
ଭୁବନେଶ୍ୱର, 06 ମାର୍ଚ୍ଚ (ହି.ସ.)- ଟି-20 ୱାର୍ଲ୍ଡ କପ୍ ସେମିଫାଇନାଲରେ ବିଜୟ
ପାଇଁ ଇଣ୍ଡିଆ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ
ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଭାରତୀୟ କ୍ରିକେଟ ଦଳକୁ ଇଂଲଣ୍ଡ ବିରୁଦ୍ଧରେ
ଟି-20 ୱାର୍ଲ୍ଡ କପ୍ ସେମିଫାଇନାଲରେ ଜୋରଦାର ବିଜୟ ହାସଲ କରି ଯୋଗ୍ୟତାର ସହିତ ଫାଇନାଲରେ
ସ୍ଥାନ ସୁନିଶ୍ଚିତ କରିଥିବା ପାଇଁ ଅଭିନନ୍ଦନ। ସମଗ୍ର ଦେଶ ଟିମ୍ ଇଣ୍ଡିଆର ଉଲ୍ଲେଖନୀୟ
ପ୍ରଦର୍ଶନ, ଦୃଢ ସଙ୍କଳ୍ପ ଓ ଦଳୀୟ ଏକତା ପ୍ରତି
ଗର୍ବିତ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା