
ଧର୍ମଶାଳା,୬ମାର୍ଚ୍ଚ(ହି.ସ.) - ଯାଜପୁର ଜିଲା ବରୁଆଁ-କୃଷ୍ଣଦାସପୁର ମୁଖ୍ୟ ରାସ୍ତାରେ ଆଜି ଦୁଇଟି ସ୍ଥାନରେ ପୃଥକ ପୃଥକ ଭାବେ ସଡକ ଦୁର୍ଘଟଣା ଘଟିଥିବା ଦେଖିବାକୁ ମିଳିଛି । ଏହି ଦୃର୍ଘଟଣାରେ ଜଣେ ଯୁକକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଏକ ଦୃର୍ଘଟଣାରେ ଦୁଇ ଜଣ ଯୁବକ ଆହତ ହୋଇଥିବା ଜଣାପଡିଛି । ମୃତ ଯୁବକ ଜଣକ ହେଲେ ବ୍ରହ୍ମବରଦା ଥାନା ଅନ୍ତର୍ଗତ ଅର୍ଥଙ୍ଗା ଗ୍ରାମର କାଠିଆ ମଳିକଙ୍କ ପୁଅ ଅନୁ(୩୦)ବୋଲି ଜଣାପଡିଛି । ଅନ୍ୟ ଏକ ଦୃର୍ଘଟଣାରେ ଆହତ ଯୁବକମାନେ ହେଲେ ବ୍ରହ୍ମବରଦା ଥାନା ଅନ୍ତର୍ଗତ ମହେଶ୍ୱରପୁର ଅଂଚଳର ସେକ୍ ମୁସାରଫ ଖାଁ (୨୨ ) ଓ ସେକ୍ ନମାଜୀ(୨୩) ବୋଲି ଜଣାପଡିଛି ।
ସୂଚନା ମୁତାବକ,ଆଜି ଦିନ ୩ଟା ସମୟରେ ବ୍ରହ୍ମବରଦା ଥାନା ଅନ୍ତର୍ଗତ ଅର୍ଥଙ୍ଗା ଗ୍ରାମର କାଠିଆ ମଳିକଙ୍କ ପୁଅ ଏକ ହିରୋହୋଣ୍ଡା ସ୍ଲେଣ୍ଡର ବାଇକରେ କୌଣସି କାମ ନେଇ ବରୁଆଁ ଅଭିମୁଖେ ଯାଉଥିଲେ । ତେବେ ଦୃତ ଗତିରେ ଯିବା ସମୟରେ ବରୁଆଁ - କୃଷ୍ଣଦାସପୁର ମୁଖ୍ୟ ରାସ୍ତା ଶଙ୍ଖମଠ ନିକଟରେ ଭାରସାମ୍ୟ ହରାଇ ଏକ ଗଛକୁ ଧକ୍କା ଦେଇଥିଲା । ଫଳରେ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ସଦର ପୁଲିସ ମେଡିକାଲରେ ପଂହଚି ମୃତ ଦେଡକୁ ଜବତ କରି ଏକ ଅପମୃତ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଏହି ଘଟଣା ପ୍ରଚାରିତ ହେବା ପରେ ସ୍ଥାନୀୟ ଅଂଚଳରେ ଶୋକରଛାୟା ଖେଳି ଯାଇଛି ।
ଅନ୍ୟ ଏକ ଦୃର୍ଘଟଣା ଘଟଣାରେ ସନ୍ଧ୍ୟା ୫ଟା ସମୟରେ ଏକ ମାରୁତି ଅଲଟୋ କାର(ଓଆର୧୫ଆର୮୨୫୭) ବରୁଆଁ-କୃଷ୍ଣଦାସପୁର ମୁଖ୍ୟ ରାସ୍ତା ଖଣ୍ଡାସ ନିକଟରେ ଭାରସାମ୍ୟ ହରାଇ ଏକ ବିଦ୍ୟୁତ୍ ଖୁଂଟକୁ ଧକ୍କା ଦେଇ ରାସ୍ତା କଡକୁ ଓଲଟି ପଡିଥିଲା । କାରଟି ଓଲଟି ଯିବା ଫଳରେ ଗୁରୁତର ଅବସ୍ଥାରେ ୨ଯୁବକ ବାହାରକୁ ବାହାରି ଆସିଥିଲେ । ବ୍ରହ୍ମବରଦା ଥାନା ଅନ୍ତର୍ଗତ ମହେଶ୍ୱରପୁର ଅଂଚଳର ଦୁଇ ଯୁବକ ମୁସାରଫ ଓ ନମାଜୀ ଦୁହେଁଙ୍କୁ ଆହତ ଅବସ୍ଥାରେ ସ୍ଥାନୀୟ ମେଡିକାଲରେ ଭର୍ତି କରିଥିଲେ । ଖବର ପାଇ ବ୍ରହ୍ମବରଦା ପୁଲିସ ଘଟଣାସ୍ଥଳରେ ପଂହଚି ଦୃର୍ଘଟଣାଗସ୍ତ କାରକୁ ଜବତ କରି ତଦନ୍ତ ଚଳାଇଛି । ସେପଟେ ବିଦ୍ୟୁତ ଖୁଂଟି ଭାଙ୍ଗି ଯିବା ଫଳରେ ସ୍ଥାନୀୟ ଅଂଚଳରେ ବହୁ ସମୟ ଧରି ବିଦ୍ୟୁତ୍ ସରବାରାହ ବନ୍ଦ ରହିଥିଲା ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ