟ କରୁଛନ୍ତି । ଏକୁଟିଆ ଦେଖି ଅପହରଣ କରି ନେଉଥିବାର ଅଭିଯୋଗ ହୋଇଛି । ଭୁବନେଶ୍ୱର ସାଲିଆସାହିରୁ ଦୁଇ ଛୋଟ ଝିଅଙ୍କର ପତା ମିଳୁନଥିବା ବେଳେ ଧଉଳି ଅଂଚଳରୁ
df


ଭୁବନେଶ୍ୱର, ୦୬ ମାର୍ଚ୍ଚ (ହି.ସ)- ଭୁବନେଶ୍ୱରରେ ମାତିଲେଣି ପିଲା ଚୋରି ଗ୍ୟାଙ୍ଗ । ବସ୍ତି ଅଂଚଳରେ ରହିଥିବା ଛୋଟ ପିଲାମାନଙ୍କୁ ସେମାନେ ଟାର୍ଗେଟ କରୁଛନ୍ତି । ଏକୁଟିଆ ଦେଖି ଅପହରଣ କରି ନେଉଥିବାର ଅଭିଯୋଗ ହୋଇଛି । ଭୁବନେଶ୍ୱର ସାଲିଆସାହିରୁ ଦୁଇ ଛୋଟ ଝିଅଙ୍କର ପତା ମିଳୁନଥିବା ବେଳେ ଧଉଳି ଅଂଚଳରୁ ଜଣେ ୧୨ ବର୍ଷର ପୁଅ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି।

ଅଭିଯୋଗ ପରେ କମିଶନରେଟ ପୋଲିସ ପୋଷ୍ଟର ମାରିବା ସହ ପୁରସ୍କାର ରାଶି ବି ଘୋଷଣା କରିଛି। ନିଖୋଜ ପିଲାଙ୍କ ବିଷୟରେ ଖବର ଦେଲେ ୨୫ ହଜାର ଟଙ୍କାର ପୁରସ୍କାର ଦିଆଯିବ ବୋଲି କମିଶନରେଟ୍ ପୋଲିସ ଘୋଷଣା କରିଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande